Categories: ଖେଳ

ଏସିଆନ ଜୁନିୟର ଟିଟି: ଦକ୍ଷିଣ କୋରିଆକୁ ହରାଇ ଭାରତ ଫାଇନାଲରେ

ଉଳାନବତାର, ୪ା୯(ପି.ଟି.)-ଭାରତର ଜୁନିୟର ବାଳକ ଦଳ ଏଠାରେ ଚାଲିଥିବା ୨୨ତମ ଏସିଆନ ଜୁନିୟର ଓ କ୍ୟାଡେଟ୍‌ ଟେବୁଲ ଟେନିସ (ଟିଟି) ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଅନୁଷ୍ଠିତ ସେମିଫାଇନାଲରେ ଦଳ ୩-୨ରେ ଦକ୍ଷିଣ କୋରିଆକୁ ପରାସ୍ତ କରିଛି। ଏହି ବିଜୟ ଦ୍ୱାରା ଭାରତ ନଭେମ୍ବରରେ ଥାଇଲାଣ୍ଡରେ ହେବାକୁଥିବା ବିଶ୍ୱ ଜୁନିୟର ଚାମ୍ପିୟନଶିପ୍‌ ଲାଗି ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି। ତାଇପେକୁ ହରାଇ ଚାଇନା ଅନ୍ୟତମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି।

Share