Categories: ଖେଳ

ରିଲ୍‌ରେ ବକ୍ସିଂ କୋଚ୍‌ଙ୍କ ପୁଅ ଜିତିଲେ ଏସିଆନ ଚାମ୍ପିୟନଶିପ୍‌ ରୌପ୍ୟ

ମୁମ୍ବାଇ,୨୬।୯: ଟଲିଉଡ୍‌ ଫିଲ୍ମରେ ବକ୍ସିଂ କୋଚ୍‌ ଅଭିନୟ କରିଥିବା ଆର. ମାଧବନଙ୍କ ପୁଅ ବେଦାନ୍ତ ଅନ୍ତର୍ଜାତୀୟ ସ୍ତରରେ ଦେଶକୁ ଗର୍ବିତ କରିଛନ୍ତି। ବିଭିନ୍ନ ବୟସ ବର୍ଗରେ ଚାଲିଥିବା ଏସିଆନ ଚାମ୍ପିୟନଶିପରେ ବେଦାନ ରୌପ୍ୟ ପଦକ ଜିତିଛନ୍ତି। ମାଧବନଙ୍କ ପୁଅ ଓ ଅନ୍ୟ ତିନି ଜଣ ୪ ଗୁଣା ୧୦୦ ମିଟର ଫ୍ରିଷ୍ଟାଇଲ ରିଲେ ସନ୍ତରଣ ଇଭେଣ୍ଟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ‘୩ ଇଡ୍‌ଅଟ’ ଷ୍ଟାର ଇନ୍‌ଷ୍ଟାଗ୍ରାମରେ ପୁଅ ବେଦାନ୍ତ ଓ ତାଙ୍କ ଦଳୀୟ ସାଥୀଙ୍କ ଫଟୋ ଶେୟାର କରି ଏ ନେଇ ସୂଚନା ଦେଇଛନ୍ତି। ଏହାର କ୍ୟାପଶନରେ ଲେଖିଛନ୍ତି, ଭାରତ ଏସିଆନ୍‌ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ପାଇଛି। ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ବେଦାନ୍ତଙ୍କ ପ୍ରଥମ ଅଫିସିଆଲ ପଦକ ହାସଲ କରିଛନ୍ତି। ବେଦାନ୍ତ, ଉତ୍କର୍ଷ ପାଟିଲ, ସାହିଲ ଲାସ୍କର ଓ ଶୋଆନ ଗାଙ୍ଗୁଲିଙ୍କୁ ନେଇ ଗଠିନ ଭାରତୀୟ ଦଳ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ଥାଇଲାଣ୍ଡ ଶୀର୍ଷ ସ୍ଥାନ ଅଧିକାର କରିଥିଲା। ଜାପାନ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ହାତେଇଥିଲା। ଉଲ୍ଲେଖଥାଉ କି, ସନ୍ତରଣରେ ୧୪ ବର୍ଷୀୟ ବେଦାନ୍ତଙ୍କ ରୁଚି ରହିଛି। ବହୁବାର ରାଜ୍ୟ ପକ୍ଷରୁ ପ୍ରତିନିଧିତ୍ୱ କରିସାରିଛନ୍ତି। ଏଥିନେଇ ମଧ୍ୟ ମାଧବନ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି।

Share