ଏସାର ଷ୍ଟିଲ ପାଇଁ ବଢୁଛି ଅଡୁଆ : ଶେଷ ହେବା ଅବସ୍ଥାରେ ଇବିଟିପିଏଲ୍‌ ଚୁକ୍ତି ଅବଧି

ପାରାଦୀପ,୧୭ା୮(ସ୍ବ.ପ୍ର.): ଦେଶର ଅନ୍ୟତମ ପ୍ରତିଷ୍ଠିତ କମ୍ପାନୀ ଏସାର ଷ୍ଟିଲ ଏବେ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଛି। କମ୍ପାନୀର ଦେବାଳିଆସ୍ଥିତି ପାଇଁ ବ୍ୟାଙ୍କର୍ସମାନେ ବିକ୍ରି ପାଇଁ ଉଦ୍ୟମ ଚଳାଇଛନ୍ତି। ଆର୍ସେଲର ମିତ୍ତଲ ଉକ୍ତ କମ୍ପାନୀ ଅଧିଗ୍ରହଣ କରିବା ମାମଲା ଏବେ କୋର୍ଟରେ ଗଡୁଛି। କମ୍ପାନୀର ଏଭଳି ସ୍ଥିତିରେ ଆଉ ଆହୁରି ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହେବାକୁଯାଉଛି। ସୂଚନା ଅନୁଯାୟୀ, ଏସାର କମ୍ପାନୀ ପାରାଦୀପ ବନ୍ଦରଠାରୁ ଏକ ବର୍ଥ ଲିଜ୍‌ ସୂତ୍ରରେ ନେଇଛି, ଯାହାର ନାମ ହେଉଛି ଏସାର ବଲ୍କ ଟର୍ମିନାଲ ଲିମିଟେଡ୍‌ (ଇବିଟିପିଏଲ୍‌)। ଏନେଇ ୨୦୧୦ ଏପ୍ରିଲ ୧୫ରେ କମ୍ପାନୀ ସହ ୧୦ ବର୍ଷିଆ ଚୁକ୍ତି ହୋଇଥିଲା, ଯାହାର ଅବଧି ୨୦୨୦ ଏପ୍ରିଲ୍‌ ୧୪ରେ ଶେଷ ହେବ। ଅବଧି ଆଉ ୮ ମାସ ଥିବାବେଳେ ଏବେ ଜଣେ ବମ୍ବେ ବାସିନ୍ଦା କମ୍ପାନୀର ନବୀକରଣ ପ୍ରସଙ୍ଗରେ ଅଭିଯୋଗ କରିଛନ୍ତି। ଚନ୍ଦ୍ରକାନ୍ତ ଶାହା ନାମକ ସମ୍ପୃକ୍ତ ବ୍ୟକ୍ତି ଗତ ଜୁନ୍‌ ୧୬ରେ ପାରାଦୀପ ବନ୍ଦରର ୧୨ଜଣ ଟ୍ରଷ୍ଟି ଓ ୧୧ଜଣ ଶାସକ-ପ୍ରଶାସକଙ୍କୁ ତଥ୍ୟ ସମ୍ବଳିତ ଚିଠି କରିଛନ୍ତି। ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ଜାହାଜ ଚଳାଚଳ ମନ୍ତ୍ରୀ, ବିଭାଗୀୟ ସଚିବ, ସିଭିସି (ସେଣ୍ଟ୍ରାଲ ଭିଜିଲାନ୍ସ କମିଶନର) ଓ ସିବିଆଇକୁ ଏହି ଚିଠି ଦିଆଯାଇଛି। ଚିଠି ପାଇବା ପରେ ଏବେ ପ୍ରଶାସନିକସ୍ତରରେ ଆଲୋଚନା ଚାଲିଛି। ୨୦୨୦ରେ ହେବାକୁ ଥିବା ନୂଆ ଚୁକ୍ତି ଉପରେ ଆଗାମୀ ଟ୍ରଷ୍ଟବୋର୍ଡ ବୈଠକରେ ଆଲୋଚନା ହେବ ବୋଲି ସୂଚନା ମିଳିଛି। ଇବିଟିପିଏଲ୍‌ ପାରାଦୀପ ବନ୍ଦରରେ କରିଥିବା ଚୁକ୍ତି ଓ ଉଲ୍ଲଂଘନ ସମ୍ପର୍କରେ ସବିଶେଷ ତଥ୍ୟ ରହିଛି। ଏପରିକି ଏସବୁ ତଥ୍ୟ ଓ ଚୁକ୍ତି ଉଲ୍ଲଂଘନ ପ୍ରସଙ୍ଗରେ ବମ୍ବେର ଗୁରୁଗାଓଁ କୋର୍ଟରେ ଏକ ମାମଲା ନଂ. ୩୦୪୧/୨୦୧୬ ମଧ୍ୟ ହୋଇଛି। ଚୁକ୍ତି ପରଠାରୁ କମ୍ପାନୀ ପାରାଦୀପ ବନ୍ଦର ସହ ଆର୍ଥିକ କ୍ଷେତ୍ରରେ ପ୍ରତିବର୍ଷ ବିଭିନ୍ନ ତ୍ରୁଟି କରିଛି। ୨୦୧୨-୧୩ ଆର୍ଥିକ ବର୍ଷଠାରୁ ୨୦୧୮-୧୯ ଶେଷ ସୁଦ୍ଧା ୧୩୫୧୩ ଥର ବା ଦିନ ଅର୍ଥ ଦାଖଲରେ ବିଫଳ ହୋଇଛି। ଏଥିସହ ବାର୍ଷିକ ଚୁକ୍ତିରେ ଦର୍ଶାଯାଇଥିବା ପଣ୍ୟ ବାର୍ଷିକ ୬ ମିଲିୟନ୍‌ ଟନ୍‌ ମଧ୍ୟ କାରବାର ହେଉନାହିଁ। ବନ୍ଦର ଟ୍ରାଫିକ୍‌ ବିଭାଗରୁ ଜନସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟରେ ପ୍ରତିଟି ତ୍ରୁଟି ଉପରେ ତଥ୍ୟ ରହିଛି। ଏ ପ୍ରସଙ୍ଗରେ ଇବିଟିପିଏଲ୍‌ର ପାରାଦୀପ ମୁଖ୍ୟ ଟି.ଭେଙ୍କଟରାଓଙ୍କୁ ପଚାରିବାରେ ସେ କହିଛନ୍ତି ଯେ, କମ୍ପାନୀ କୌଣସି ଚୁକ୍ତି ଉଲ୍ଲଂଘନ କରିନାହିଁ। ବାର୍ଷିକ ୧୭୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ପାରାଦୀପ ବନ୍ଦରକୁ ରାଜସ୍ବ ଦିଆଯାଉଛି। ବନ୍ଦର ପ୍ରଶାସନ ଅନୁମତି ଓ ଆଗୁଆ ଅର୍ଥ ବିନା ଜାହାଜ ଲଗାଇବ ନାହିଁ। ଏବେ ଯେଉଁ ଡିଫଲ୍ଟ ସମୟ ଦର୍ଶାଯାଉଛି ତାହା ଭିନ୍ନ କଥା। ସେଥିପାଇଁ କମ୍ପାନୀ ଜରିମାନା ଦେଇଛି। କିଛି ବିବାଦ ନାହିଁ। ସମ୍ପୃକ୍ତ ବ୍ୟକ୍ତି ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ ପ୍ରରୋଚନାରେ ବିଭ୍ରାନ୍ତିକର ଚିଠି ସବୁ ଲେଖୁଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟଙ୍କୁ ପଚାରିବାରେ ସେ କହିଲେ ଯେ, ଇବିଟିପିଏଲ୍‌ର କୌଣସି ଅର୍ଥ ବାକି ନାହିଁ। ଯେଉଁ ସମୟ ମଧ୍ୟରେ ଅର୍ଥ ଜମା କରିବା କଥା ତାହା ସେ ନ କରିବାରେ ତାଙ୍କୁ ୧୫ ପ୍ରତିଶତ ପେନାଲ୍ଟି ପଡିଛି। ଜାହାଜ ଲାଗିବା ପୂର୍ବରୁ ପ୍ରଥମେ ଅର୍ଥ ଜମା କରିବାର ନିୟମ ଅଛି। ଉକ୍ତ କମ୍ପାନୀ ଏବେ ଏକ ଜାତୀୟକରଣ ବ୍ୟାଙ୍କ ଦ୍ୱାରା ଅର୍ଥ ଦେଉଛି। ଏହା ଦ୍ୱାରା ନବୀକରଣ ବା ଚୁକ୍ତି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଲେଜ ଫେୟାରଓ୍ବେଲ୍‌ରେ ଯୋଗଦେଇଥିଲେ ତୃପ୍ତିମୟୀ, ଘରକୁ ଫେରିବା ସମୟରେ ଘଟିଲା…

ଜଗତ୍‌ସିଂହପୁର,୨୬ା୩ (ପ୍ରମୋଦ କୁମାର ନାୟକ): ମଙ୍ଗଳବାର ପରୀକ୍ଷା ସରିଲା। ବୁଧବାର ଥିଲା ବିଦାୟକାଳୀନ ଉତ୍ସବ (ଫେୟାର୍‌ଓ୍ବେଲ)। ତେଣୁ ମନରେ ଥିଲା ଅଫୁରନ୍ତ ଆନନ୍ଦ। ନୂଆ ଶାଢ଼ି ପିନ୍ଧି…

ପାରାଦୀପରେ ଲାଗିଲା ତୈଳ ଜାହାଜ: ମିଳିଲା ବଡ଼ ଆଶ୍ୱସ୍ତି, ହର୍ମୁଜ ଦେଇ…

ପାରାଦୀପ,୧୯।୩(ଶରତ ରାଉତ):ଯୁଦ୍ଧ ପ୍ରଭାବିତ ଦେଶ ଓମାନ୍‌ରୁ ଏକ ଅଶୋଧିତ ତୈଳ ବୋଝେଇ ଜାହାଜ ମେରାଇନ ଟ୍ୟାଙ୍କର(ଏମ୍‌ଟି)ଫ୍ଲୋରା ପାରାଦୀପ ବନ୍ଦର ସିଙ୍ଗଲ ପଏଣ୍ଟ ମୋରିଂସିଷ୍ଟମ(ଏସ୍‌ପିଏମ୍‌) ୩ରେ ବୁଧବାର ଲାଗିଛି।…

୯ ମଣ୍ଡି ନୋଡାଲ ଅଫିସଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ

ଜଗତସିଂହପୁର, ୧୧।୩: ୯ ମଣ୍ଡି ନୋଡାଲ ଅଫିସଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ। ମାର୍ଚ୍ଚ ମାସରେ ଦରମା ବନ୍ଦ କଲେ ଜଗତସିଂହପୁର ଜିଲାପାଳ। ନୋଡାଲ ଅଫିସର ଧାନ…

ଆଦାନୀ ହାତକୁ ଯିବ ରାଜ୍ୟର ଏକମାତ୍ର ନୌବାଣିଜ୍ୟ ଶିକ୍ଷାନୁଷ୍ଠାନ

ପାରାଦୀପ,୧୧ା୩(ଶରତ ରାଉତ):ରାଜ୍ୟରେ ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ବ୍ୟାପକ ପ୍ରଚାର ପ୍ରସାର ହେଉଛି। କିନ୍ତୁ ଓଡ଼ିଆଙ୍କ ପ୍ରାଚୀନ ସଂସ୍କୃତି ସହ ଜଡ଼ିତ ରାଜ୍ୟର ଏକମାତ୍ର ନୌବାଣିଜ୍ୟ ଶିକ୍ଷାନୁଷ୍ଠାନ ଏବେ…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଓଡ଼ିଶାକୁ ନେଇ ଏମିତି କହିଦେଲେ ଅମିତ ଶାହା: ଦେଖୁଦେଖୁ…

ପାରାଦୀପ,୭।୩ (ଶରତ ରାଉତ):୨୦୦୫ରେ ପାରାଦୀପର ଏକ ଘରୋଇ କମ୍ପାନୀଠାରୁ ଇଫ୍‌କୋ ଯେତେବେଳେ ସାର କାରଖାନାକୁ ୨୫୦୦ କୋଟି ଟଙ୍କାରେ କିଣିଥିଲା, ସେତେବେଳେ ବାର୍ଷିକ ଉତ୍ପାଦନ ଥିଲା ମାତ୍ର…

ଗୁଜରାଟ ଭଳି ଓଡ଼ିଶାରେ ବିକାଶ ହେବ

ପାରାଦୀପ,୬।୩: ପାରାଦୀପ ଗସ୍ତରେ ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହା। ସେଠାରେ ସେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି। ସେ ଉଦ୍‌ବୋଧନ ଦେଇ କହିଛନ୍ତି, ଭାଜପା ସରକାର ସଠିକ୍‌ ଦିଗରେ…

ବଳାତ୍କାର ଲୁଚାଇବାକୁ ଛାତରୁ ଠେଲିଦେଇଥିଲେ ଝାଡ଼ଖଣ୍ଡ ଯୁବକ

ପାରାଦୀପ,୨୮।୨ (ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ତାରିଣୀଗଡ଼ା ଅଞ୍ଚଳର ବହୁଚର୍ଚ୍ଚିତ ବଳାତ୍କାର ଓ ହତ୍ୟା ଘଟଣାରେ ୨ ଅଭିଯୁକ୍ତଙ୍କୁ ଗୁରୁବାର ପୋଲିସ ଗିରଫ କରିଥିବାବେଳେ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri