ଏଲିଡି ଲାଇଟ୍‌ ବଣ୍ଟନ, ସଚେତନତା ଶିବିର:‘କମ୍‌ ବିଦ୍ୟୁତ ଖର୍ଚ୍ଚରେ ଅଧିକ ଆଲୋକ ମିଳିପାରିବ’

ଯାଜପୁର ରୋଡ,୨|୮(ନି.ପ୍ର.)- ଯାଜପୁର ରୋଡ ବିଦ୍ୟୁତ୍‌ ବିଭାଗ ତରଫରୁ ଗୁରୁବାର ବ୍ୟାସନଗର ପୌରପରିଷଦ ଅନ୍ତର୍ଗତ ଖଣ୍ଡାହାତ ଗ୍ରାମରେ ବିପିଏଲ କାର୍ଡଧାରୀଙ୍କୁ ଏଲ୍‌ଇଡି ବଲ୍‌ବ ବଣ୍ଟନ କରାଯାଇଛି। ଏହି ଅବସରରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଯାଜପୁର ରୋଡ୍‌ ବିଦ୍ୟୁତ୍‌ ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀ ତପନ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ। ଏଲ୍‌ଇଡି ବଲ୍‌ବର ବ୍ୟବହାର ଦ୍ୱାରା କମ୍‌ ବିଦ୍ୟୁତ ଖର୍ଚ୍ଚରେ ଅଧିକ ଆଲୋକ ମିଳିପାରିବ ଯାହା ଦ୍ୱାରା ଉପଭୋକ୍ତା ଉପକୃତ ହୋଇପାରିବେ ବୋଲି ଯନ୍ତ୍ରୀ କହିଥିଲେ। ଯାଜପୁର ରୋଡ୍‌ ବିଦ୍ୟୁତ୍‌ ଉପଖଣ୍ଡର ଏସ୍‌ଡିଓ ପାର୍ଥସାରଥୀ ଦାସ ଶିବିରରେ ସଭାପତିତ୍ୱ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନେସ୍କୋ ୟୁଟିଲିଟିର ପ୍ରମୋଦ କୁମାର ଭଦ୍ରା, ଦଳା ସେକସନ୍‌ର କନିଷ୍ଟ ଯନ୍ତ୍ରୀ ମିଲନ କୁମାର ନାଥ, ଦାନଗଦୀ କନିଷ୍ଟ ଯନ୍ତ୍ରୀ ଗଦାଧର ବିନ୍ଧାଣୀ, କଳ୍ପତରୁ ସାହୁ ପ୍ରମୁଖ ଯୋଗଦେଇଥିଲେ।