ଏମ୍‌ଭି ପଡ଼ିଆ ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ୪ ଗିରଫ

କଟକ ଅଫିସ,୧୨ା୮: ବାଦାମବାଡ଼ି ଥାନା ଅନ୍ତର୍ଗତ ଖାନ୍‌ନଗର ଏମ୍‌ଭି ପଡିଆରେ ଗତ ଜୁଲାଇ ୧ରେ ଘଟିଥିବା ଶୁଭ୍ରାଂଶୁ ଶତପଥୀ ହତ୍ୟାକାଣ୍ଡର ରବିବାର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ଖାନ୍‌ନଗର ଗୁରୁସାହି ଅଞ୍ଚଳର ନିରାକାର ଗୁରୁ(୨୫), ନୟାଗଡ଼ ଜିଲା ପାଟଣା ଅଞ୍ଚଳର ଗଣେଶ ନାୟକ(୨୧), କଟକ ଝାଞ୍ଜିରିମଙ୍ଗଳା ଅଞ୍ଚଳର କିଷାନ ନାୟକ ଓରଫ ବାବୁନା(୨୧) ଓ ଢେଙ୍କାନାଳ ଜିଲା ବଡ଼ଝର ଅଞ୍ଚଳର ଶିବପ୍ରସାଦ ସାହୁ ଓରଫ ଶିବୁ (୨୬)। ମୁଖ୍ୟତଃ ମଦ ଓ ଟଙ୍କାକୁ କେନ୍ଦ୍ରକରି ୪ଜଣ ଅଭିଯୁକ୍ତ ଶୁଭ୍ରାଂଶୁଙ୍କ ମୁଣ୍ଡ ଓ ମୁହଁକୁ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରିଥିବା ନେଇ ଡିସିପିଙ୍କ କାର୍ଯ୍ୟାଳୟରେ ରବିବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଡିସିପି ଅଖିଳେଶ୍ୱର ସିଂ କହିଛନ୍ତି।
ଡିସିପି ସୂଚନା ଅନୁଯାୟୀ, ଶୁଭ୍ରାଂଶୁଙ୍କ ଘର କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ। ସେ ନିଜ ମା’ଙ୍କ ଚିକିତ୍ସା ପାଇଁ ଗତ ଜୁନ୍‌ ୩୦ରେ କଟକ ଆସିଥିଲେ। ମା’ଙ୍କୁ ଡାକ୍ତର ଦେଖାଇ ସାରିବା ପରେ ମୈତ୍ରୀଲେନ୍‌ରେ ରହୁଥିବା ତାଙ୍କ ଭିଣୋଇଙ୍କ ଘରେ ନେଇ ଛାଡ଼ିଥିଲେ। ପରେ ବ୍ୟକ୍ତିଗତ କାର୍ଯ୍ୟରେ ସିଡିଏ ଅଞ୍ଚଳକୁ ଆସିଥିଲେ। ସତୀଚଉରା ପାଖରେ ରାତି ପ୍ରାୟ ୯ଟାରେ ଘରକୁ ଫେରିବା ପାଇଁ ଶୁଭ୍ରାଂଶୁ ଏକ ଅଟୋକୁ ଅଟକାଇଥିଲେ। ଅଟୋରେ ଅଭିଯୁକ୍ତ ତଥା ଅଟୋ ମାଲିକ କିଷାନ ଓ ଡ୍ରାଇଭର ଗଣେଶ ଥିଲେ। ଶୁଭ୍ରାଂଶୁ ବାଦାମବାଡ଼ି ଯିବା ପାଇଁ ସେମାନଙ୍କୁ କହିଥିଲେ। ଅଟୋ ବାଦାମବାଡ଼ିରେ ପହଞ୍ଚତ୍ବା ପରେ ଶୁଭ୍ରାଂଶୁ ଡ୍ରାଇଭରଙ୍କୁ ଅରୁଣୋଦୟ ମାର୍କେଟ ଯିବା ପାଇଁ କହିଥିଲେ। ଅରୁଣୋଦୟ ମାର୍କେଟରେ ପହଞ୍ଚତ୍ବା ପରେ ଅଟୋ ଭଡ଼ା ଦେବା ଲାଗି ତାଙ୍କ ପାଖରେ ଟଙ୍କା ନାହିଁ ବୋଲି ଶୁଭ୍ରାଂଶୁ କହିଥିଲେ। ଏହାକୁ ନେଇ ଶୁଭ୍ରାଂଶୁ ଏବଂ ଅଟୋରେ ଥିବା କିଷାନ ଓ ଗଣେଶଙ୍କ ମଧ୍ୟରେ ବଚସା ହୋଇଥିଲା। ଶୁଭ୍ରାଂଶୁଙ୍କ ମୋବାଇଲ୍‌ ଫୋନ୍‌ ସୁଇଚ ଅଫ ଥିବାରୁ ଟଙ୍କା ଆଣିବା ପାଇଁ ସେ ଗଣେଶଙ୍କୁ ମୋବାଇଲ ଫୋନ୍‌ ମାଗିଥିଲେ। ପରେ ଉକ୍ତ ମୋବାଇଲରୁ ଭିଣୋଇଙ୍କ ପାଖରେ ରହୁଥିବା ବଡଭାଇ ଭାସ୍କର ଚନ୍ଦ୍ର ଶତପଥୀଙ୍କୁ ଫୋନ୍‌ କରି ମା’ଙ୍କ ଔଷଧ ବାବଦକୁ ୫ହଜାର ଟଙ୍କା ମାଗିଥିଲେ। ଭାସ୍କର କିଛି ସମୟ ମଧ୍ୟରେ ତାଙ୍କୁ ୫ହଜାର ଟଙ୍କା ଆଣି ଦେଇଥିଲେ। ପରେ ଶୁଭ୍ରାଂଶୁ ଅଟୋରେ ଥିବା କିଷାନ ଓ ଗଣେଶଙ୍କୁ ଅଟୋ ଭଡ଼ା ବାବଦ ଟଙ୍କା ନ ଦେଇ ସେମାନଙ୍କୁ ମଦ ପିଇବାକୁ ଡାକିଥିଲେ। ସେମାନେ ଦୋକାନରୁ ମଦ ଓ ମାଂସ କିଣିଥିଲେ। ଏହାପରେ ମୁଢିଭାଟି ଗଳି ନିକଟରେ ଅଟୋରେ ବସି ସେମାନେ ମଦ ପିଇଥିଲେ। ନିଶାସକ୍ତ ଅବସ୍ଥାରେ ଶୁଭ୍ରାଂଶୁଙ୍କ ସହିତ କୌଣସି କାରଣକୁ ନେଇ କିଷାନ ଓ ଗଣେଶଙ୍କ ଯୁକ୍ତିତର୍କ ହୋଇଥିଲା। ଅଟୋରୁ ଓହ୍ଲାଇ ଯିବାକୁ ଶୁଭ୍ରାଂଶୁଙ୍କୁ ଉଭୟ କହିଥିଲେ। ହେଲେ ଶୁଭ୍ରାଂଶୁ ଅଟୋରୁ ଓହ୍ଲାଇବେ ନାହିଁ ବୋଲି ଜିଦ୍‌ ଧରିଥିଲେ। ପରେ ଘଟଣା ଉଗ୍ରରୂପ ନେଇଥିଲା। କିଷାନ ଓ ଗଣେଶ ଫୋନ୍‌ରେ ନିଜ ସାଙ୍ଗ ନିରାକାର ଓ ଶିବଙ୍କୁ ଡାକିଥିଲେ। ଫଳରେ ସେମାନେ ସେଠାରେ ପହଞ୍ଚିଥିଲେ। ପରେ ୪ ଜଣ ମିଶି ଶୁଭ୍ରାଂଶୁଙ୍କୁ ନିକଟସ୍ଥ ଏମ୍‌ଭି ପଡ଼ିଆକୁ ନେଇଯାଇଥିଲେ। ସେଠାରେ ତାଙ୍କ ମୁହଁ ଓ ମୁଣ୍ଡକୁ ପଥରରେ ଛେଚି ଦେଇଥିଲେ। ଶୁଭ୍ରାଂଶୁ ସେଠାରେ ଟଳି ପଡ଼ିବା ପରେ ସେମାନେ ତାଙ୍କ ପକେଟରୁ ଟଙ୍କା ଲୁଟି ନେବା ସହ ମୋବାଇଲ ଫୋନକୁ ପାଖରେ ଥିବା ନାଳକୁ ଫିଙ୍ଗି ଦେଇଥିଲେ। ଶୁଭ୍ରାଂଶୁ ଅଚେତ ହୋଇ ପଡ଼ିଯିବା ଦେଖି ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଜୁଲାଇ ୧ ତାରିଖ ସକାଳେ ଶୁଭ୍ରାଂଶୁଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଏସ୍‌ସିବି ମେଡିକାଲ ପଠାଇବା ସହ ଦଫା ୩୦୨ ଅନୁଯାୟୀ ଏକ ମାମଲା(ନଂ.୧୪୧/୧୯) ରୁଜୁ କରିଥିଲା। ତଦନ୍ତ ବେଳେ ପୋଲିସ ଏମ୍‌ଭି ପଡ଼ିଆ ନିକଟରୁ କୌଣସି ସୁରାକ ପାଇ ନ ଥିଲା। ହେଲେ ପଡ଼ିଆ ନିକଟରେ ଜଣେ ଦୋକାନୀ ୪ଜଣ ଯୁବକଙ୍କ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ। ଏହି ସୂଚନାକୁ ଆଧାର କରି ପୋଲିସ ତଦନ୍ତ ଜାରି ରଖିଥିଲା। ଉକ୍ତ ଘଟଣାରେ ଶିବୁଙ୍କ ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଥିଲା। ବସ୍‌ କଣ୍ଡକ୍ଟର ଭାବେ କାର୍ଯ୍ୟ କରୁଥିବା ଶିବୁଙ୍କୁ ପୋଲିସ ବଲାଙ୍ଗୀରରୁ ଉଠାଇ ଆଣି ପଚରାଉଚରା କରିଥିଲା। ସେ ଏହି ଘଟଣାରେ ସମ୍ପୃକ୍ତ ଥିବା ପୋଲିସ ନିକଟରେ ସ୍ବୀକାର କରିବା ସହ ଅନ୍ୟ ଅଭିଯୁକ୍ତମାନଙ୍କ ନାମ କହିଥିଲେ। ପରେ ପୋଲିସ ଅନ୍ୟ ଅଭିଯୁକ୍ତମାନଙ୍କୁ କଟକର ବିଭିନ୍ନ ସ୍ଥାନରୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri