ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ ବନ୍ଦ ପ୍ରତିବାଦରେ ବ୍ଲକ ଘେରାଉ

ବାଙ୍ଗିରିପୋଷି,୩୦ା୫(ଡି.ଏନ.ଏ.)- ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ ବନ୍ଦ ପ୍ରତିବାଦରେ ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ବୁଢୀଖମାରୀ ପଞ୍ଚାୟତ ଅନ୍ତର୍ଗତ ଯୋକା (ଆତନାବେଡା) ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଶୁକ୍ରବାର ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ସମସ୍ତ ଅଧିକାରୀଙ୍କୁ ତାଲାବନ୍ଦ କରି ଅଟକ ରଖିଥିଲେ। ଖବରପାଇ ପୋଲିସ ପହଞ୍ଚି ବ୍ଲକ କର୍ମଚାରୀମାନଙ୍କୁ ଉଦ୍ଧାର କରିଥିଲା। ବିଡିଓ ଏବଂ ସହକାରୀ ଯନ୍ତ୍ରୀ ଅଟକି ଥିବା କାର୍ଯ୍ୟ ପୁଣି ଆରମ୍ଭ ହେବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଆନ୍ଦୋଳନରୁ ଓହରିଥିଲେ। ସୂଚନା ଅନୁଯାୟୀ, ଗତ ୨୦୧୯ ଡିସେମ୍ବର ୧୯ ତାରିଖରେ ଚିଠି ନଂ.୨୫୩ ଜରିଆରେ ବୁଢୀଖମାରୀ ପଞ୍ଚାୟତ ଅନ୍ତର୍ଗତ ଯୋକା ଗ୍ରାମ ନିକଟବତ୍ତର୍ର୍ୀ ବାରୁବେଡ଼ା (ବରୁତଳା) ଖେଳପଡ଼ିଆର ଉନ୍ନତି କରଣ ବାବଦକୁ ମୋଟ ୫ଲକ୍ଷ ଟଙ୍କା ସ୍ଥାନୀୟ ଗ୍ରାମ ସଂଯୋଜକ ଗୋବିନ୍ଦ ମାର୍ଣ୍ଡିଙ୍କ ନାମରେ କାର୍ଯ୍ୟାଦେଶ ଦିଆଯାଇଥିଲା ା ତେବେ କିଛି କାର୍ଯ୍ୟ ଆରମ୍ଭ ପରେ ବନ୍ଦ କରି ଦିଆଗଲା ା ଦୀର୍ଘ ଦିନ ବନ୍ଦ ପରେ ପୁଣିଥରେ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଜିଆରଏସ ଫଟୋ ଉଠାଇ ସାରି ପୁଣି ଥରେ କାମଟିକୁ ବନ୍ଦ କରି ଦିଆଯାଇଥିଲା ା ଫଳରେ ଏଥିରେ ଉତକ୍ଷୀପ୍ତ ହୋଇ ଶୁକ୍ରବାର ଶ୍ରମିକ କାର୍ଯ୍ୟ କରୁଥିବା ଶତାଧିକ ମହିଳା ଓ ପୁରୁଷ ବାଙ୍ଗିରିପୋଷି ବ୍ଲକ ପରିସରରେ ଏକଜୁଟ ହୋଇ ବିଡିଓଙ୍କ କୋଠରୀ ସମେତ ସମସ୍ତ କାର୍ଯ୍ୟାଳୟରେ ତାଲା ବନ୍ଦ କରି ଧାରଣାରେ ବସିଥିଲେ। ଖବରପାଇ ବାଙ୍ଗିରିପୋଷି ଥାନା ଅଧିକାରୀ ଦୟାନିଧି ଦାସ, ଏଏସଆଇ ଅଶୋକ ଦାସ, ଏଏସଆଇ ଦେବଦାସ ସାହୁଙ୍କ ସହ ପୋଲିସ କର୍ମଚାରୀମାନେ ସେଠାରେ ପହଞ୍ଚି ପ୍ରଥମେ ବିଡିଓ ରାମଦାସ ଟୁଡୁ ଏବଂ ସହକାରୀ ଯନ୍ତ୍ରୀ ଯୋଗେଶ୍ୱର ବେହେରାଙ୍କୁ ତାଲା ଖୋଲି ଉଦ୍ଧାର କରିଥିଲେ ା କାମ କ’ଣ ପାଇଁ ବନ୍ଦ କରାଗଲା ବିଡିଓ ଜାଣି ନ ଥିବା ପ୍ରକାଶ କରିବା ସହ କାମ ପୁଣି ଥରେ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ା ତେବେ ଗ୍ରାମବାସୀ ଲିଖିତ ପ୍ରତିଶ୍ରୁତି ମାଗିବାରୁ ଉଭୟ ବିଡିଓ ଏବଂ ସହକାରୀ ଯନ୍ତ୍ରୀ ଉକ୍ତ କାର୍ଯ୍ୟ ଆସନ୍ତାକାଲି ଠାରୁ ଆରମ୍ଭ ହେବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ସହ ଶୁକ୍ରବାରର ମଜୁରୀ ମଧ୍ୟ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଆଗାମୀ ଦିନରେ ଯଦି ପୁଣିଥରେ କାର୍ଯ୍ୟ ବନ୍ଦ ହୁଏ ତେବେ ପୁଣିଥରେ ବ୍ଲକ ଘେରାଉ କରାଯିବ ବୋଲି ଗ୍ରାମର ଗୋବିନ୍ଦ ମାର୍ଣ୍ଡି,ମିର୍ଜା ମୁର୍ମୁ,ଭୁବନ ସୋରେନ,ବାବୁଲୁ ମାର୍ଣ୍ଡି,ଲକ୍ଷ୍ମୀ ହାଁସଦାଃ,ସମ୍ବାରୀ ହାଁସଦାଃ,ସୁଖୀଆ ଟୁଡୁ, ଗୋବିନ୍ଦ ଟୁଡୁ,ଯୋଦ୍ଧା ହାଁସଦାଃ,ସାଗେନ ମୁର୍ମୁ, ଶସୀଲା ଟୁଡୁ, ସାକିଲା ବାସ୍କେ ପ୍ରମୁଖ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ: ଜଳ ସିଞ୍ଚନ ପ୍ରକଳ୍ପ କାର୍ଯ୍ୟରେ ଅଘଟଣ

ଆନନ୍ଦପୁର,୨୦ା୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ବୁଢ଼ୀକୁଦ ଗଁା ନିକଟରେ ଚାଲିଥିବା ଜମିକୁ ଜଳ ସିଞ୍ଚନ ପ୍ରକଳ୍ପ କର୍ଯ୍ୟରେ ଶୁକ୍ରବାର ଅଘଟଣ ଘଟିଛି। ୧୫…

ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କ ବଡ଼ ଘୋଷଣା, ମହିଳାଙ୍କୁ ମିଳିବ…

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଚଳିତ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି । ଏହି…

‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବାଦ୍‌ ପଡ଼ିଥିବା ୬ ଲକ୍ଷ ଯୋଗ୍ୟଙ୍କୁ ମିଳିବ ଭତ୍ତା, ଆଉ କାହାକୁ… 

ଭୁବନେଶ୍ୱର,୨୦।୨: ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ଏଥିରେ ‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ…

ଫର୍ମଫିଲପରେ ତ୍ରୁଟି : ଓଡ଼ିଆ ବଦଳରେ ହିନ୍ଦୀ ଥିବାରୁ ଯୁକ୍ତ ୨ ପରୀକ୍ଷାରୁ ବଞ୍ଚିତ…

ନନ୍ଦପୁର,୨୦ା୨(ତୁଷାର କାନ୍ତ ମହାନ୍ତି): ଯୁକ୍ତଦୁଇ ପରୀକ୍ଷା ପାଇଁ ଫର୍ମଫିଲପ ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତ୍ରୁଟି ଯୋଗୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଅଧୀନ ପାଡୁଆ ରାଧାକୃଷ୍ଣ ଉଚ୍ଚ…

ରାଜ୍ୟରେ ଛେଚିବ ପ୍ରବଳ ବର୍ଷା! ଲଘୁଚାପକୁ ନେଇ ଆସିଲା ବଡ଼ ଖବର…

ଭୁବନେଶ୍ୱର,୨୦।୨: ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ବିଷୁବୀୟ ଭାରତ ମହାସାଗର ଓ ସଲଂଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା…

ସ୍ବାସ୍ଥ୍ୟ ପାଇଁ ୨୩ ହଜାର କୋଟି

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି…

ବଜେଟରେ ଉପକୂଳବାସୀଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ,୨୦।୨: ଏଥର ବଜେଟରେ ଉଚ୍ଚଶିକ୍ଷା ଭିତ୍ତିଭୁମିକୁ ସଜାଡିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ବଡ଼ ଘୋଷଣା କରାଯାଇଥିବା ବେଳେ ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri