Categories: ଗଞ୍ଜାମ

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କରାଯିବ ଚାରା ରୋପଣ

ଛତ୍ରପୁର,୧୪ା୫(ଡି.ଏନ.ଏ)-ଫନୀ ବାତ୍ୟାରେ ଗଞ୍ଜାମ ଜିଲାରେ ବହୁ ଗଛର କ୍ଷତି ହୋଇଯାଇଛି ା ତେଣୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଜିଲାର ବିଭିନ୍ନ ଗ୍ରାମାଞ୍ଚଳରେ ଚାରା ରୋପଣ କରାଯିବାକୁ ନିଷ୍ପତ୍ତି ହୋଇଛି। ଏ ନେଇ ମଙ୍ଗଳବାର ଛତ୍ରପୁରସ୍ଥିତ ଜିଲାପରିଷଦ ଭବନ ସମ୍ମିଳନୀ ଗୃହରେ ଡିଆର୍‌ଡିଏ ଏପିଡି ଦେବବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କିଭଳି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଚାରା ରୋପଣ ପାଇଁ ରଖାଯିବାକୁ ଥିବା ଲକ୍ଷ୍ୟ ପୂରଣ ହେବ ସେ ଉପରେ ଗୁରୁତ୍ୱାରୋପ କରିଥିଲେ। କେଉଁ ସ୍ଥାନରେ ଚାରା ରୋପଣ ହେବ ସେ ଉପରେ ଥିବା ଗାଇଡଲାଇନ୍‌ ଉପରେ ଆଲୋଚନା ହୋଇଥିଲା। ଔଷଧୀୟ ଚାରା ରୋପଣ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରସ୍ତୁତ ହେଉଥିବା ଏଷ୍ଟିମେଟ୍‌ ସମ୍ପର୍କରେ ମଧ୍ୟ ତାଲିମ ଦିଆଯାଇଥିଲା। ଓଏସ୍‌ଡିପି ସୁରିବାବୁ ପାତ୍ରଙ୍କ ସମେତ ସମସ୍ତ ବ୍ଲକର ଅତିରିକ୍ତ ପ୍ରକଳ୍ପ ଅଧିକାରୀ, ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ା