ଏମ୍‌କେସିଜି କରୋନା ୱାର୍ଡରୁ ସନ୍ଦିଗ୍ଧ ଫେରାର

ବ୍ରହ୍ମପୁର ଅଫିସ,୧୬ା୩: ବ୍ରହ୍ମପୁର ବଡ ମେଡିକାଲରେ ଗତ ୧୪ ତାରିଖରେ ଜଣେ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଥିଲେ। ଶନିବାର ବିଳମ୍ବିତ ରାତିରେ ସେ ଫେରାର ହୋଇଯାଇଛନ୍ତି ।
ରବିବାର ସକାଳେ ୱାର୍ଡରେ ତାଙ୍କୁ ନ ପାଇ ମେଡିକାଲ ଅଧୀକ୍ଷକଙ୍କୁ କାର୍ଯ୍ୟରତ କର୍ମଚାରୀମାନେ । ପରେ ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର ଏନେଇ ବିଏନ୍‌ପୁର ଥାନାରେ ଅଭିଯୋଗ । ଅଧୀକ୍ଷକଙ୍କ ରିପୋର୍ଟ ଆଧାରରେ ପୋଲିସ ଷ୍ଟେଶନ ଡାଏରୀ କରିବା ସହ ସନ୍ଦିଗ୍ଧଙ୍କୁ ଖୋଜା ଚାଲିଛି। ମେଡିକାଲ ପରିସରରେ ରୋଗୀମାନଙ୍କ ସୁରକ୍ଷା ପାଇଁ କଡା ନିରାପତ୍ତା ବ୍ୟବସ୍ଥା କରାଯାଇଥିବା ବେଳେ ସେ ସେଠାରୁ କିପରି ଫେରାର ହେଲେ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ପୁରୀ ଜିଲା କଷ୍ଣପ୍ରସାଦ ଥାନା ଅଞ୍ଚଳର ଜଣେ କରୋନା ସନ୍ଦିଗ୍ଧ ମାର୍ଚ୍ଚ ୧୪ ତାରିଖ ସକାଳେ ଏମ୍‌କେସିଜି ମେଡିକାଲ କରୋନା ୱାର୍ଡରେ ଭର୍ତ୍ତି ହୋଇଥିଲେ। ତାଙ୍କ ସ୍ବାବ୍‌ ସଂଗ୍ରହ କରାଯାଇ ଭୁବନେଶ୍ୱର ଆରଏମ୍‌ଆରସିକୁ ପଠାଯାଇଥିଲା ବୋଲି ମେଡିକାଲ ଅଧୀକ୍ଷକ ସୂଚାଇଛନ୍ତି ।