ଏମ୍‌କେସିଜିରେ କରୋନା ଭାଇରସ ପାଇଁ ଖୋଲିଲା ସ୍ବତନ୍ତ୍ର ୱାର୍ଡ

ବ୍ରହ୍ମପୁର ଅଫିସ,୨୯ା୧: ଚାଇନାରୁ ଚିହ୍ନଟ କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ବ୍ରହ୍ମପୁର ଏମ୍‌କେସିଜିରେ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ମିଳିଛି ା ଏନେଇ ଏମ୍‌କେସିଜିର କାଜୁଆଲିଟି ଉପରମହଲାରେ କରୋନା ଭାଇରସ୍‌ ପାଇଁ ଏକ ଆଇସୋଲେଟେଡ ୱାର୍ଡ ଖୋଲାଯାଇଥିବା ଏମ୍‌କେସିଜି ମେଡିକାଲ କଲେଜ ଡିନ୍‌ ତଥା ଅଧ୍ୟକ୍ଷ ରାଧାମାଧବ ତ୍ରିପାଠୀ ସୂଚାଇଛନ୍ତି। ଗଞ୍ଜାମ ଜିଲାରେ ଏହି ଭାରରସ୍‌ର ଭୂତାଣୁ ମିଳିବାର ସମ୍ଭାବନା ନାହିଁ ା ତଥାପି ଏନେଇ ମେଡିକାଲର ସମସ୍ତ ଡାକ୍ତର ଓ ନର୍ସଙ୍କୁ ସଜାଗ କରାଯାଇଛି ା ଏନେଇ ସଚେତନାମତ୍କ ପୋଷ୍ଟର ଲଗାଯିବା ସହ ଆଇସୋଲେଟେଡ ୱାର୍ଡରେ ୧୦ ଜଣିଆ ବେଡ ସହ ଭେଣ୍ଟେଲେଟର ବ୍ୟବସ୍ଥା ମଧ୍ୟ କରାଯାଇଥିବା ଡିନ୍‌ ସୂଚାଇଛନ୍ତି। ଅନ୍ୟପକ୍ଷରେ ଜିଲାପାଳଙ୍କ ନିକଟରୁ ଭାଇରସ୍‌ ସମ୍ପର୍କୀତ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରିବା ଦିଗରେ କୌଣସି ସୂଚନା ଦିଆଯାଇ ନ ଥିବା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ(ସିଡିଏମ୍‌ପିଏଚ୍‌ଓ) ଡା. ବିଜୟ ପାଣିଗ୍ରାହୀ କହିଛନ୍ତି ା