ଏମାନେ କେମିତିକା ଛାତ୍ର

ଭେଙ୍କଟ ବାଲାଜୀ ବିଶ୍ୱନାଥ ଶତପଥୀ
କିଛିଦିନ ଧରି ଦିଲ୍ଲୀ ଜେଏନ୍‌ୟୁରେ କିଛି ଛାତ୍ରୀଛାତ୍ରଙ୍କ ଦ୍ୱାରା ଭୀଷଣ ମହାଭାରତ କାଣ୍ଡ ଦେଖିବାକୁ ମଳୁଛି। ଅନେକ ଗଣମାଧ୍ୟମରେ ଏ ଖବର ପ୍ରସାରିତ କରାଯାଉଛି। କୁହାଯାଏ ଯେ, ଏମିତି ଲଙ୍କାକାଣ୍ଡ କରୁଥିବା ଛାତ୍ରୀଛାତ୍ର ବାମପନ୍ଥୀ ଚିନ୍ତାଧାରାର। ସେମାନଙ୍କ ବିଚାରଧାରା, ରାଜନୈତିକ ଭାବନା ସହ ସମାଜର କିମ୍ବା ଶିକ୍ଷା ବ୍ୟବସ୍ଥାର କୌଣସି ଯାଏ ଆସେ ନାହିଁ । ହେଲେ ସେମାନଙ୍କ କୀର୍ତ୍ତି ଆଉ ବ୍ୟବହାରରୁ ଜଣାପଡ଼େ ସେମାନେ କେତେ ବିଶୃଙ୍ଖଳିତ ଆଉ ଅସାମାଜିକ। ନିତିଦିନ ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କୁ ଗାଳି କରିବା, ଉପକୁଳାଧିପତିଙ୍କ ନାମରେ ଅସଭ୍ୟ ଭାଷା ପ୍ରୟୋଗ କରିବା, ତାଙ୍କ ପ୍ରକୋଷ୍ଠ ସମ୍ମୁଖରେ ଅପରିଷ୍କାର କରି ଲେଖିବା, ତା’ ଛଡ଼ା ବିଶ୍ୱବିଦ୍ୟାଳୟର ସମ୍ପତ୍ତିକୁ ନଷ୍ଟ କରିବା ଆଦି। ସବୁଠୁ ଦୁଃଖଦ ଘଟଣା ହେଲା- ସେମାନେ ସେ ସ୍ଥାନରେ ଉନ୍ମୋଚନ ହେବାକୁ ଥିବା ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ପ୍ରସ୍ତରରେ ଅଶାଳୀନ ଭାଷାରେ ଲେଖିବା। ଏଭଳି ରାଷ୍ଟ୍ରବିରେଧୀ ଓ ନିନ୍ଦନୀୟ କାର୍ଯ୍ୟକୁ କେବେ ମଧ୍ୟ ଗ୍ରହଣ କରାଯାଇ ନ ପାରେ।
ହେଲେ ଏତେ ଆକ୍ରୋଶର କାରଣ କ’ଣ? କାରଣ ଏତିକି ଯେ, ଆଜି ଯାଏ ଜେଏନ୍‌ୟୁରେ ଛାତ୍ରୀଛାତ୍ରଙ୍କୁ ଛାତ୍ରାବାସରେ ମାସକୁ ୧୦ ଟଙ୍କା ଆଉ ୨୦ ଟଙ୍କାରେ ରହିବା ପାଇଁ ଘର ମିଳୁଥିଲା। ଏବେ ସେମାନଙ୍କୁ ମାସକୁ ୩୦୦ ଏବଂ ୬୦୦ ଟଙ୍କା ଦେବାକୁ ପଡ଼ିବ। ଓଡ଼ିଶାର ଅନେକ ସରକାରୀ ଛାତ୍ରାବାସରେ ସାଧାରଣ ଛାତ୍ରୀଛାତ୍ର ୪୦୦ରୁ ୬୦୦ ଟଙ୍କା ମାସକୁ ଦେୟ ପଇଠ କରୁଥିବା ବେଳେ ଦିଲ୍ଲୀ ଭଳି ସହରରେ ୩୦୦ ଟଙ୍କାରେ ଛାତ୍ରାବାସରେ ରହିବା କୌଣସି ଆଶ୍ଚର୍ଯ୍ୟଜନକ କଥା ନୁହେଁ। ଉକ୍ତ ଛାତ୍ରୀଛାତ୍ରମାନଙ୍କ ମାନସିକତା ବୁଝିବା ବଡ଼ କଷ୍ଟକର। ମାସରେ ହଜାର ହଜାର ଟଙ୍କା ଦାମୀ ପୋଷାକ କିଣିବାରେ ଏବଂ ଦିନକୁ ଶହ ଶହ ଟଙ୍କା ଚା, ସିଗାରେଟ୍‌ରେ ଖର୍ଚ୍ଚ କରିପାରୁଛନ୍ତି। ସେମାନଙ୍କର କ’ଣ ଏତିକି ସ୍ବାଭିମାନ ନାହଁି ଯେ, ନିଜ ଚା, ସିଗାରେଟ୍‌ ଭଳି ବଦଭ୍ୟାସ ଛାଡି ଛାତ୍ରାବାସର ଦେୟ ଦେବା ପାଇଁ? ଆରାମ, ଅୟସ ପାଇଁ ଯେଉଁ ଅଯଥା ଖର୍ଚ୍ଚ କରୁଛନ୍ତି ତାକୁ କାଟି ଛାତ୍ରାବାସ ଦେୟ ଦେବା କ’ଣ ଉଚିତ ନୁହେଁ? ସେମାନଙ୍କ ମଧ୍ୟରେ ସେତିକି ସଦ୍‌ଭାବନା ନାହଁି, ଯେତିକି ସମୟ ଉକ୍ତ ଗଙ୍ଗା ଢାବାରେ ଆଡ୍ଡା ଜମେଇ ସମୟ ନଷ୍ଟ କରୁଛନ୍ତି, ସେହି ସମୟରେ ଅନ୍ୟତ୍ର ଘରୋଇ ଶିକ୍ଷା ଦେଇ କିଛି ଅର୍ଥ କମେଇ ସେଥିରେ ଦେୟ ଭରିବା ପାଇଁ? ଗଣମାଧ୍ୟମରେ କିଛି ବନ୍ଧୁ ବୟାନ ଦେଉଛନ୍ତି ଯେ, ସେମାନେ ଏତେ ଗରିବ ଯେ ୧୦ ଟଙ୍କାରୁ ଅଧିକ ଦେୟ ହେଲେ ଛାତ୍ରାବାସ ଛାଡ଼ିଦେବେ। ସେମାନଙ୍କ ରଙ୍ଗଢଙ୍ଗ, ପୋଷାକ ଶୈଳୀରୁ ଜଣାପଡୁଛି ସେମାନେ କେତେ ଦରିଦ୍ର। ନିଜ କେଶସଜାରୁ ଲାଗୁଛି ଯେମିତି ସେମାନଙ୍କର ମାସକୁ ଏଥିରେ ଯେତିକି ଖର୍ଚ୍ଚ ହେଉଛି, ସେଥିରେ ଦୁଇ ମାସର ଦେୟ ପଇଠ ହୋଇପାରିବ।
ମାଗଣା ବଞ୍ଚିବା ଜୀବନ ମଣିଷକୁ ଅଳସୁଆ ଆଉ କୁପଥଗାମୀ କରିବାର ବାଟ ଦେଖାଏ। ଯାହାର ପରିଣାମ ସ୍ବରୂପ ଜେଏନ୍‌ୟୁରେ ନିଶା କାରବାର, ଅଶ୍ଳୀଳତା, ଯୌନ କେଳେଙ୍କାରି ଭଳି ଅନେକ ଅସାମାଜିକ କାର୍ଯ୍ୟ ଘଟିବାର ଖବର ମିଳେ। ତା’ ସହ ଅଧିକାଂଶ ଛାତ୍ର ନିଜର ଅଧ୍ୟୟନ ଶୀଘ୍ର ସାରିବାରେ ଅକ୍ଷମ ହୁଅନ୍ତି। ରାଜନୀତି, ନାରାବାଜି, ଭାରତ ବିରୋଧୀ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସି ନିଜ ଅସ୍ତିତ୍ୱ ଜାହିର କରନ୍ତି। ନିଜର ମୂଳ ଲକ୍ଷ୍ୟ ଅଧ୍ୟୟନ ଓ ଅନୁସନ୍ଧାନ ଦିଗରୁ ଦୂରେଇ ଯାଆନ୍ତି। ସେଥିପାଇଁ ୩୪ରୁ ୩୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ହୋଇ ମଧ୍ୟ ସେମାନେ ବ୍ୟକ୍ତି ନ ହୋଇ ଛାତ୍ରର ପରିଚୟ ନେଇ ବୁଲୁଛନ୍ତି! ସେମାନଙ୍କ ପାଇଁ ନୂତନ ଛାତ୍ରୀଛାତ୍ରମାନେ ମଧ୍ୟ ସ୍ଥାନ ପାଇପାରୁ ନାହାନ୍ତି।
ପ୍ରଶ୍ନ ଉଠେ, ନିଜକୁ ରାଷ୍ଟ୍ରବାଦୀ ବୋଲାଉଥିବା ଭାରତ ସରକାର ଦେଶବିରୋଧୀ ଚିନ୍ତାଧାରାର ଏହି ଅସାମାଜିକ ଛାତ୍ରୀଛାତ୍ରଙ୍କୁ କେତେଦିନ ଏମିତି ସହ୍ୟ କରି ଅନ୍ୟ ଆଦର୍ଶ ମେଧାବୀ ଛାତ୍ରୀଛାତ୍ରଙ୍କୁ ସୁବିଧାରୁ ବଞ୍ଚିତ କରୁଥିବେ?
ଗୋପାଳପୁର, ଯାଜପୁର, ମୋ- ୬୩୭୧୨୫୪୦୦୫


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri