କେସିଙ୍ଗା, ୨୯।୯(ତୁମେଶ୍ୱର ସାହୁ):ଏମଏମଡିଆର୍ ଆଇନର ପ୍ରତିବାଦ ଓ ଏହାକୁ ପ୍ରତ୍ୟାହାର ଦାବିରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଭୁବନେଶ୍ୱରଠାରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା। ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି ମହାସଭାରେ କଳାହାଣ୍ଡି ଜିଲା ସମେତ କେସିଙ୍ଗା, ନର୍ଲା, କର୍ଲାମୁଣ୍ଡା, ଜୁନାଗଡ଼, ଧର୍ମଗଡ଼ ଓ ଭବାନୀପାଟଣା ଅଞ୍ଚଳରୁ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ ଯୋଗଦେଇଥିବା ଜଣାପଡ଼ିଛି।
କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ ଏହି ସୂଚନା ଦେଇଛନ୍ତି। ଯୁବ ବିଜେଡି ସଂଗଠକ ନଳିନୀ ପଟ୍ଟନାୟକ, ନର୍ଲା ବିଧାୟିକା ମନୋରମା ମହାନ୍ତି, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଭବାନୀପାଟଣାର ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ ଓ ଲଳିତା ନାଏକଙ୍କ ସମେତ କଳାହାଣ୍ଡି ଜିଲ୍ଲାର ବହୁ ବିଜେଡି ନେତା ଓ କର୍ମୀ ଏହି ପ୍ରତିବାଦ ସଭାରେ ଅଂଶଗ୍ରହଣ କରିଥିଲେ।
ଏମଏମଡିଆର୍ ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ବିଜେଡି କର୍ମୀମାନେ ସ୍ଲୋଗାନ ଦେଇ ପ୍ରତିବାଦ ଜଣାଇଥିଲେ। ଏହି ବିଶାଳ ପ୍ରତିବାଦ ସଭାରେ ରାଜ୍ୟର ୩୦ଟି ଜିଲାରୁ ବିଜେଡି କର୍ମୀମାନେ ଯୋଗଦେଇଥିବା ଶ୍ରୀ ଯାଦବ କହିଛନ୍ତି।
Dharitri – Odisha’s No.1 Odia Daily

