ଏବେ ବି ବିପଦସଙ୍କୁଳ ଅବସ୍ଥାରେ ହଷ୍ଟେଲ କୋଠା

ବ୍ରହ୍ମପୁର ଅଫିସ ୭ା୯-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ସାବେରୀ ଛାତ୍ରୀନିବାସର ୩ ମହଲା ବିଶିଷ୍ଟ ଶୌଚାଳୟ କୋଠା ଭୁଶୁଡିବା ଘଟଣା ଏକମାସରୁ ଊର୍ଦ୍ଧ୍ୱ ବିତିଲାଣି। ତଥାପି ବିପଦସଙ୍କୁଳ ଅବସ୍ଥାରେ ଥିବା ଅନ୍ୟ ଛାତ୍ରୀନିବାସ ଓ ଛାତ୍ରାବାସ ସୁରକ୍ଷା ଦିଗରେ କର୍ତ୍ତୃପକ୍ଷ ଅବହେଳା କରୁଛନ୍ତି ା ପୁରୁଣା ତଥା ଭଗ୍ନ ଅବସ୍ଥାରେ ଥିବା ହଷ୍ଟେଲଗୁଡିକର ମରାମତି ଦିଗରେ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ଅଶାନ୍ତି ଦେଖାଦେଇଛି ା
ଛାତ୍ରୀ ନିବାସ, ଛାତ୍ରାବାସର ଅନ୍ତେବାସୀମାନେ ନିଜ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ା ହଷ୍ଟେଲ ସମସ୍ୟାର ସମାଧାନ ଓ ମରାମତି ଦାବି ନେଇ ଶୁକ୍ରବାର ଛାତ୍ରୀଛାତ୍ରମାନେ ସ୍ନାତକୋତ୍ତର ଅଧ୍ୟକ୍ଷା ପ୍ରଫେସର ଅରୁନ୍ଧତୀ ରଥଙ୍କୁ ଘେରାଉ କରିଛନ୍ତି। ସାବେରୀ ଛାତ୍ରୀନିବାସ ଶୌଚାଳୟ କୋଠା ଭୁଶୁଡିବା ପରେ ବି କାହିଁକି ଅନ୍ୟ ହଷ୍ଟେଲ ଭଙ୍ଗା କାନ୍ଥର ମରାମତି, କାନ୍ଥରେ ଉଠିଥିବା ଗଛ କଢ଼ାଯାଉ ନାହଁ ବୋଲି ସେମାନେ ପ୍ରଶ୍ନ କରିଥିଲେ। ହଷ୍ଟେଲ ସମସ୍ୟା ବୁଝିବାକୁ ନିୟମିତ ୱାର୍ଡେନ ପରିଦର୍ଶନରେ ଆସୁ ନ ଥିବା ମଧ୍ୟ କହିଥିଲେ। ଏଥିସହ ହଷ୍ଟେଲ ଓ ବିଭିନ୍ନ ବିଭାଗରରେ ରହିଥିବା ଶୌଚାଳୟ ନିୟମିତ ସଫେଇ ବ୍ୟବସ୍ଥା କରିବା, ବିଶୁଦ୍ଧ ପାନୀୟ ଜଳବ୍ୟବସ୍ଥା, କ୍ୟାମ୍ପସରେ ୱାଇଫାଇ ସେବା, ଏକ ବର୍ଷିଆ ପରୀକ୍ଷା କ୍ୟାଲେଣ୍ଡର ଛାତ୍ରୀଛାତ୍ରଙ୍କୁ ପ୍ରଦାନ କରିବା, ପିଏଚ୍‌ଡି ଥେସିସ ଓ ନାମଲେଖା ପ୍ରକ୍ରିିୟା ପାଇଁ ଉଚ୍ଚସ୍ତରୀୟ କମିଶନ ଗଠନ କରିବା, ହଷ୍ଟେଲ ଆଲର୍ଟମେଣ୍ଟ ପ୍ରକ୍ରିିୟା ପାଇଁ ସିଙ୍ଗଲ ୱିଣ୍ଡୋ ପ୍ରକ୍ରିିୟା ଲାଗୁ କରିବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରାଯାଇଛି। ଏ ନେଇ ସ୍ନାତକ ପରିଷଦ ଅଧ୍ୟକ୍ଷା ପ୍ରଫେସର ରଥଙ୍କୁ ଛାତ୍ରୀଛାତ୍ରମାନେ ୯ ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ ା
୭ ଦିନ ମଧ୍ୟରେ ଦାବି ପୂରଣ ଦିଗରେ ପଦକ୍ଷେପ ଗ୍ରହଣ କରା ନ ଗଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଛାତ୍ରୀଛାତ୍ରମାନେ ଚେତାବାନୀ ଦେଇଛନ୍ତି। ତୁତୁନ ପାତ୍ର, ଆଲୋକ ନାୟକ, ହରିଶ ବେହେରା, ସତ୍ୟଜିତ ନାୟକ, ଅନନ୍ତ ପ୍ରଧାନ, ଛୋଟରାୟ ହାଂସଦା, ନବୀନ ପଣ୍ଡା, ମୁକେଶ ବିଶ୍ୱାଳ ପ୍ରମୁଖ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଛାତ୍ରୀଛାତ୍ରଙ୍କ ଦାବି ସମ୍ପର୍କରେ କୁଳସଚିବ ଓ ହଷ୍ଟେଲ ୱାର୍ଡେନଙ୍କୁ ଅବଗତ କରାଇବା ସହ ୭ ଦିନ ମଧ୍ୟରେ ସମସ୍ତ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷା ପ୍ରଫେସର ରଥ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri