ଏପ୍ରିଲରେ ଔଦ୍ୟୋଗିକ ଉତ୍ପାଦନ ଠପ୍‌

ମୁମ୍ବାଇ,୧୩।୬: କରୋନାକୁ ରୋକିବା ଲାଗି ସାରା ଦେଶରେ ମାର୍ଚ୍ଚ ୨୫ଠାରୁ ଘୋଷଣା ହୋଇଥିବା ଲକ୍‌ଡାଉନ ଯୋଗୁ ଆର୍ଥତ୍କ କାର୍ଯ୍ୟକଳାପ ବନ୍ଦ ରହିଥିଲା। ଏହି ସମୟରେ ଦେଶର ଶିଳ୍ପ ୟୁନିଟଗୁଡିକରୁ ଉତ୍ପାଦନ ରେକର୍ଡ ହ୍ରାସ ପାଇଛି। ଏଭଳି କାରଣ ଲାଗି ଏପ୍ରିଲରେ ଔଦ୍ୟୋଗିକ ଉତ୍ପାଦନ ୫୫.୫% ନିମ୍ନରେ ରହିଥିବା ଜଣାପଡିଛି। ମାର୍ଚ୍ଚରେ ଏହା ୧୬.୭% ଖସିଥିଲା। ବର୍ତ୍ତମାନ କଟକଣା କୋହଳ କରାଯାଉଥିବାରୁ ଶିଳ୍ପଗୁଡିକରେ ଉତ୍ପାଦନ ବଢ଼ିବ ବୋଲି ବଜାର ବିଶେଷଜ୍ଞ କହିଛନ୍ତି। ହେଲେ ସବୁ କିଛି ଟ୍ରାକ୍‌କୁ ଫେରିବା ଲାଗି କଷ୍ଟକର ହେବ। କାରଣ ଶିଳ୍ପଗୁଡିକରେ ବର୍ତ୍ତମାନ ଶ୍ରମିକ,ଲଜିଷ୍ଟିକ ଏବଂ କଞ୍ଚାମାଲ ସମସ୍ୟା ଲାଗି ରହିଛି।
ସରକାର ଶୁକ୍ରବାର ଏ ସମ୍ପର୍କରେ ଡାଟା ଜାରି କରିଛନ୍ତି। ଏପ୍ରିଲରେ ଅଧିକାଂଶ ଶିଳ୍ପ ସଂସ୍ଥା ଉତ୍ପାଦନ ବନ୍ଦ ରଖିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏ ସମ୍ପର୍କରେ ବିସ୍ତୃତ ଡାଟା ସରକାର ଜାରି କରିନାହାନ୍ତି। ଏପ୍ରିଲ ଆଇଆଇପି ଡାଟାକୁ ଅନ୍ୟ ମାସ ସହ ତୁଳନା କରିବା ଉଚିତ ନୁହେଁ ବୋଲି ସରକାରଙ୍କ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ଯୁକ୍ତିରେ କୁହାଯାଇଛି। ଔଦ୍ୟୋଗିକ ଉତ୍ପାଦନ ସୂଚୀ(ଆଇଆଇପି)ରେ ମାନୁଫାକଚରିଂର ଅଂଶ ୭୮% ରହିଛି। ଏପ୍ରିଲ କାର୍ଯ୍ୟକଳାପ ବାଧାପ୍ରାପ୍ତ ହେବା ଯୋଗୁ ମାନୁଫାକଚରିଂ ୬୪.୨% ଖସିଥିବା ଜଣାପଡିଛି। ମାର୍ଚ୍ଚରେ ମାତ୍ର ୭ ଦିନ ଲକ୍‌ଡାଉନ ରହିଥିବା ବେଳେ ମାନୁଫାକଚରିଂ ୨୦.୬% ହ୍ରାସ ଘଟିଛି।
ଏଥିରୁ ଜଣାପଡୁଛି ଯେ, ଦେଶର ଶିଳ୍ପ କ୍ଷେତ୍ର ଚାପରେ ରହିଛି। ମାନୁଫାକଚରିଂ ସମସ୍ତ ୨୩ ଉପକ୍ଷେତ୍ରରେ ଗତ ମାସଗୁଡିକରେ ହ୍ରାସ ଧାରା ଜାରି ରହିଛି। ଏହି ସମୟରେ ଖଣି କ୍ଷେତ୍ର କାର୍ଯ୍ୟକଳାପ ୨୭.୩% ଖସିଛି। ଚାହିଦା କମିବା ଯୋଗୁ ବିଦ୍ୟୁତ୍‌ ଉତ୍ପାଦନ ୨୨% ହ୍ରାସ ଘଟିଛି। ୨୦୧୯-୨୦ରେ ଶିଳ୍ପ ଉତ୍ପାଦନ ୦.୭% ହ୍ରାସ ଘଟିଛି। ଏହା ୨୦୧୮-୧୯ରେ ୩.୮% ଅଭିବୃଦ୍ଧି ହାସଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri