ଏପିଓ ଦାୟିତ୍ୱ ସମ୍ଭାଳୁଛନ୍ତି ଜିଆର୍‌ଏସ୍‌

ନାଉଗାଁ , ୬।୨ (ସ୍ବ.ପ୍ର.): ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ମାଧ୍ୟମରେ କରାଯାଉଥିବା ବିଭିନ୍ନ କାର୍ଯ୍ୟର ସୂଚନା ଓ ତଦାରଖ ବ୍ଲକ ଏପିଓ (ଆଡିସନାଲ୍‌ ପ୍ରୋଗ୍ରାମ୍‌ ଅଫିସର୍‌) କରିଥାନ୍ତି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଏପିଓ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ହୋଇଥିବା ବେଳେ ନାଉଗାଁ  ବ୍ଲକରେ ଜଣେ ଜିଆର୍‌ଏସ୍‌ ଏପିଓ ଦାୟିତ୍ୱ ତୁଲାଉଛନ୍ତି। ୩ ମାସ ହେବ ନାଉଗାଁ  ବ୍ଲକ ପୂର୍ବତନ ଏପିଓ ଜ୍ୟୋତିପ୍ରକାଶ ନାୟକଙ୍କୁ ଜଗତ୍‌ସିଂହପୁର ବ୍ଲକକୁ ବଦଳି କରିଦିଆଯାଇଥିବା ବେଳେ ଜିଆର୍‌ଏସ୍‌ଙ୍କୁ ଏପିଓ ଦାୟିତ୍ୱ ଦିଆଯାଇଛି। ଏ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଜିଆର୍‌ଏସ୍‌ମାନେ ବି ଏପିଓଙ୍କ କାର୍ଯ୍ୟ କରିପାରିବେ ବୋଲି ଜଗତ୍‌ସିଂହପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି କହିଛନ୍ତି। ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପିଓଙ୍କ ଶିକ୍ଷାଗତ ଯୋଗ୍ୟତା ସର୍ବନିମ୍ନ ଗ୍ରାଜୁଏଶନ ସହ ମ୍ୟାନେଜମେଣ୍ଟ କୋର୍ସ କିମ୍ବା ଏମ୍‌ଏସ୍‌ଡବ୍ଲ୍ୟୁ ରହିଥିବା ବେଳେ ଜିଆର୍‌ଏସ୍‌ଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ ସହ କମ୍ପ୍ୟୁଟର ଜ୍ଞାନ ରହିଛି। ତେବେ ଜିଆର୍‌ଏସ୍‌ମାନେ କିଭଳି ଏପିଓଙ୍କ ଦାୟିତ୍ୱ ତୁଲାଇବେ ସେ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ପ୍ରକାଶ ଯେ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା-୧୮୪୩୧, ତା-୧୭।୧୦।୨୦୧୯ରେ ଜିଆରଏସ୍‌ମାନଙ୍କ ବଦଳି ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିବା ବେଳେ ଜିଲା ଭିତରେ ଏମାନଙ୍କ ବଦଳି କରିବାକୁ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହା ବଳରେ ବ୍ଲକ ପ୍ରଶାସନ ଜିଆରଏସ୍‌ମାନଙ୍କୁ ବଦଳି କରିଥିବା ବେଳେ କେତେଜଣ ଏହାକୁ ସ୍ଥଗିତ ରଖିବା ପାଇଁ ନ୍ୟାୟାଳୟର ଦ୍ୱରସ୍ଥ ହୋଇଛନ୍ତି। ଅନ୍ୟମାନେ କାର୍ଯ୍ୟରେ ଯୋଗଦେଇଥିବା ଜଣାପଡ଼ିଛି। ତିର୍ତ୍ତୋଲ ଓ ବାଲିକୁଦା ବ୍ଲକ ଅଞ୍ଚଳର ୨ଜଣ ଜିଆର୍‌ଏସ୍‌ଙ୍କୁ ନାଉଗାଁ ବଦଳି କରାଯାଇଛି। ତିର୍ତ୍ତୋଲର ଶୁଭେନ୍ଦୁ ମୁଦୁଲିଙ୍କୁ ନାଉଗାଁ ର ବଛାଳୋ ଓ ବାଲିକୁଦା ବ୍ଲକର ରାଜକିଶୋର ପରିଡ଼ାଙ୍କୁ ଡାବର ପଞ୍ଚାୟତରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ରହିଛି। କିନ୍ତୁ ବଛାଳୋରେ ଶୁଭେନ୍ଦୁ ଯୋଗଦେଇ ନ ଥିବା ବେଳେ ରାଜକିଶୋର ପରିଡ଼ା ଡାବରରେ ଯୋଗଦେଇଛନ୍ତି। ହେଲେ ରାଜକିଶୋର ପଞ୍ଚାୟତ ଦାୟିତ୍ୱ ନ ନେଇ ବ୍ଲକରେ ଏପିଓଙ୍କ କାର୍ଯ୍ୟ ସମ୍ଭାଳୁଛନ୍ତି। ବ୍ଲକରେ ଅନ୍ୟାନ୍ୟ ଉଚ୍ଚ ପଦ ପଦବୀ ଅଧିକାରୀ ରହିଥିଲେ ବି ଜଣେ ଜିଆରଏସ୍‌ଙ୍କୁ ଏପିଓ ଦାୟିତ୍ୱ ଦିଆଯାଇଥିବା ନେଇ ଜୋର୍‌ଦାର୍‌ ଚର୍ଚ୍ଚା ହେଉଛି। ଅପରପକ୍ଷେ ଉକ୍ତ ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଉ ନ ଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତିଙ୍କୁ ପଚାରିବାରେ, ଜିଆର୍‌ଏସ୍‌ମାନେ ଉକ୍ତ ପଦବୀରେ ରହିଲେ କୌଣସି ଅସୁବିଧା ନାହିଁ। ସେମାନେ ବି ଏପିଓ କାର୍ଯ୍ୟ କରିପାରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri