Posted inଜାତୀୟ

ଏନ୍‌ଡିଏ ୨: ଆରମ୍ଭରୁ ଫାଟ

ନୂଆଦିଲ୍ଲୀ,୧ା୬: ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ପୂର୍ଣ୍ଣ ବହୁମତ ପାଇ କେନ୍ଦ୍ରରେ ପୁଣିଥରେ କ୍ଷମତାସୀନ ହୋଇଛି। ସାଧାରଣ ନିର୍ବାଚନରେ ଲୋକ ସଭାର ୫୪୨ ସିଟ୍‌ରୁ ଭାଜପାକୁ ୩୦୩ଟିରେ ସଫଳତା ମିଳିଥିବାବେଳେ ଏନ୍‌ଡିଏ ୩୫୩ ଆସନ ଦଖଲ କରିଛି। ସଂଖ୍ୟାବଳରେ ବଳୀୟାନ ଏହି ମେଣ୍ଟର ଦ୍ୱିତୀୟ ପାଳି ଶାସନ ଶପଥ ଗ୍ରହଣ ପରେ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ହେଲେ କ୍ୟାବିନେଟ୍‌ରେ ସ୍ଥାନ ପାଇ ନ ଥିବା କେତେକ ସହଯୋଗୀ ଦଳ ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିବାରେ ଲାଗିଲେଣି। ସଂଖ୍ୟାଗରିଷ୍ଠତା ଦୃଷ୍ଟିରୁ ୫ ବର୍ଷ ଯାଏ କେନ୍ଦ୍ର ସରକାର ପ୍ରତି କିଛି ବିପଦ ନ ଥିଲେ ମଧ୍ୟ ମେଣ୍ଟ ରାଜନୀତି ପାଇଁ ଏହା ଆଦୌ ଶୁଭଙ୍କର ନୁହେଁ ବୋଲି ବିଶ୍ଳେଷକମାନେ ମତଦେଇଛନ୍ତି।
ସଦ୍ୟ ଅନୁଷ୍ଠିତ ନିର୍ବାଚନରେ ଏନ୍‌ଡିଏରେ ସାମିଲ ଥିବା (ଭାଜପାକୁ ବାଦ୍‌ ଦେଲେ) ଦଳଗୁଡ଼ିକୁ ପ୍ରାୟ ୫୦ ଆସନରେ ସଫଳତା ମିଳିଛି। ସେଗୁଡ଼ିକ ମଧ୍ୟରୁ ପ୍ରମୁଖ ଶିବସେନାକୁ ୧୮, ସଂଯୁକ୍ତ ଜନତା ଦଳ (ଜେଡିୟୁ) ୧୬ ଓ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି)କୁ ୬ ଆସନ ମିଳିଛି। ସେହିପରି ଶିରୋମଣି ଅକାଳୀ ଦଳ (ଏସ୍‌ଏଡି) ଏବଂ ଅପ୍‌ନା ଦଳ (ସୋନେଲାଲ)କୁ ୨ଟି ଲେଖାଏ ଆସନ ମିଳିଥିବାବେଳେ ଏଆଇଏଡିଏମ୍‌କେ ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ସରକାରରେ ଏହି ପ୍ରମୁଖ ୬ ସହଯୋଗୀ ଦଳ ଭାଗରେ ଗୋଟିଏ ଲେଖାଏ ମନ୍ତ୍ରୀପଦ ମିଳିବ ବୋଲି କୁହାଯାଉଥିଲା। ହେଲେ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶିବସେନାର ଲୋକ ସଭା ସଦସ୍ୟ ଅରବିନ୍ଦ ସାଓ୍ବନ୍ତ ଏବଂ ଏସ୍‌ଏଡିର ହର୍‌ସିମ୍‌ରତ୍‌ କୌର ବାଦଲଙ୍କୁ ଶପଥପାଠ କରାଇଥିଲେ। କ୍ୟାବିନେଟରେ ସ୍ଥାନ ପାଇଥିବା ଅନ୍ୟ ୨ ସଦସ୍ୟ ହେଲେ ଏଲ୍‌ଜେପି ଅଧ୍ୟକ୍ଷ ରାମବିଳାସ ପାଶ୍ୱାନ ଏବଂ ରିପବ୍ଲିକାନ୍‌ ପାର୍ଟି ଅଫ୍‌ ଇଣ୍ଡିଆ (ଆର୍‌ପିଆଇ) ମୁଖ୍ୟ ରାମଦାସ ଅଠାଓ୍ବଲେ। ଏହି ଦୁଇନେତା ହେଉଛନ୍ତି ରାଜ୍ୟ ସଭା ସଦସ୍ୟ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁ, ତାମିଲନାଡୁରେ କ୍ଷମତାସୀନ ଏଆଇଏଡିଏମ୍‌କେ ଏବଂ ଅନୁପ୍ରିୟା ପଟେଲଙ୍କ ଅପ୍‌ନା ଦଳର କେହି ଜଣେ ହେଲେ କ୍ୟାବିନେଟରେ ସାମିଲ ହୋଇନାହାନ୍ତି। ଏହାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି। ନୀତୀଶ ଶେଷ ମୁହୂର୍ତ୍ତ ଯାଏ ଜେଡିୟୁ ପାଇଁ ଅନୂ୍ୟନ ୨ଟି ମନ୍ତ୍ରୀପଦ ଦାବି କରିଥିଲେ, ଯାହାକୁ ମୋଦି ଗ୍ରହଣ କରି ନ ଥିଲେ। ମାତ୍ର ଗୋଟିଏ ମନ୍ତ୍ରୀପଦ ପାଇଁ ନୀତୀଶ ରାଜି ନ ହେବାରୁ ଶେଷରେ କ୍ୟାବିନେଟରେ ସାମିଲ ହେବାକୁ ଥିବା ଆର୍‌ସିପି ସିଂ ଶପଥ ନେଲେନାହିଁ। ସେହିପରି ପୂର୍ବ ମନ୍ତ୍ରିମଣ୍ଡଳରେ ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଥିବା ଅନୁପ୍ରିୟା ପଟେଲ ଏଥର କ୍ୟାବିନେଟ ପାହ୍ୟା ଦାବି କରିଥିବାବେଳେ ତାହା ଅଗ୍ରାହ୍ୟ ହୋଇଯାଇଥିଲା। ଫଳରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରୁ ଫୋନ୍‌ କଲ୍‌ ଆସିବା ପରେ ମଧ୍ୟ ସେ ଶପଥ ନେବାକୁ ଗଲେନାହିଁ। ଅନୁରୂପ ଭାବେ ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ ଓ. ପନ୍ନିରସେଲଭମ୍‌ଙ୍କ ପୁଅ ତଥା ଏଆଇଏଡିଏମ୍‌କେର ଏକମାତ୍ର ଲୋକ ସଭା ସଦସ୍ୟ ରବୀନ୍ଦ୍ରନାଥ କୁମାର ଏବଂ ରାଜ୍ୟ ସଭା ସଦସ୍ୟ ଆର୍‌. ଭାଇଥିଲିଙ୍ଗମ୍‌ କ୍ୟାବିନେଟ୍‌ରେ ସ୍ଥାନ ପାଇବେ ବୋଲି ଚର୍ଚ୍ଚା ଚାଲିଥିବାବେଳେ ଶପଥ ଗ୍ରହଣ ପାଇଁ ଉଭୟଙ୍କ ମଧ୍ୟରୁ କାହାକୁ ଡକରା ଆସି ନ ଥିଲା। ଏହାକୁ ନେଇ ଏଆଇଏଡିଏମ୍‌କେରେ ନୈରାଶ୍ୟ ଦେଖାଦେଇଛି। ରାମବିଳାସ ମଧ୍ୟ ତାଙ୍କ ପୁଅ ଚିରାଗ ପାଶ୍ୱାନଙ୍କ ପାଇଁ ମନ୍ତ୍ରୀପଦ ଦାବି କରୁଥିବା ଜଣାପଡ଼ିଛି। ତେଣୁ ପରବର୍ତ୍ତୀ ସମୟରେ କେନ୍ଦ୍ର କ୍ୟାବିନେଟରେ ଏହି ସହଯୋଗୀ ଦଳଗୁଡ଼ିକୁ ଉପଯୁକ୍ତ ପ୍ରତିନିଧିତ୍ୱ ନ ମିଳିଲେ ଏନ୍‌ଡିଏରେ ଫାଟ ବଢ଼ିବା ଆଶଙ୍କା କରାଯାଉଛି। ବିହାରରେ ୨୦୨୦ ଅକ୍ଟୋବର, ତାମିଲନାଡୁରେ ୨୦୨୧ ମେ ଓ ଉତ୍ତରପ୍ରଦେଶରେ ୨୦୨୨ ଫେବୃୟାରୀ ଆଡ଼କୁ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏନ୍‌ଡିଏର ଏହି ଅଂଶୀଦାର ଦଳଗୁଡ଼ିକ ଭାଜପା ପାଇଁ ଅଡୁଆ ସାଜିପାରନ୍ତି ବୋଲି ରାଜନୈତିକ ପଣ୍ଡିତମାନେ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାମନବମୀରେ ଭାଜପା ହିଂସାକୁ ଉସୁକାଇଥିଲା: ମମତା

କୋଲକାତା,୧୮ା୪: ପଶ୍ଚିମବଙ୍ଗରେ ରାମନବମୀ ପାଳନ ବେଳେ ଭାଜପା ହିଂସାକୁ ଉସୁକାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ ଜିଲାରେ ଯେଉଁ ହିଂସାକାଣ୍ଡ...

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

ଇରାନ କବଜାରେ ଥିବା ଜାହାଜରୁ ଭାରତ ଫେରିଲେ ପ୍ରଥମ କ୍ରୁ ମେମ୍ବର

ନୂଆଦିଲ୍ଲୀ,୧୮।୪: କେରଳ ତ୍ରିଶୁରର ବାସିନ୍ଦା ମହିଳାକ୍ୟାଡେଟ ଆନ ଟେସା ଜୋସେଫ, କାର୍ଗୋ ଜାହାଜ MSC Aries ରେ ଥିବା ଭାରତୀୟ କ୍ରୁଙ୍କ ଅଂଶ ଭାବରେ ଗୁରୁବାର...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

କେଜରିଓ୍ବାଲଙ୍କୁ ଜେଲରେ ହତ୍ୟା ପାଇଁ କରାଯାଉଛି ଷଡଯନ୍ତ୍ର: ଆତିଶି

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘରେ ତିଆରି ଖାଦ୍ୟ ଖାଇ ତାଙ୍କ ସୁଗାର ଲେବଲକୁ ବଢାଉଥିବା ଇଡି ଅଭିଯୋକ କରିବା ପରେ ଏବେ ଆମ...

ପ୍ରଥମ ପର୍ଯ୍ୟାୟ ମତଦାନ: ୧୬.୬୩ କୋଟି ଭୋଟର, ୧୬୨୫ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୮।୪: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ମତଦାନରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି। ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri