ଏନ୍‌ଡିଏର କ୍ଷମତା ପ୍ରତ୍ୟାବର୍ତ୍ତନରେ ସହାୟକ ମୁଖ୍ୟ ଆର୍ଥିକ ନୀତି

ନୂଆଦିଲ୍ଲୀ,୨୪-୫: ସାଧାରଣ ନିର୍ବାଚନର ଗଣନାରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କୁ ଜନାଦେଶ ମିଳିବାକୁ ଯାଉଛି। ନିଜ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେତେକ ଯୋଜନା ଘୋଷଣା କରିଥିଲେ। ଏଥିଯୋଗୁ ସରକାରକୁ କ୍ଷମତା ଫେରିପାଇଛି ବୋଲି କୁହାଯାଉଛି। ସେଗୁଡ଼ିକ ହେଲା..
୫ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼
ଚଳିତ ବର୍ଷର ଅନ୍ତରୀଣ ବଜେଟ୍‌ରେ ମଧ୍ୟବିତ୍ତଙ୍କୁ ଟିକସ କ୍ଷେତ୍ରରେ ଖୁସି କରିବାକୁ ଯାଇ କେନ୍ଦ୍ର ସରକାର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟିକସମୁକ୍ତ ଘୋଷଣା କଲେ। ମଧ୍ୟବିତ୍ତ ପରିବାର ଭୋଟ୍‌ ଆକାରରେ ଏହାକୁ ଏନ୍‌ଡିଏ ସରକାରଙ୍କୁ ଫେରାଇ ଦେଇଥିବା କୁହାଯାଉଛି।
ମୁଦ୍ରା ଯୋଜନା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମୁଦ୍ରା ଯୋଜନା ଅଧୀନରେ ବ୍ୟବସାୟ ଆରମ୍ଭ କରିବା ଲାଗି ସରକାର ପ୍ରତ୍ୟେକ ବ୍ୟକ୍ତିଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିବାର ବ୍ୟବସ୍ଥା କଲେ। ତେବେ ଏହି ଯୋଜନାର ସୁଧ ହାର ନିଶ୍ଚିତ ନ ଥିଲା। ତେଣୁ ରିଜର୍ଭ ବ୍ୟାଙ୍କ ମାନଦଣ୍ଡ ଅନୁଯାୟୀ ବ୍ୟାଙ୍କଗୁଡ଼ିକ ଭିନ୍ନ ଭିନ୍ନ ସୁଧ ହାର ନେଲେ। ଏହି ଯୋଜନାରେ ମିଳିଥିବା ଋଣରୁ ଲୋକେ ଫାଇଦା ଉଠାଇଲେ ଏବଂ ନିଜର ବ୍ୟବସାୟ ସ୍ଥାପନ କଲେ।
ସୁକନ୍ୟା ସମୃଦ୍ଧି ଯୋଜନା
କନ୍ୟାଙ୍କ ଶିକ୍ଷା ଏବଂ ସେମାନଙ୍କ ବିବାହ ଲାଗି ସଞ୍ଚୟ କରିବା ଉଦ୍ଦେଶ୍ୟରେ ସରକାର ସୁକନ୍ୟା ସମୃଦ୍ଧି ଯୋଜନା ଘୋଷଣା କରିଥିଲେ। ଏହି ଯୋଜନାରେ ୮% ସୁଧ ପ୍ରଦାନ କରାଯାଉଛି।
ଆୟୁଷ୍ମାନ ଯୋଜନା
କେନ୍ଦ୍ର ସରକାର ୨୦୧୮ ସେପ୍ଟେମ୍ବର ୨୫ରେ ପ୍ରଧାନମନ୍ତ୍ରୀ ଜନ ଔଷଧି ଯୋଜନା(ପିଏମ୍‌ଜଓ୍ବୋଇଏମ୍‌) ବା ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ କରାଯାଇଥିଲା। ଏହା ଅଧୀନରେ ଦେଶର ୧୦ କୋଟିରୁ ଊର୍ଦ୍ଧ୍ୱ ପରିବାରର ପ୍ରାୟ ୫୦ କୋଟି ଲୋକଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କା ଲେଖାଏ ସ୍ବାସ୍ଥ୍ୟ ବୀମା ଉପଲବ୍ଧ କରାଯାଉଛି। ଏଥିରେ ଚିକିତ୍ସା ଲାଗି ମୋଟ୍‌ ୧୩୫୪ ପ୍ୟାକେଜ ରହିଛି। ଯେଉଁଥିରେ କ୍ୟାନସର ସର୍ଜରୀ ଓ କେମୋଥେରାପୀ, ରେଡିଏଶନ ଥେରାପୀ, ହାର୍ଟ ବାଇପାସ୍‌ ସର୍ଜରୀ ଆଦି ବ୍ୟୟବହୁଳ ଚିକିତ୍ସାକୁ ସାମିଲ କରାଯାଇଛି। ଏହି ଯୋଜନାର ଫାଇଦା ଉଠାଇବା ଲାଗି ଆଧାର କାର୍ଡ ଅନାବଶ୍ୟକ।
ଉଜ୍ଜ୍ୱଳା ଯୋଜନା
ସରକାର ସବୁ ଗରିବ ପରିବାରକୁ ନିଃଶୁଳ୍କ ଏଲ୍‌ପିଜି ସଂଯୋଗ ଦେବା ଲାଗି ଆରମ୍ଭ କରିଥିଲେ ଉଜ୍ଜ୍ୱଳା ଯୋଜନା। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରର ମହିଳାଙ୍କ ନାମରେ ସରକାର ମାଗଣାରେ ରସୋଇ ଗ୍ୟାସ୍‌ ସଂଯୋଗ ଦେଉଛନ୍ତି। ଏହି ଯୋଜନାରେ ତୈଳ କମ୍ପାନୀଗୁଡ଼ିକ ଗ୍ୟାସ୍‌ ସଂଯୋଗ ପ୍ରତି ୧୬୦୦ ଟଙ୍କା ସବ୍‌ସିଡି ଦେଉଛନ୍ତି। ତେବେ ଗ୍ରାହକଙ୍କୁ କେବଳ ଚୂଲି କିଣିବାକୁ ପଡିଥାଏ। ମାସିକ କିସ୍ତିରେ ଚୂଲି ଓ ପ୍ରଥମ ସିଲିଣ୍ଡର ମୂଲ୍ୟ ଦେଇହୁଏ।
ଚାଷୀଙ୍କ ଖାତାରେ ସହାୟତା
ଚଳିତ ବର୍ଷର ଅନ୍ତରଣ ବଜେଟରେ କ୍ଷୁଦ୍ର ଓ ମଧ୍ୟମ ବର୍ଗର ଚାଷୀଙ୍କୁ ଆଶ୍ୱସ୍ତ କରିବାକୁ ଯାଇ କେନ୍ଦ୍ର ସରକାର ପ୍ରତ୍ୟେକ ଚାଷୀଙ୍କ ଖାତାରେ ପ୍ରତିବର୍ଷ ତିନୋଟି କିସ୍ତିରେ ପ୍ରତିବର୍ଷ ୬ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ନିର୍ବାଚନ ପୂର୍ବରୁ ୨ଟି କିସ୍ତି ଟଙ୍କା ପ୍ରଦାନ କରାଯାଇଥିଲା। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ମାଷ୍ଟର ଷ୍ଟ୍ରୋକ୍‌ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜିରୋ ବାଲାନ୍ସ ଆକାଉଣ୍ଟରୁ ଉଠାଇପାରିବେ ୧୦ହଜାର ଟଙ୍କା, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ କାର୍ଯ୍ୟକାଳର ସବୁଠାରୁ ଲୋକପ୍ରିୟ ଯୋଜନାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଜନ ଧନ (ପ୍ରଧାନମନ୍ତ୍ରୀ ଜନ ଧନ) ଆକାଉଣ୍ଟ। ଏହି ଯୋଜନା…

DA Hike: କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ଆସିବ ଅଧିକ ଦରମା!

ନୂଆଦିଲ୍ଲୀ,୨୦।୨: ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ମୋଦି ସରକାର । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି ।…

Railways fare Alert: ରେଲେଓ଼୍ବ ଏହି ୧୦ଟି ଟ୍ରେନର ଭଡାରେ କଲା ପରିବର୍ତ୍ତନ, ଯାତ୍ରା କରିବା ପୂର୍ୱରୁ ଜାଣି ନିଅନ୍ତୁ ଜରୁରୀ ଖବର…

ନୂଆଦିଲ୍‌ଲୀ,୨୦।୨:ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ତେଣୁ, ଏହି ଖବର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରାସଙ୍ଗିକ। ରେଳବାଇ 10ଟି ଟ୍ରେନରେ ଭଡା…

ଦେଶର ଖଣିଜ ଉତ୍ପାଦନକୁ ଓଡ଼ିଶାର ଯୋଗଦାନ ୪୩.୭

ଭୁବନେଶ୍ୱର,୨୦ା୨: ଦେଶର ଅର୍ଥନୀତିର ଚକକୁ ଗତିଶୀଳ କରିବାରେ ଓଡ଼ିଶାର ଖଣି ସମ୍ପଦ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛି। ଦେଶର ମୋଟ ଖଣିଜ ଉତ୍ପାଦନରେ ଓଡ଼ିଶାର ଅବଦାନ…

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri