ଏନ୍‌ଡିଏର କ୍ଷମତା ପ୍ରତ୍ୟାବର୍ତ୍ତନରେ ସହାୟକ ମୁଖ୍ୟ ଆର୍ଥିକ ନୀତି

ନୂଆଦିଲ୍ଲୀ,୨୪-୫: ସାଧାରଣ ନିର୍ବାଚନର ଗଣନାରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କୁ ଜନାଦେଶ ମିଳିବାକୁ ଯାଉଛି। ନିଜ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେତେକ ଯୋଜନା ଘୋଷଣା କରିଥିଲେ। ଏଥିଯୋଗୁ ସରକାରକୁ କ୍ଷମତା ଫେରିପାଇଛି ବୋଲି କୁହାଯାଉଛି। ସେଗୁଡ଼ିକ ହେଲା..
୫ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼
ଚଳିତ ବର୍ଷର ଅନ୍ତରୀଣ ବଜେଟ୍‌ରେ ମଧ୍ୟବିତ୍ତଙ୍କୁ ଟିକସ କ୍ଷେତ୍ରରେ ଖୁସି କରିବାକୁ ଯାଇ କେନ୍ଦ୍ର ସରକାର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟିକସମୁକ୍ତ ଘୋଷଣା କଲେ। ମଧ୍ୟବିତ୍ତ ପରିବାର ଭୋଟ୍‌ ଆକାରରେ ଏହାକୁ ଏନ୍‌ଡିଏ ସରକାରଙ୍କୁ ଫେରାଇ ଦେଇଥିବା କୁହାଯାଉଛି।
ମୁଦ୍ରା ଯୋଜନା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମୁଦ୍ରା ଯୋଜନା ଅଧୀନରେ ବ୍ୟବସାୟ ଆରମ୍ଭ କରିବା ଲାଗି ସରକାର ପ୍ରତ୍ୟେକ ବ୍ୟକ୍ତିଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିବାର ବ୍ୟବସ୍ଥା କଲେ। ତେବେ ଏହି ଯୋଜନାର ସୁଧ ହାର ନିଶ୍ଚିତ ନ ଥିଲା। ତେଣୁ ରିଜର୍ଭ ବ୍ୟାଙ୍କ ମାନଦଣ୍ଡ ଅନୁଯାୟୀ ବ୍ୟାଙ୍କଗୁଡ଼ିକ ଭିନ୍ନ ଭିନ୍ନ ସୁଧ ହାର ନେଲେ। ଏହି ଯୋଜନାରେ ମିଳିଥିବା ଋଣରୁ ଲୋକେ ଫାଇଦା ଉଠାଇଲେ ଏବଂ ନିଜର ବ୍ୟବସାୟ ସ୍ଥାପନ କଲେ।
ସୁକନ୍ୟା ସମୃଦ୍ଧି ଯୋଜନା
କନ୍ୟାଙ୍କ ଶିକ୍ଷା ଏବଂ ସେମାନଙ୍କ ବିବାହ ଲାଗି ସଞ୍ଚୟ କରିବା ଉଦ୍ଦେଶ୍ୟରେ ସରକାର ସୁକନ୍ୟା ସମୃଦ୍ଧି ଯୋଜନା ଘୋଷଣା କରିଥିଲେ। ଏହି ଯୋଜନାରେ ୮% ସୁଧ ପ୍ରଦାନ କରାଯାଉଛି।
ଆୟୁଷ୍ମାନ ଯୋଜନା
କେନ୍ଦ୍ର ସରକାର ୨୦୧୮ ସେପ୍ଟେମ୍ବର ୨୫ରେ ପ୍ରଧାନମନ୍ତ୍ରୀ ଜନ ଔଷଧି ଯୋଜନା(ପିଏମ୍‌ଜଓ୍ବୋଇଏମ୍‌) ବା ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ କରାଯାଇଥିଲା। ଏହା ଅଧୀନରେ ଦେଶର ୧୦ କୋଟିରୁ ଊର୍ଦ୍ଧ୍ୱ ପରିବାରର ପ୍ରାୟ ୫୦ କୋଟି ଲୋକଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କା ଲେଖାଏ ସ୍ବାସ୍ଥ୍ୟ ବୀମା ଉପଲବ୍ଧ କରାଯାଉଛି। ଏଥିରେ ଚିକିତ୍ସା ଲାଗି ମୋଟ୍‌ ୧୩୫୪ ପ୍ୟାକେଜ ରହିଛି। ଯେଉଁଥିରେ କ୍ୟାନସର ସର୍ଜରୀ ଓ କେମୋଥେରାପୀ, ରେଡିଏଶନ ଥେରାପୀ, ହାର୍ଟ ବାଇପାସ୍‌ ସର୍ଜରୀ ଆଦି ବ୍ୟୟବହୁଳ ଚିକିତ୍ସାକୁ ସାମିଲ କରାଯାଇଛି। ଏହି ଯୋଜନାର ଫାଇଦା ଉଠାଇବା ଲାଗି ଆଧାର କାର୍ଡ ଅନାବଶ୍ୟକ।
ଉଜ୍ଜ୍ୱଳା ଯୋଜନା
ସରକାର ସବୁ ଗରିବ ପରିବାରକୁ ନିଃଶୁଳ୍କ ଏଲ୍‌ପିଜି ସଂଯୋଗ ଦେବା ଲାଗି ଆରମ୍ଭ କରିଥିଲେ ଉଜ୍ଜ୍ୱଳା ଯୋଜନା। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରର ମହିଳାଙ୍କ ନାମରେ ସରକାର ମାଗଣାରେ ରସୋଇ ଗ୍ୟାସ୍‌ ସଂଯୋଗ ଦେଉଛନ୍ତି। ଏହି ଯୋଜନାରେ ତୈଳ କମ୍ପାନୀଗୁଡ଼ିକ ଗ୍ୟାସ୍‌ ସଂଯୋଗ ପ୍ରତି ୧୬୦୦ ଟଙ୍କା ସବ୍‌ସିଡି ଦେଉଛନ୍ତି। ତେବେ ଗ୍ରାହକଙ୍କୁ କେବଳ ଚୂଲି କିଣିବାକୁ ପଡିଥାଏ। ମାସିକ କିସ୍ତିରେ ଚୂଲି ଓ ପ୍ରଥମ ସିଲିଣ୍ଡର ମୂଲ୍ୟ ଦେଇହୁଏ।
ଚାଷୀଙ୍କ ଖାତାରେ ସହାୟତା
ଚଳିତ ବର୍ଷର ଅନ୍ତରଣ ବଜେଟରେ କ୍ଷୁଦ୍ର ଓ ମଧ୍ୟମ ବର୍ଗର ଚାଷୀଙ୍କୁ ଆଶ୍ୱସ୍ତ କରିବାକୁ ଯାଇ କେନ୍ଦ୍ର ସରକାର ପ୍ରତ୍ୟେକ ଚାଷୀଙ୍କ ଖାତାରେ ପ୍ରତିବର୍ଷ ତିନୋଟି କିସ୍ତିରେ ପ୍ରତିବର୍ଷ ୬ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ନିର୍ବାଚନ ପୂର୍ବରୁ ୨ଟି କିସ୍ତି ଟଙ୍କା ପ୍ରଦାନ କରାଯାଇଥିଲା। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ମାଷ୍ଟର ଷ୍ଟ୍ରୋକ୍‌ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ୧ ନଭେମ୍ୱରରୁ ବଦଳିଯିବ ଡ୍ରାଇଭିଂ ଲାଇସେନ୍ସ, ମୋବାଇଲ କଲିଂ ଓ ଗ୍ୟାସ୍‌ ସିଲିଣ୍ଡର ଦର

ନୂଆଦିଲ୍ଲୀ,୨୪।୧୦: ଦେଶ ଏବଂ ଜାତୀୟ ରାଜଧାନୀ କ୍ଷେତ୍ର (NCR)ରେ ଆସନ୍ତା ୧ ନଭେମ୍ୱର ୨୦୨୬ରୁ ସାଧାରଣ ଜନତାଙ୍କ ଜୀବନ ସହିତ ଜଡ଼ିତ ଅନେକ ବଡ଼ ପରିବର୍ତ୍ତନ ଲାଗୁ…

ବ୍ୟାଙ୍କ ଗ୍ରାହକଙ୍କୁ ବଡ଼ ଝଟ୍‌କା: କ୍ୟାଶ ଉଠାଣ ଉପରେ ବଢ଼ିଲା ଚାର୍ଜ; ଏବେ ଦବାକୁ ପଡିବ…

ନୂଆଦିଲ୍ଲୀ,୨୪।୧୦: ଯଦି ଆପଣଙ୍କର ସେଭିଂସ ଆକାଉଣ୍ଟ ICICI ବ୍ୟାଙ୍କରେ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଜରୁରୀ। ବ୍ୟାଙ୍କ ୧ ଡିସେମ୍ୱର ୨୦୨୬ରୁ ସେଭିଂସ…

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଖୁସି ଖବର: ଅକ୍ଟୋବର ୩୦ରେ ଖାତାକୁ ଆସିବ PM-କିଷାନର ୨ହଜାର ଟଙ୍କା; ତୁରନ୍ତ ଚେକ କରନ୍ତୁ ଷ୍ଟାଟସ

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (PM-Kisan)ର ୨୪ତମ କିସ୍ତିକୁ ଅପେକ୍ଷା କରିଥିବା ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଏକ ବହୁତ ଖୁସି ଖବର ଆସିଛି।…

ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼: ସାବୁନ, ତେଲ, ବିସ୍କୁଟ ଠାରୁ ଆରମ୍ଭ କରି ମୋବାଇଲ ରିଚାର୍ଜ ଯାଏଁ ସବୁ ହେଲା ମହଙ୍ଗା!

ନୂଆଦିଲ୍ଲୀ,୨୪।୧୦: ସାଧାରଣ ଲୋକଙ୍କ ପକେଟ ଉପରେ ମହଙ୍ଗା ମାଡ଼ର ଆଉ ଏକ ବଡ଼ ବୋଝ ପଡ଼ିବାକୁ ଯାଉଛି। କ୍ରିସିଲ (CRISIL), ଏଲାରା ଏବଂ କୋଟାକ ନିଓର ବିଶ୍ଳେଷକମାନଙ୍କ…

୧୧୫ ଡଲାର ଛୁଇଁଲା ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ,୨୪ା୧୦: ସାଉଦି ଆରବ ଉପରେ ୟେମେନ୍‌ର ହାଉତି ବିଦ୍ରୋହୀଙ୍କ ଆକ୍ରମଣକୁ ନେଇ ପଶ୍ଚିମ ଏସିଆ ସ୍ଥିତି ଆହୁରି ଜଟିଳ ହେବାକୁ ଲାଗିଥିଲାବେଳେ ଉପସାଗରୀୟ ଦେଶଗୁଡିକରୁ ତୈଳ ପରିବହନ…

ଇତିହାସ ରଚିଲା ଜିଓ ଆଇପିଓ: ମାତ୍ର ତିନି ଦିନରେ ୧.୩୮ କୋଟିରୁ ଅଧିକ ଆବେଦନ, ୨୨ ଗୁଣରୁ ଅଧିକ ସବସ୍କ୍ରିପ୍ସନ୍

ନୂଆଦିଲ୍ଲୀ,୨୩।୧୦: ଦେଶର ସର୍ବବୃହତ୍ ଆଇପିଓ (IPO) ଜିଓ ପ୍ଲାଟଫର୍ମସ୍‌ ନିଜର ଐତିହାସିକ ସମାପ୍ତି ସହ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ୩୦,୨୧୩ କୋଟି ଟଙ୍କାର…

ଭାରତରେ SBIର ତଥ୍ୟ ଲିକ, ସେପଟେ ଆମେରିକାରେ ମୁଣ୍ଡ ବିଗାଡ଼ିଲାଣି AI!

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୩।୧୦: ଭାରତର ସର୍ବବୃହତ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI)ର ଗ୍ରାହକମାନଙ୍କ ତଥ୍ୟ ସମ୍ପ୍ରତି ଡାର୍କ ୱେବରେ ଲିକ ହୋଇଛି। SBI ସ୍ବୀକାର କରିଛି ଯେ…

ପ୍ରାଇଭେଟ୍‌ ହେଇଯିବ ଏହି ୪ଟି ବଡ଼ ସରକାରୀ ବ୍ୟାଙ୍କ୍‌? ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୩।୧୦: ଶେୟାର ବଜାରରେ ତାଲିକାଭୁକ୍ତ ସରକାରୀ କମ୍ପାନୀଗୁଡିକୁ ନେଇ ମୋଦୀ ସରକାର ଖୁବଶୀଘ୍ର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ସରକାର ଦେଶର ୪ଟି ସରକାରୀ ବ୍ୟାଙ୍କରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?