ଏନ୍‌ଡିଆର୍‌ଏଫ୍‌ର ୪୯ ଯବାନ କରୋନା ପଜିଟିଭ

କଟକ ଅଫିସ,୯।୬: ପଶ୍ଚିମବଙ୍ଗରୁ ବାତ୍ୟା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ସାରି ଫେରିଥିବା ଏନ୍‌ଡିଆର୍‌ଏଫ୍‌ ଟିମ୍‌ର ଆଉ ୪୯ କରୋନା ଆକ୍ରାନ୍ତ ହୋଇଛନ୍ତି। ସୋମବାର ସେମାନଙ୍କ ସ୍ବାବ୍‌ ରିପୋର୍ଟ ପଜିଟିଭ୍‌
ଥିବା ଜଣାପଡ଼ିଛି। ଏହାପରେ ସେମାନଙ୍କୁ ଭୁବନେଶ୍ୱର କିମ୍ସ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ପ୍ରଶାସନ ସୂଚନା ଦେଇଛି। ଉଲ୍ଲେଖଯୋଗ୍ୟ, ବାତ୍ୟା ଅମ୍ଫନ୍‌ ଯୋଗୁ ମେ’ ୨୩ରେ ପଶ୍ଚିମବଙ୍ଗରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ କଟକ ମୁଣ୍ଡଳିସ୍ଥିତ ଏନ୍‌ଡିଆର୍‌ଏଫ୍‌ର ୧୬୭ ଯବାନ। ଗତ ୪ ତାରିଖରେ ସେମାନେ ଉଦ୍ଧାର କାର୍ଯ୍ୟ ସାରି ଓଡ଼ିଶା ଫେରିଥିଲେ। ସେମାନଙ୍କୁ ସଙ୍ଗରୋଧରେ ରଖିବା ସହ ସ୍ବାବ୍‌ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ସୋମବାର ୪୯ ଯବାନଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଗତ ଶନିବାର ମଧ୍ୟ ଜଣେ ଯବାନଙ୍କଠାରେ କରୋନା ପଜିଟିଭ୍‌ ବାହାରିଥିଲା। ଫଳରେ ଏନ୍‌ଡିଆର୍‌ଏଫ୍‌ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚତ୍ଛି। ସୋମବାର ସୁଦ୍ଧା ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩୫ ହୋଇଛି।