ଏଥର ସଚିବ ନୁହନ୍ତି, ଭଦ୍ରକ ଜିଲା ଚିକିତ୍ସାଳୟକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଚାନକ ଗସ୍ତ

ଭଦ୍ରକ ଅଫିସ,୧।୧୧: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଶୁକ୍ରବାର ଭଦ୍ରକ ଜିଲା ଚିକିତ୍ସାଳୟକୁ ଅଚାନକ ଗସ୍ତ କରିଛନ୍ତି। ତାଙ୍କ ସହ ଏମ୍‌ପି ମଞ୍ଜୁଲତା ମଣ୍ଡଳ, ବିଧାୟକ ସଞ୍ଜୀବ ମାଲିକ, ବ୍ୟୋମକେଶ ରାୟ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପ୍ରମୁଖ ପହଞ୍ଚି ବିଭିନ୍ନ ଓ୍ବାର୍ଡ ବୁଲି ଦେଖିଛନ୍ତି। ତେବେ ପୂର୍ବରୁ ୫-ଟି ସଚିବ ବିଭିନ୍ନ ମେଡିକାଲ ଗସ୍ତ କରି ରୋଗୀଙ୍କଠାରୁ ଚିକିତ୍ସା ବିଷୟରେ ପଚାରି ବୁଝୁଥିଲେ। ଏ ନେଇ ବିରୋଧୀମାନେ ରାଜ୍ୟ ସରକାରଙ୍କୁ କଟାକ୍ଷ କରି ଆସୁୁଥିଲେ। ଏହା ପରେ ସ୍ବାସ୍ଥ୍ୟମନ୍ତ୍ରୀ ନିଜେ ମେଡିକାଲ ଗସ୍ତ କରିଥିବା ନେଇ ଚର୍ଚ୍ଚା ହେଉଛି।