Categories: ଜାତୀୟ

ଏଥର ବିଳମ୍ବରେ ଆସିବ ମୌସୁମୀ

ନୂଆଦିଲ୍ଲୀ,୧୫।୫: ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଚଳିତ ବର୍ଷ ମୌସୁମୀ ବିଳମ୍ବରେ କେରଳ ଛୁଇଁବ। ସାଧାରଣତଃ ଏହା ଜୁନ୍‌ ୧ରେ କେରଳ ଛୁଉଁଥିବା ବେଳେ ଏଥର ଏହା ସାମାନ୍ୟ ବିଳମ୍ବରେ ଅର୍ଥାତ୍‌ ଜୁନ୍‌ ୫ ବେଳକୁ କେରଳ ଛୁଇଁବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ତେବେ ଏହାର ୪-୫ ଦିନ ଏପଟ ସେପଟ ହୋଇପାରେ ବୋଲି ମଧ୍ୟ କୁହାଯାଇଛି। ସୂଚନାଯୋଗ୍ୟ, ଗତବର୍ଷ ମଧ୍ୟ ୫ ଦିନ ବିଳମ୍ବରେ ଅର୍ଥାତ୍‌ ଜୁନ୍‌ ୬ରେ କେରଳ ଛୁଇଁଥିଲା ଦକ୍ଷିଣ ପଶ୍ଚିମ ବୌସୁମୀ ବାୟୁ।

Share