ଅଭିନେତ୍ରୀ ଉର୍ବଶୀ ରାଉତେଲା ନିକଟରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ରେଡ କାର୍ପେଟରେ ଚାଲି ଖୁବ୍ ପ୍ରଶଂସା ସାଉଁଟିଛନ୍ତି। ସେ ତାଙ୍କର ଲୁକ ଏବଂ ପୋଷାକ ସହିତ ପ୍ରଶଂସକମାନଙ୍କୁ ଆକର୍ଷିତ କରିଛନ୍ତି। ସେ କାନ୍ସ ଫିଲ୍ମ ଫେଷ୍ଟିଭାଲ ରେଡ କାର୍ପେଟରେ ସବୁଠାରୁ ମହଙ୍ଗା ପୋଷାକ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି। ୨୦୨୬ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅନେକ ଭାରତୀୟ ସେଲିବ୍ରିଟି ଯୋଗ ଦେଇଥିଲେ ମଧ୍ୟ ଉର୍ବଶୀଙ୍କ ଷ୍ଟାଇଲିସ୍ ଲୁକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ଲୁକ ପାଇଁ ଅଭିନେତ୍ରୀଙ୍କର ପ୍ରାୟ ୧୫୫.୮୭ ମିଲିୟନ ଡଲାର କିମ୍ବା ପ୍ରାୟ ୧,୪୯୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାକୁ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସବୁଠାରୁ ମହଙ୍ଗା ପୋଷାକ ଭାବେ ବିବେଚନା କରାଯାଏ।
ଉର୍ବଶୀଙ୍କ ଲୁକ ଭିଏତନାମସ୍ଥିତ ଫ୍ୟାଶନ ହାଉସ ଜୋଲିପୋଲି କାଉଚର ଦ୍ୱାରା ତିଆରି କରାଯାଇଥିଲା। ଏହି ଫ୍ୟାଶନ ହାଉସ ଏହାର କଳ୍ପନାଶୀଳ ଶୈଳୀ, କ୍ରିଷ୍ଟଲ କାମ ଏବଂ ରେଡ କାର୍ପେଟରେ ଫ୍ୟାଶନ ପାଇଁ ଜଣାଶୁଣା।
ଏହି ଡ୍ରେସ ହୀରା ଖଚିତ। ଏହି ଡ୍ରେସ୍ ଏପରି ଭାବରେ ଡିଜାଇନ କରାଯାଇଥିଲା, ଯେତେବେଳେ ଲାଇଟ୍ ପଡିବ, ତାହା ଚମକିବ। ଏଥିରେ ଏକ ମୁକୁଟ ମଧ୍ୟ ଥିଲା। ଏହା ଉର୍ବଶୀଙ୍କୁ ଏକ ରାଜକୀୟ ଲୁକ ଦେଉଥିଲା।
ମେ ୧୨ରୁ ଫ୍ରାନ୍ସର କାନ୍ସ ସହରରେ ୭୯ତମ କାନ୍ସ ଫେଷ୍ଟିଭାଲ ଆରମ୍ଭ ହୋଇଛି। ଏହି ଉତ୍ସବରେ ଅଂଶଗ୍ରହଣ କରିବା ପାଇଁ ସାରା ବିଶ୍ୱର ସେଲିବ୍ରିଟିମାନେ ଫ୍ରାନ୍ସରେ ପହଞ୍ଚିଛନ୍ତି। ଭାରତରୁ ମଧ୍ୟ ଆଲିଆ ଭଟ୍ଟ, ଉର୍ବଶୀ ରଉତେଲା, କଲ୍ୟାଣୀ ପ୍ରିୟଦର୍ଶିନୀ, ତାରା ସୁତାରିଆ ଏବଂ ହୁମା କୁରେଶୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆସିଛନ୍ତି।
Dharitri – Odisha’s No.1 Odia Daily

