ଏଣିକି ମିସ୍‌ କଲରେ କରିପାରିବେ ଗ୍ୟାସ୍‌ ରିଫିଲିଂ

ଭୁବନେଶ୍ୱର, ୧।୧(ବ୍ୟୁରୋ): ଏଣିକି ଗୋଟିଏ ମିସ୍‌ କଲରେ ଏଲ୍‌ପିଜି ରିଫିଲିଂ ହେବ । ବୁକିଂ ହେଉ ଅବା ନୂଆ ପଞ୍ଜୀକରଣ ହୋଇପାରିବ। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ନୂଆ ସେବାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଯେକୌଣସି ଗ୍ରାହକ ୮୪୫୪୯_୫୫୫୫୫ ନଂରେ ମିସ୍‌କଲ କଲେ ରିଫିଲିଂ ଏବଂ ବୁକିଂ ପାଇଁ ପଞ୍ଜୀକରଣ ହୋଇଯିବ। ରାଜଧାନୀ ଭୁବନେଶ୍ୱରରେ ଏହି ସେବା ଆରମ୍ଭ ହୋଇଛି। ତାସହ ଏକ୍ସପି ୧୦୦ ବା ଅଧିକ ଗୁଣବତା ଥିବା ଇନ୍ଧନର ଦ୍ୱିତୀୟ ପର୍ଯ୍ୟାୟ ଶୁଭାରମ୍ଭ କରିଛନ୍ତି। ଏହି କ୍ରମରେ ଦିଗବୋଇ ବିଶୋଧନାଗାରରୁ ପ୍ରଥମ ଏକ୍ସପି ୧୦୦ର ବ୍ୟାଚ୍‌କୁ ଫ୍ଳାଗଅପ କରି ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ।