ଏଣିକି ଏସ୍‌ଏଚ୍‌ଜି ଗ୍ରୁପ୍‌କୁ ଦିଆଯିବ ମଧ୍ୟାହ୍ନ ଭୋଜନ ଦାୟିତ୍ୱ

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): ଏଣିକି ସ୍କୁଲ ମଧ୍ୟାହ୍ନଭୋଜନ ଦାୟିତ୍ୱ ବୁଝିବେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ। ମିଶନ ଶକ୍ତି ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଛି। ପ୍ରାଥମିକ ଭାବେ ଶହେରୁ ଅଧିକ ପିଲା ଥିବା ସ୍କୁଲର ଖାଦ୍ୟ ଦାୟିତ୍ୱ ଏସ୍‌ଏଚ୍‌ଜି ଗ୍ରୁପ୍‌ ନେବ। ହେଲେ ସେଣ୍ଟ୍ରାଲ କିଚେନ ଦ୍ୱାରା ଖାଦ୍ୟ ଦିଆଯାଉଥିବା ସ୍କୁଲ ପ୍ରଭାବିତ ହେବନାହିଁ। ଡିଇଓଙ୍କ ଜରିଆରେ ଏସ୍‌ଏଚ୍‌ଜି ଗ୍ରୁପ୍‌ ଦ୍ୱାରା ମଧ୍ୟାହ୍ନ ଭୋଜପ ବାବଦ ଅର୍ଥ ପାଇବେ। ମଧ୍ୟାହ୍ନଭୋଜନ ବଣ୍ଟନ ବେଳେ ଏସ୍‌ଏଚ୍‌ଜି ସଦସ୍ୟ ଏବଂ ପ୍ରଧାନଶିକ୍ଷକ ରହିବେ। ପୂର୍ବରୁ ସେଣ୍ଟ୍ରାଲ କିଚେନ ଏବଂ ସ୍କୁଲ ଶିକ୍ଷକ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ବୁଝିଆସୁଥିବା ବେଳେ ଏବେ ଏହାକୁ ପରିବର୍ତ୍ତନ କରାଯାଇଛି।