ଏଣିକି ଉପରିସ୍ଥ ଅଧିକାରୀଙ୍କ ସୁପାରିସରେ ହେବ ଗ୍ରୁପ୍‌-୩ କର୍ମଚାରୀଙ୍କ ପଦୋନ୍ନତି

ଭୁବନେଶ୍ୱର,୨୭।୨(ବ୍ୟୁରୋ): ଏଣିକି ରାଜ୍ୟର ଗ୍ରୁପ-୩ କର୍ମଚାରୀଙ୍କ ପଦୋନ୍ନତି ଲାଗି ଦରକାର ପଡ଼ିବନି ସିସିଆର୍‌। ଏ ନେଇ ଗୁରୁବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। କେବଳ ଉପରସ୍ଥ ଅଧିକାରୀ ସୁପାରିସ କରିଦେଲେ ପଦୋନ୍ନତି ହୋଇଯିବ ବୋଲି ସେ କହିଛନ୍ତି।