Posted inଫୁରସତ

ଏଠି ଭଗବାନଙ୍କୁ ଅର୍ପଣ କରାଯାଏ ଜୀବନ୍ତ କଙ୍କଡା

ଭଗବାନଙ୍କ ନିକଟରେ କିଏ କେତେ କ’ଣ କାମନାକରି ବିଭିନ୍ନ ପ୍ରକାର ଫୁଲ ଫଳ ଅବା ଭୋଗ ଅର୍ପଣ କରିଥାଆନ୍ତି। ହେଲେ ସୁରଟର ଏକ ମନ୍ଦିରରେ ଭଗବାନଙ୍କୁ ଜିଅନ୍ତା କଙ୍କଡ଼ା ଅର୍ପଣ କରାଯାଇଥାଏ ବୋଲି କୁହାଯାଏ। ସୁରଟର ରୁନ୍ଧନାଥ ଶିବମନ୍ଦିରରେ ଜିଅନ୍ତା କଙ୍କଡ଼ା ଅର୍ପଣ କରାଯିବାର ନିୟମ ରହିଥିବା ଜଣାପଡିଛି। ଯେଉଁମାନେ ରୋଗଗ୍ରସ୍ତ ହୋଇଥାଆନ୍ତି ସେମାନେ ଏହି ମନ୍ଦିର ଦର୍ଶନ କରିବାକୁ ଆସିଥାଆନ୍ତି ବୋଲି କୁହନ୍ତି ସେଠାକାର ପୂଜକ। ଏହାସହ ଯେଉଁମାନେ ବିଶେଷ ଭାବେ କାନ ରୋଗରେ ପୀଡିତ ସେମାନେ ଏଠାକୁ ଦର୍ଶନ କରିବାକୁ ଆସି ଶିବଙ୍କ ନିକଟରେ ଜୀବନ୍ତ କଙ୍କଡ଼ା ଚଢାଇବାର ବିଧି ରହିଛି। ଯେଉଁମାନଙ୍କ ମନସ୍କାମନା ପୂରଣ ହୁଏ ସେମାନେ ଏଠାରେ ଏହି କଙ୍କଡ଼ା ଅର୍ପଣ କରିଥାଆନ୍ତି ବୋଲି କୁହାଯାଏ। ଆହୁରି ମଧ୍ୟ ବିଶ୍ୱାସ କରାଯାଏ ଏହା ଦେଶର ବୋଧହୁଏ ଏକମାତ୍ର ମନ୍ଦିର ଯେଉଁଠି ଜୀବନ୍ତ କଙ୍କଡ଼ା ଠାକୁରଙ୍କ ପାଖରେ ଅର୍ପଣ କରାଯାଇଥାଏ। ଏହା ବହୁବର୍ଷର ପରମ୍ପରା ବୋଲି କୁହାଯାଏ। ପୂର୍ବରୁ ମନ୍ଦିର ନିକଟରେ ଯେତେବେଳେ ସମୁଦ୍ର ଥିଲା ସେତେବେଳଠାରୁ ଏଠାରେ କଙ୍କଡ଼ା ଅର୍ପଣ କରିବାର ପରମ୍ପରା ରହିଥିବା କୁହନ୍ତି ସ୍ଥାନୀୟ ବାସିନ୍ଦା। ଏହା ନିକଟରେ ଥିବା ଏକ ଶ୍ମଶାନରେ ଲୋକେ ଆତ୍ମାର ଶାନ୍ତି ପାଇଁ ବିଭିନ୍ନ ପ୍ରକାର ଜିନିଷ ଯାହା ମୃତକଙ୍କ ପସନ୍ଦ ତାହା ଅର୍ପଣ କରନ୍ତି ବୋଲି କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ସୁଭଦ୍ରା ଟଙ୍କା ଆସିବା ଆଗରୁ ମୋଦିଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା, ହୋଇପାରେ ବଡ଼ ଘୋଷଣା!

ଭୁବନେଶ୍ୱର,୨୫।୮: ବଡ଼ ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି…

ସୂର୍ଯ୍ୟ-କେତୁ ଆଣିବେ ବଡ଼ ସଙ୍କଟ! ଆଗାମୀ ୨୬ ଦିନ ୩ ରାଶି ପାଇଁ ବଢିବ ଅଯଥା ଟେନସନ୍, ହୋଇଯାଆନ୍ତୁ ସାବଧାନ…

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ ଦେବତାଙ୍କୁ ଆତ୍ମା, ପିତା, ସମ୍ମାନ ଏବଂ ନେତୃତ୍ୱର କାରକ ଭାବରେ ବିବେଚନା କରାଯାଏ । ସମାନକ୍ରମରେ ପାପି କେତୁଙ୍କୁ ଏକ ଛାୟା ଗ୍ରହ…

କିରିକୁଟିରେ ‘ଆମ ଗାଁ ଆମ ତହସିଲ: ଅଭିଯୋଗ ଶୁଣିଲେ

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ ଅଧୀନ କିରିକୁଟି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ‘ଆମ ଗାଁ ଆମ ତହସିଲ’ ଶିବିର ଅନୁଷ୍ଠିତ…

ଟ୍ରେନରେ ଆସୁଛି ୮୦୦ଟନ୍‌ ପିଆଜ, କିଲୋ ପ୍ରତି ଏତେ କମିଯିବ ପିଆଜ ଦର?

ନୂଆଦିଲ୍ଲୀ,୨୫।୮: ଏହି ଦିନଗୁଡ଼ିକରେ ପିଆଜ ଦର ଆକାଶଛୁଆଁ ହେଉଛି। ପିଆଜ କିଣିବା ଦାମ୍‌ରେ ହାରାହାରି ୫୯ ପ୍ରତିଶତରୁ ଅଧିକ ବୃଦ୍ଧି ରେକର୍ଡ କରାଯାଇଛି। ଏଭଳି ପରିସ୍ଥିତିରେ କେନ୍ଦ୍ର…

ତୃତୀୟ ଦିନରେ ଶ୍ରୀଲଙ୍କାର ଲଢ଼ୁଆ ବ୍ୟାଟିଂ, ଭାରତର ନିୟନ୍ତ୍ରଣରେ ଦ୍ୱିତୀୟ ଟେଷ୍ଟ

କଲମ୍ବୋ,୨୫ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ତୃତୀୟ ଦିନ ଶେଷ ସୁଦ୍ଧା ଭାରତ ନିୟନ୍ତ୍ରଣରେ ରହିଛି। ପ୍ରଥମ ଇନିଂସ୍‌ରେ ଭାରତ ୫୦୩/୯ ସ୍କୋର କରିଥିବା ବେଳେ…

ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ, କର୍ମକର୍ତ୍ତା ଚୟନ: ବ୍ରାହ୍ମଣୀଗାଁରେ ବ୍ଲକ୍ କାର୍ଯ୍ୟାଳୟ ସ୍ଥାପନ ଦାବି

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍ ପାଳକ ସଂଘର କମ୍ୟୁନିଟି ହଲ୍‌ରେ ମଙ୍ଗଳବାର ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ ଓ କର୍ମକର୍ତ୍ତା ଚୟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri