ଏଜେଣ୍ଟ, ଗ୍ରାହକଙ୍କୁ ମିଳୁନି ମାଚୁରିଟି ଟଙ୍କା

ବ୍ରହ୍ମପୁର ଅଫିସ,୧୦ା୭-ସାହାରା ଇଣ୍ଡିଆ ଚିଟଫଣ୍ଡ ସଂସ୍ଥା ଅଧୀନରେ କାର୍ଯ୍ୟ କରୁଥିବା ଏଜେଣ୍ଟ(କ୍ଷେତ୍ର କର୍ମଚାରୀ) ଓ ଜମାକାରୀଙ୍କୁ ଦୀର୍ଘ ମାସ ଧରି ମିଳିନି ମାଚୁରିଟି, ଏମ୍‌ଆଇଏସ (ମାସିକ ଇନ୍‌କମ ସ୍କିମ) ଟଙ୍କା। ଅଥଚ କମ୍ପାନୀ ଗ୍ରାହକଙ୍କଠାରୁ ବିଭିନ୍ନ ସ୍କିମରେ ଅର୍ଥ ନେଇ ମାର୍କେଟରୁ ଟଙ୍କା ଉଠାଉଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କରିଛନ୍ତି ବ୍ରହ୍ମପୁର ଶାଖା ଅଧୀନରେ କାର୍ଯ୍ୟରତ ଏଜେଣ୍ଟ ଏବଂ ଗ୍ରାହକ। କମ୍ପାନୀ ପକ୍ଷରୁ ସ୍ଥାୟୀ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ନିୟମିତ ଦରମା ପ୍ରଦାନ କରାଯାଉଛି। କିନ୍ତୁ ଏଜେଣ୍ଟ ଓ ଗ୍ରାହକଙ୍କ ମାଚୁରିଟି ଟଙ୍କା ମାସ ମାସ ଧରି ବାକି ରଖିଥିବା ସେମାନେ ଅଭିଯୋଗ କରିଛନ୍ତି। ଏନେଇ ଗତ ଜୁନ ୧୧ରୁ ଶାଖା ଅଧୀନରେ କାର୍ଯ୍ୟରତ ଏଜେଣ୍ଟ ଓ ଗ୍ରାହକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ଶାଖା କାର୍ଯ୍ୟାଳୟରେ ମଧ୍ୟ ସମସ୍ତ କାର୍ଯ୍ୟ ବନ୍ଦ କରି ଦେଇଥିବା ଜଣାପଡିଛି। ତୁରନ୍ତ ମାଚୁରିଟି ଓ ଗ୍ରାହକଙ୍କ ଏମଆଇଏସ୍‌ ସ୍କିମ ଟଙ୍କା ପ୍ରଦାନ କରିିବାକୁ କମ୍ପାନୀ ପରିଚାଳନା ମୁଖ୍ୟଙ୍କୁ ବାରମ୍ବାର ଅବଗତ କରାଇଛନ୍ତି। କିନ୍ତୁ କୋର୍ଟରେ କେସ ଚାଲିଥିବା ଆଳରେ କମ୍ପାନୀ ପରିଚାଳନା ମୁଖ୍ୟ ଭୂତାଉଥିବା ଏଜେଣ୍ଟମାନେ ଅଭିଯୋଗ କରିଛନ୍ତି।
ଏଜେଣ୍ଟଙ୍କ କହିବା ପ୍ରକାରେ, ସାହାରା ଇଣ୍ଡିଆର ହାଉସିଂ ଏଣ୍ଡ ରିୟଲିଷ୍ଟିକ ସ୍କିମ୍‌ ଉପରେ ସୁପ୍ରିମ କୋର୍ଟରେ କେସ ଚାଲିଥିବା ବେଳେ ଅନ୍ୟ କୌଣସି ସ୍କିମ ଉପରେ କୋର୍ଟ ରହିତାଦେଶ ଲଗାଇ ନାହାନ୍ତି। ଏହାସତ୍ତ୍ୱେ କୋର୍ଟରେ କେସ ଚାଲିଥିବା ଆଳ ଦେଖାଇ କମ୍ପାନୀ ଏଜେଣ୍ଟଙ୍କ ଜରିଆରେ ଜମାକାରୀଙ୍କଠାରୁ ବିଭିନ୍ନ ସ୍କିମରେ ଟଙ୍କା ଆଦାୟ କରୁଛି। କିନ୍ତୁ ଏମ୍‌ଆଇଏସ୍‌ ଭଳି ବିଭିନ୍ନ ସ୍କିମର ମାଚୁରିଟି ଟଙ୍କା ପ୍ରଦାନ କରିବାରେ ଅବହେଳା କରୁଛି। ଗତ ୧୦ମାସ ଧରି ଜମାକାରୀ ଓ ଏଜେଣ୍ଟଙ୍କୁ ଏମଆଇଏସର ମାସିକ ବେନିଫିଟ ଅନ୍ୟାନ୍ୟ ବେନିଫିଟ ଟଙ୍କା ପ୍ରଦାନ କରାଯାଇ ନାହିଁ। ଏଣୁ ଏଜେଣ୍ଟଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ବ୍ରହ୍ମପୁର ଶାଖାରେ ୨୦୧୪ରୁ ଜମାକାରୀଙ୍କୁ ବିଭିନ୍ନ ସ୍କିମରେ ପ୍ରାୟ ୨୫ କୋଟିର ମାଚୁରିଟି ବକେୟା ରହିଛି। ଏପରିକି ମୃତ୍ୟୁ, ବିବାହ, ସ୍ବାସ୍ଥ୍ୟ ପାଇଁ ବିଭିନ୍ନ ସ୍କିମରେ ପ୍ରଦାନ କରାଯିବାକୁ ଥିବା ଟଙ୍କା ମଧ୍ୟ କମ୍ପାନୀ ପ୍ରଦାନ କରିବାକୁ ଅମଙ୍ଗ ହେଉଥିବା ବରିଷ୍ଠ ଏଜେଣ୍ଟ ବିଜୟ କୁମାର ପାଢୀ କହିଛନ୍ତି। ଅନ୍ୟପକ୍ଷରେ ଗତ ଏକମାସ ମଧ୍ୟରେ ଏସ୍‌ପି, ଜିଲାପାଳ, ଉପଜିଲାପାଳ, ଏସ୍‌ଡିପିଓଙ୍କୁ ଏନେଇ ଅବଗତ କରିବା ସହ କମ୍ପାନୀର ଆଞ୍ଚଳିକ କାର୍ଯ୍ୟାଳୟ, କମାଣ୍ଡ ଅଫିସ, ଜୋନାଲ ଅଫିସ, ଟେରିଟୋରିଆଲ ଅଫିସରେ ଏଜେଣ୍ଟମାନଙ୍କ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଗତ ଜୁନ ୧୧ରୁ ବ୍ରହ୍ମପୁର ଶାଖାର ସମସ୍ତ ଏଜେଣ୍ଟ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବକେୟା ତଥା ମାଚୁରିଟି ଟଙ୍କା ତୁରନ୍ତ ପ୍ରଦାନ କରା ନ ଗଲେ ଆଗାମୀ ଦିନରେ ଏଜେଣ୍ଟ ଓ ହିତାଧିକାରୀ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ଆନ୍ଦୋଳନରେ ବ୍ରହ୍ମପୁର ଶାଖାର ଏଜେଣ୍ଟ ଅମୂଲ୍ୟ କୁମାର ସାହୁ, ରବି ବାରିକ, ଦିଲ୍ଲୀପ କୁମାର ପାତ୍ର, ପ୍ରଣବ କୁମାର ପଣ୍ଡା, ବିପିନ ସାମଲ, ସୁଦାମ ସାହୁ, ଅମୀୟ କୁମାର ନାୟକ, ଦେବେନ୍ଦ୍ର ବେହେରାଙ୍କ ସମେତ ସମସ୍ତ ଏଜେଣ୍ଟ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri