ଏଚ୍‌ସିଜିର ନୂଆ ଡେ କ୍ୟାନସର କେୟାର ସେଣ୍ଟର

ଭୁବନେଶ୍ୱର,୧।୮(ବ୍ୟୁରୋ): ଏଚ୍‌ସିଜି ସୁପର ସ୍ପେଶିଆଲିଷ୍ଟ କ୍ୟାନସର ନିରାକରଣ ହସ୍ପିଟାଲ ପକ୍ଷରୁ ଭୁବନେଶ୍ୱର ଜୟଦେବ ବିହାରଠାରେ ନୂଆ ଡେ କ୍ୟାନସର କେୟାର ସେଣ୍ଟର ସ୍ଥାପନ କରାଯାଇଛି। କ୍ୟାନସର ରୋଗର ନିରାକରଣ ଲାଗି ଚିକିତ୍ସା ସୁବିଧା ସହଜରେ ଉପଲବ୍ଧ କରାଇବା ଲାଗି ଏଭଳି ସେଣ୍ଟର ପରିକଳ୍ପନା କରାଯାଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ନୂଆ ସେଣ୍ଟରକୁ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଉଦ୍‌ଘାଟନ କରିଥିଲେ। ସେଣ୍ଟରରେ ଅଙ୍କୋଲୋଜି ବିଶେଷଜ୍ଞଙ୍କ ଦ୍ୱାରା ପରାମର୍ଶ ଏବଂ ଡାଇଗ୍ନୋଷ୍ଟିକ ସେବା ଯୋଗାଇ ଦିଆଯିବ। କ୍ୟାନସର ଚିହ୍ନଟ ଲାଗି ମାମୋଗ୍ରାଫି ଓ ପରୀକ୍ଷା ନିରୀକ୍ଷା ସୁବିଧା ଏଠାରେ ଉପଲବ୍ଧ। କ୍ୟାନସର ରୋଗୀଙ୍କୁ ଦିନ ସମୟରେ ଏଠାରେ କେମୋଥେରାପି ଦିଆଯାଇ ପାରିବ। ରାଜ୍ୟ ତଥା ରାଜ୍ୟ ବାହାରର ରୋଗୀମାନେ ଏହି ସେଣ୍ଟର ଦ୍ୱାରା ଉପକୃତ ହୋଇ ପାରିବେ ବୋଲି ନିର୍ଦ୍ଦେଶକ ଡ. କୃପାସିନ୍ଧୁ ପଣ୍ଡା ଏହି ଅବସରରେ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ଏମ୍‌ଏଲ୍‌ଏ ସୁଶାନ୍ତ କୁମାର ରାଉତ, କର୍ପୋରେଟର ସଞ୍ଜୟ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।