ଏଚ୍‌ସିଜିର ନୂଆ ଡେ କ୍ୟାନସର କେୟାର ସେଣ୍ଟର

ଭୁବନେଶ୍ୱର,୧।୮(ବ୍ୟୁରୋ): ଏଚ୍‌ସିଜି ସୁପର ସ୍ପେଶିଆଲିଷ୍ଟ କ୍ୟାନସର ନିରାକରଣ ହସ୍ପିଟାଲ ପକ୍ଷରୁ ଭୁବନେଶ୍ୱର ଜୟଦେବ ବିହାରଠାରେ ନୂଆ ଡେ କ୍ୟାନସର କେୟାର ସେଣ୍ଟର ସ୍ଥାପନ କରାଯାଇଛି। କ୍ୟାନସର ରୋଗର ନିରାକରଣ ଲାଗି ଚିକିତ୍ସା ସୁବିଧା ସହଜରେ ଉପଲବ୍ଧ କରାଇବା ଲାଗି ଏଭଳି ସେଣ୍ଟର ପରିକଳ୍ପନା କରାଯାଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ନୂଆ ସେଣ୍ଟରକୁ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଉଦ୍‌ଘାଟନ କରିଥିଲେ। ସେଣ୍ଟରରେ ଅଙ୍କୋଲୋଜି ବିଶେଷଜ୍ଞଙ୍କ ଦ୍ୱାରା ପରାମର୍ଶ ଏବଂ ଡାଇଗ୍ନୋଷ୍ଟିକ ସେବା ଯୋଗାଇ ଦିଆଯିବ। କ୍ୟାନସର ଚିହ୍ନଟ ଲାଗି ମାମୋଗ୍ରାଫି ଓ ପରୀକ୍ଷା ନିରୀକ୍ଷା ସୁବିଧା ଏଠାରେ ଉପଲବ୍ଧ। କ୍ୟାନସର ରୋଗୀଙ୍କୁ ଦିନ ସମୟରେ ଏଠାରେ କେମୋଥେରାପି ଦିଆଯାଇ ପାରିବ। ରାଜ୍ୟ ତଥା ରାଜ୍ୟ ବାହାରର ରୋଗୀମାନେ ଏହି ସେଣ୍ଟର ଦ୍ୱାରା ଉପକୃତ ହୋଇ ପାରିବେ ବୋଲି ନିର୍ଦ୍ଦେଶକ ଡ. କୃପାସିନ୍ଧୁ ପଣ୍ଡା ଏହି ଅବସରରେ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ଏମ୍‌ଏଲ୍‌ଏ ସୁଶାନ୍ତ କୁମାର ରାଉତ, କର୍ପୋରେଟର ସଞ୍ଜୟ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଫାଣ୍ଡି ନିକଟରୁ ସୁନା ଚେନ୍ ଲୁଟିନେଲେ ଲୁଟେରା, ପୋଲିସକୁ ଖୋଲା ଚାଲେଞ୍ଜ!

ଧର୍ମଶାଳା,୧୭।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ପୋଲିସ ବିଟ୍ ହାଉସ ନିକଟରୁ ଜଣେ ବ୍ୟକ୍ତିଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ । ଏକ ବାଇକରେ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଆଜିଠୁ ବିଧାନସଭା ବଜେଟ ଅଧିବେଶନ, ୨୦୨୬-୨୭ ବର୍ଷ ପାଇଁ ବଜେଟ ଆଗତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୨(ସୁନିତ୍‌ ମିଶ୍ର): ୧୭ଦଶ ବିଧାନସଭାର ଷଷ୍ଠ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେବ। ଏହି ଅଧିବେଶନରେ ରାଜ୍ୟ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣକାଳୀନ ବଜେଟ ଗୃହରେ…

‘କୃତ୍ରିମ ବୁଦ୍ଧିମତ୍ତା: ପରିବର୍ତ୍ତନ ଧାରାରେ ଭାରତ ଅଗ୍ରଣୀ’

ନୂଆଦିଲ୍ଲୀ,୧୭ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ ବିଭିନ୍ନ ଷ୍ଟଲ୍‌ ବୁଲିବା…

ନ୍ୟୁଜ୍‌ କ୍ଲିକ୍‌ ପୋର୍ଟାଲକୁ ୧୨୦ କୋଟି ଜରିମାନା

ନୂଆଦିଲ୍ଲୀ,୧୭ା୨: ବହୁ ଚର୍ଚ୍ଚିତ ନ୍ୟୁଜ୍‌ କ୍ଲିକ୍‌ ପୋର୍ଟାଲ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୧୨୦ କୋଟି ଟଙ୍କା ଜରିମାନା କରିଛି। ଏଥିସହିତ ଏହି ପୋର୍ଟାଲର ପ୍ରତିଷ୍ଠାତା ପ୍ରବୀର…

ପ୍ରକାଶ ପାଇଲା ଜେଇଇ ମେନ୍‌ ରେଜଲ୍ଟ, ଭବେଶ ପାତ୍ର ଓଡ଼ିଶା ଟପ୍ପର

ଭୁବନେଶ୍ୱର,୧୭ା୨(ସୁଚିସ୍ମିତା ସାହୁ):  ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ ୨୦୨୬ ପ୍ରଥମ ସେସନର ପରୀକ୍ଷାଫଳ ସୋମବାର ପ୍ରକାଶ ପାଇଛି। ଜେଇଇ ପେପର-୧…

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏହି ଦିନ ଆସିବ ସୁଭଦ୍ରା ଟଙ୍କା

କାକଟପୁର/ଅସ୍ତରଙ୍ଗ,୧୭।୨ (ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ): ମହିଳାଙ୍କ ପାଇଁ ଖୁସି ଖବର । ଆସନ୍ତା ମାର୍ଚ୍ଚ ୮ରେ ଅନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri