ଏକ ସାମୟିକ ବିରତି

କେନ୍ଦ୍ର ସରକାରଙ୍କ ତିନୋଟି ନୂଆ କୃଷି ଆଇନ ପ୍ରତ୍ୟାହାର ଦାବି କରି ମାସାଧିକ କାଳ କୃଷକମାନେ ଦିଲ୍ଲୀ ଆଖପାଖରେ ଆନ୍ଦୋଳନ ଚଳାଇଛନ୍ତି। ଗତ ମଙ୍ଗଳବାର ସୁପ୍ରିମ୍‌କୋର୍ଟ ଏହି ୩ଟି ଆଇନର କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ଏହା ସହ ଶୀର୍ଷ କୋର୍ଟ ୪ ଜଣିଆ ସଦସ୍ୟ ବିଶିଷ୍ଟ ଏକ କମିଟି ମଧ୍ୟ ଗଠନ କରିଛନ୍ତି ଓ ଏହି କମିଟି ତିନୋଟି ଆଇନ ଉପରେ ଅନୁଧ୍ୟାନ କରବା ସହ ବିଭିନ୍ନ ପକ୍ଷଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରି ୨ ମାସ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାର କୃଷକମାନଙ୍କ ସହ ଯେଭଳି ଆଲୋଚନା କରି ସମାଧାନ କରିବା ଲାଗି ପ୍ରୟାସ କରି ଅସୁଥିଲେ ସେଥିରେ ପ୍ରଥମରୁ ଶୀର୍ଷ କୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ସୋମବାର ସୁପ୍ରିମକୋର୍ଟ ଏହି ୩ଟି ଆଇନ୍‌କୁ ନେଇ କେନ୍ଦ୍ର ସରକାରଙ୍କୁ କଡା ଭର୍ତ୍ସନା କରିଥିଲେ। ଆଇନଗୁଡ଼ିକୁ ସ୍ଥଗିତ ରଖିବ ନା ଆମେ ରଖିବୁ ବୋଲି ପ୍ରଶ୍ନ କରିଥିଲେ। ତେବେ ଏହାପର ଦିନ ସେ ଏହି ୩ଟି ଆଇନ ଉପରେ ସ୍ଥଗିତାଦେଶ ଜାରି କିରିଥିଲେ। କୋର୍ଟଙ୍କ ଏହି ନିଷ୍ପତ୍ତିକୁ କୃଷକମାନେ ସ୍ବାଗତ କରିଥିଲେ ବି ସେମାନେ ଖୋଲାଖୋଲି ଭାବେ କମିଟିକୁ ବିରୋଧ କରିଛନ୍ତି। କୃଷକମାନଙ୍କ ମୁଖ୍ୟ ଯୁକ୍ତି ହେଉଛି,ସୁପ୍ରିମକୋର୍ଟ ନିଯୁକ୍ତ କରିଥିବା କମିଟିର ସମସ୍ତ ସଦସ୍ୟ ସରକାର ସପକ୍ଷବାଦୀ ଏବଂ ପୂର୍ବରୁ ବି ସେମାନେ ନୂଆ କୃଷି ଆଇନକୁ ସମର୍ଥନ କରିଥିଲେ । ଏଣୁ ଏହି କମିଟିରୁ ଅଧିକ କିଛି ଲାଭ ପାଇପାରିବେ ନାହିଁ ବୋଲି କୃଷକମାନେ ମନେକରୁଛନ୍ତି। କମିଟି ଗଠନ କରିବାର ଚିନ୍ତାଧାରା ସେମାନଙ୍କୁ ପ୍ରତାରଣା କରିବାର ସରକାରଙ୍କର ଏକ ପାରମ୍ପରିକ ଚାଲ୍‌ ବୋଲି ମନେକରି କୃଷକ ସଂଗଠନଗୁଡ଼ିକ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି। ତେବେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ ପରେ କେନ୍ଦ୍ର ତତ୍‌କ୍ଷଣାତ ତାଙ୍କର କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି।
ଏହି ମାମଲାର ଗତି ସ୍ଥଗିତାଦେଶ ଆଡକୁ ଯିବ ବୋଲି ସରକାର ଜାଣିଥିତ୍ତ୍ବାରୁ ଶୀର୍ଷ କୋର୍ଟଙ୍କ ଦ୍ୱାରା ଜାରି ଏଭଳି ସ୍ଥଗିତାଦେଶକୁ ନେଇ ସରକାର ଆଶ୍ଚର୍ଯ୍ୟ ପ୍ରକଟ କରିନାହାନ୍ତି। ଚଳିତ ମାସ ପ୍ରାରମ୍ଭରେ ଶୀର୍ଷକୋର୍ଟ ଯେତେବେଳେ ଏହି ମାମଲାର ପ୍ରଥମେ ଶୁଣାଣି କରିଥିଲେ ସେତେବେଳେ ବି ଅନେକ ସଙ୍କେତ ଦେଇଥିଲେ। ସୁପ୍ରିମକୋର୍ଟଙ୍କର ଏଭଳି ରାୟ କେନ୍ଦ୍ର ସରକାରଙ୍କୁ ସୁହାଇଲା ,ଯାହାଦ୍ୱାରା ସରକାର ବିନା ବାଧାରେ ଗଣତନ୍ତ୍ର ଦିବସ ପାଳନ କରିପାରିବେ। ଦୀର୍ଘ ଦିନ ଧରି ଉଭୟ ପକ୍ଷ ମଧ୍ୟରେ ସମାଧାନ ନ ହୋଇପାରିବା ଓ କୃଷକମାନେ ଏକ ସମୟ ସୀମା ଦେଉଥିତ୍ତ୍ବା ପରିସ୍ଥିତିିକୁ ଏହା ଦୂର କରିପାରିବ ବୋଲି ମନେ କରାଯାଉଛି। ତିନୋଟି କୃଷି ଆଇନର କାର୍ଯ୍ୟକାରିତା ଉପରେ ଶୀର୍ଷ କୋର୍ଟଙ୍କ ସ୍ଥଗିତାଦେଶକୁ ଆନ୍ଦୋଳନରତ କୃଷକମାନେ ସେମାନଙ୍କର ଏକ ବିଜୟ ବୋଲି ଭାବୁଥିଲାବେଳେ ସରକାର ଏହାଦ୍ୱାରା ତାଙ୍କ ଭାବମୂର୍ତ୍ତିି ବଞ୍ଚାଇଦେଇଥିବା ମନେକରୁଛନ୍ତି। ଏହି କୃଷି ଆଇନଗୁଡ଼ିକର କାର୍ଯ୍ୟକାରିତା ବନ୍ଦ କରିବା ପାଇଁ କେନ୍ଦ୍ର ରାଜି ହୋଇ ଭାବମୂର୍ତ୍ତି ନଷ୍ଟ କରିବାକୁ ଚାହଁୁ ନ ଥିଲା। ସମ୍ଭବତଃ କେନ୍ଦ୍ର ତରଫରୁ ସୁପ୍ରିମ୍‌କୋର୍ଟ ଏଭଳି କିଛି କରନ୍ତୁ ବୋଲି ସରକାର ଚାହଁୁଥିଲେ। ସରକାର ଓ କୃଷକମାନଙ୍କ ମଧ୍ୟରେ ସାତ ଆଠ ଥର ଆଲୋଚନା ପରେ ସରକାର ୩ କୃଷି ଆଇନକୁ ହଟାଇ ନେବା ଲାଗି ମନା କରିଦେଇଥିଲେ। ଯଦି ଏହି କଠିନ ସମସ୍ୟା ଆଲୋଚନାରେ ସମାଧାନ ନ ହେବ ତେବେ ସୁପ୍ରିମକୋର୍ଟକୁ ଏହା ଯାଇପାରେ ବୋଲି ସରକାର କହିଥିଲେ। ସୁପ୍ରିମ୍‌କୋର୍ଟଙ୍କ ଦୁଇପାଖିତ୍ଆ ରାୟକୁ ନେଇ କୃଷକ ସଂଗଠନଗୁଡ଼ିକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତିି । ସେମାନେ ଏହି ଆନ୍ଦୋଳନକୁ ଜାରି ରଖିତ୍ତ୍ବାକୁ କହିଛନ୍ତି। ଏହା ଏହି ପ୍ରସଙ୍ଗରେ ସମ୍ପୃକ୍ତ ସବୁ ପକ୍ଷଙ୍କ ପାଇଁ ଶୁଭଙ୍କର ହେବ ନାହିଁ। କୃଷକମାନେ ଗଣତାନ୍ତ୍ରିକ ଆଲୋଚନାର ଧାରାକୁ ସମ୍ମାନ ଦେବା ଉଚିତ। କୁହାଯାଉଛି,କୋର୍ଟଙ୍କର ଏହି ମଧ୍ୟବର୍ତ୍ତିକାଳୀନ ସ୍ଥଗିତାଦେଶ ଭାନୁମତୀ ପେଡି ଖୋଲିଦେଇଛି । ଏହି ତିନି କୃଷି ଆଇନଗୁଡ଼ିକର ସାମ୍ବିଧାନିକ ବୈଧତା ପରଖିବା ବିନା ଏହା ଉପରେ ସ୍ଥଗିତାଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଲୋକ ସଭାରେ ପାସ୍‌ ହୋଇଥିବା କୌଣସି ଏକ ଆଇନ୍‌ ଉପରେ ସ୍ଥଗିତାଦେଶ ଦେବା ମଧ୍ୟ କୋର୍ଟଙ୍କର ନ୍ୟାୟିକ ହସ୍ତକ୍ଷେପ ବୋଲି କୁହାଯାଇପାରେ। କେଉଁ ଆଧାରରେ କମିଟିର ସଦସ୍ୟମାନଙ୍କୁ କୋର୍ଟ ଚୟନ କଲେ ତାହା ସ୍ପଷ୍ଟ କରିନାହାନ୍ତି। ଦେଶର ଶୀର୍ଷ କୋର୍ଟ ଯେତେବେଳେ ଚୟନ ସମ୍ପର୍କରେ ଜଣାଇବାକୁ ବିଫଳ ହେଲେ ସେତେବେଳେ ଏକ କମିଟିର ନିଷ୍ପତ୍ତିକୁ ଉଭୟପକ୍ଷକୁ ମାନିବାକୁ କେମିତି ବାଧ୍ୟ କରିିବେ। ସରକାର ଏବେ କ’ଣ କରିବେ ତାହା ସ୍ପଷ୍ଟ ନୁହେଁ। ବର୍ତ୍ତମାନ ଉଭୟ ପକ୍ଷଙ୍କ ସହ ଆଲୋଚନା କରିବା ପାଇଁ କମିଟିକୁ ଦାୟିତ୍ୱ ଦିଆଯାଇଛି। ସରକାର ତାଙ୍କ ସୁରକ୍ଷା ପାଇଁ କମିଟି ପଛରେ ରହିବାକୁ ଚେଷ୍ଟା କରିପାରନ୍ତି। ତିନୋଟି ଆଇନ ଉପରେ ମଧ୍ୟବର୍ତ୍ତିକାଳୀନ ସ୍ଥଗିତାଦେଶ କୃଷକସଂଗଠନଗୁଡ଼ିକ ଉପରେ କୋହଳ ମନୋଭାବ ପ୍ରଦର୍ଶନ କରିବା ପାଇଁ ଚାପ ପକାଇପାରେ। ସେମାନେ ବି ଏହି ମନୋଭାବ ପ୍ରଦର୍ଶନ କରିବା ଦରକାର। ଏଥିତ୍ରେ ବିଫଳ ହେଲେ କୃଷକ ସଂଗଠନଗୁଡ଼ିକ ଜନ ସମର୍ଥନ ହରାଇପାରନ୍ତି। ତେବେ କେନ୍ଦ୍ର ତା’ଦାୟିତ୍ୱରୁ ପଛକୁ ହଟିବା ଉଚିତ ନୁହେଁ। କେନ୍ଦ୍ର ଓ କୃଷକ ସଂଗଠନଗୁଡ଼ିକ ବିବାଦ ମଧ୍ୟରେ ୩ଟି କୃଷି ଆଇନର କାର୍ଯ୍ୟକାରିତା ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ ଏକ ସମାୟିକ ବିରତି ବୋଲି କୁହାଯାଇପାରେ। ଏହି ସମୟରେ ଏକ ସକାରାମତ୍କ ଚିନ୍ତାଧାରା ନେଇ ଏଭଳି କଠିନ ସ୍ଥିତିକୁ ସମାଧାନ କରିବା ଲାଗି ସରକାର ବିଭିନ୍ନ ଉପାୟ ବହାର କରିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri