ଏକ ଅତିମାନସ ଅନୁଭବ

ବିମଳ ପ୍ରସନ୍ନ ଦାସ
ଆଜି ମହାପ୍ରଭୁଙ୍କ ଉଭାଯାତ୍ରା, କାଲି ରଥଯାତ୍ରା। ତେବେ ରଥଯାତ୍ରା କୌଣସି ମୂର୍ତ୍ତିପୂଜାରୁ ସୃଷ୍ଟି ହୋଇନାହିଁ ବରଂ ଏହା ଏକ ଅତିମାନସ ଅନୁଭବ। ଏହି ଅବସରରେ ଶ୍ରୀଜଗନ୍ନାଥଙ୍କୁ ଜୀବନ୍ତ ଭାବରେ ଅନୁଭବ କରିହୁଏ। ମୂର୍ତ୍ତିପୂଜା କାଠପଥରର ମୂର୍ତ୍ତିରେ ଦେବଭାବର କାଳ୍ପନିକ ଆରୋପ। କିନ୍ତୁ ସାରା ଜଗତର ନାଥ ଶ୍ରୀଜଗନ୍ନାଥ ଏକ କାଳ୍ପନିକ ଦେବତା ନୁହନ୍ତି। ଜଗନ୍ନାଥ ଅର୍ଥ ହେଉଛି ସମଗ୍ର ଜଗତର ସ୍ବାମୀ ଭଗବାନ ଶ୍ରୀକୃଷ୍ଣ। ବେଦାଦି ଶାସ୍ତ୍ରର ଜ୍ଞାତା ସମସ୍ତ ବ୍ୟକ୍ତି ତାଙ୍କୁ ସ୍ବୟଂ ଈଶ୍ୱର ବୋଲି ମାନିଛନ୍ତି- ‘କୃଷ୍ଣସ୍ତୁ ଭଗବାନ ସ୍ବୟଂ’। ସେ ସ୍ବୟଂ ଭଗବାନ ହୋଇଥିବାରୁ ସବୁ ଦେଶର ସକଳ ଧର୍ମାବଲମ୍ବୀ ତାଙ୍କୁ ପୂଜା କରୁଛନ୍ତି ଏବଂ ଘୋଷଯାତ୍ରା (ରଥଯାତ୍ରା)ରେ ଅଂଶଗ୍ରହଣ କରୁଛନ୍ତି।
ନିତ୍ୟ ବୈକୁଣ୍ଠପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା କେଉଁ ପ୍ରାଚୀନ ଯୁଗରୁ ହଜାର ହଜାର ବର୍ଷ ତଳୁ ଅନୁଷ୍ଠିତ ହୋଇଆସୁଛି। ଏହା ହିଁ ସବୁଠାରୁ ବଡ଼ ଯାତ୍ରା। ରାଜ୍ୟ ତଥା ଦେଶର ଛୋଟବଡ଼ ସହର ସମେତ ଗାଁଁ ଗହଳରେ ବହୁ ଆବେଗ ଓ ଆଡ଼ମ୍ବରରେ ଏ ଯାତ୍ରା ଅନୁଷ୍ଠିତ ହୋଇଆସୁଛି। ଇସ୍କନର ପ୍ରତିଷ୍ଠାତା ପ୍ରଭୁପାଦ ଏବଂ ତାଙ୍କ ଶିଷ୍ୟମାନେ ନ୍ୟୁୟର୍କ, ଲଣ୍ଡନ, ସିଡ୍‌ନୀ ପ୍ରଭୃତି ନଗରୀରେ ରଥଯାତ୍ରା କରୁଛନ୍ତି। ୧୯୬୭ ମସିହାରେ ପ୍ରଥମେ ସାନଫ୍ରାନ୍‌ସିସ୍କୋରେ ରଥଯାତ୍ରାର ଅୟମାରମ୍ଭ ହେଲା। ବର୍ତ୍ତମାନ କାନାଡା, ଦକ୍ଷିଣ ଆମେରିକା, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ୟୁରୋପ, ପୋଲାଣ୍ଡ, ନ୍ୟୁଜିଲାଣ୍ଡ ପ୍ରଭୃତି ୬୦ରୁ ଊର୍ଦ୍ଧ୍ୱ ଦେଶରେ ରଥଯାତ୍ରା ଅନୁଷ୍ଠିତ ହେଉଛି। ଅର୍ଥାତ୍‌ ଏହା ହିଁ ଶ୍ରୀଜଗନ୍ନାଥଙ୍କ ପ୍ରତି ସାରା ବିଶ୍ୱର ଆକର୍ଷଣ ଓ ଅନୁରାଗ। କଳାପାହାଡ଼ର ଅବାଞ୍ଛିତ କାହାଣୀ ବ୍ୟତୀତ ଶ୍ରୀଜଗନ୍ନାଥଙ୍କ ପ୍ରତି ବିକର୍ଷଣର ଦୃଷ୍ଟାନ୍ତ ନାହିଁ।
ପ୍ରାୟ ୫୦୦ ବର୍ଷ ପୂର୍ବେ ଶ୍ରୀଚୈତନ୍ୟ ମହାପ୍ରଭୁ କୃଷ୍ଣଭକ୍ତିର ପ୍ଳାବନ ସୃଷ୍ଟି କଲେ। ଶ୍ରୀଜଗନ୍ନାଥଙ୍କ ସମସ୍ତ ପର୍ବ ସେ ନିଷ୍ଠାର ସହ ପାଳନ ମଧ୍ୟ କଲେ। ସେଥିରେ ପ୍ରଧାନ ହେଉଛି ରଥଯାତ୍ରା। ତାଙ୍କ ଉପସ୍ଥିତିରେ ରଥଯାତ୍ରାର ଭକ୍ତି ବିଭୋରତା ଅଧିକରୁ ଅଧିକ ରସାଣିତ ହେଲା। ଶାସ୍ତ୍ରରେ ଅଛି- ରଥାରୂଢ଼ ମହାବାହୁଙ୍କୁ ଦର୍ଶନ କଲେ ଜନ୍ମମୃତ୍ୟୁର ବନ୍ଧନରୁ ମନୁଷ୍ୟ ମୁକ୍ତିଲାଭ କରେ। ଏହି ବିଶ୍ୱାସରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ କାହିଁ କେଉଁଠୁ ଧାଇଁ ଆସନ୍ତି ପ୍ରଭୁଙ୍କ ଦର୍ଶନ ଲାଭ କରିବା ପାଇଁ। ଅବଶ୍ୟ ଏହା ସମ୍ପୂର୍ଣ୍ଣ ବିଶ୍ୱାସର କଥା। ରଥାରୂଢ଼ ଅବସ୍ଥାରେ ମହାବାହୁଙ୍କୁ ଦର୍ଶନ କରି ଭକ୍ତ ଯେଉଁ ଅନିର୍ବଚନୀୟ ଆନନ୍ଦ ଲାଭ କରେ ଓ ତା’ର ଯେଉଁ ଆଧ୍ୟାତ୍ମିକ ଉତ୍ତରଣ ଘଟେ ତାହା ଅବର୍ଣ୍ଣନୀୟ। ତା’ର ଆତ୍ମିକ ବିକାଶ ହେବା ସହ ମନ, ପ୍ରାଣ ନିର୍ମଳ ହୋଇଯାଏ। ସେଥିପାଇଁ ହୁଏତ ଭକ୍ତକବି ଗୌରଚରଣ ଲେଖିଛନ୍ତି, ”ଚଉଦ ବ୍ରହ୍ମାଣ୍ଡ ରୁଣ୍ଡ ହୋଇଛନ୍ତି ଦୁଃଖ ଜଣାଇବା ପାଇଁକି, ଜୀବନଯାକର ଦୁଃଖ ଉପେକ୍ଷିବେ କଳା ଶ୍ରୀମୁଖକୁ ଚାହିଁକି।“
ପ୍ରଭୁଙ୍କ ରଥ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା ଆରମ୍ଭ କରୁଥିବା ବେଳେ କୌଣସି ଭକ୍ତ ଯଦି ପଥପାର୍ଶ୍ୱରେ ରହି ପ୍ରଭୁଙ୍କୁ ଦର୍ଶନ କରେ, ତା’ହେଲେ ତା’ର ସମସ୍ତ କଳୁଷ କାଳିମା ଦୂର ହୋଇଯାଏ ବୋଲି ବିଶ୍ୱାସ ରହିଛି। ରଥର ସମ୍ମୁଖରେ ହେଉ ବା ପଶ୍ଚାତ୍‌ରେ ଅନୁସରଣ କଲେ ବି ସେ ବିଷ୍ଣୁସାରୂପ୍ୟ ଲାଭ କରେ। ଯେଉଁମାନେ ରଥ ଟାଣନ୍ତି ଓ ରଥଯାତ୍ରାରେ ଯେ କୌଣସି ସହଯୋଗ କରନ୍ତି, ସେମାନେ ପ୍ରଭୁଙ୍କର ପୂର୍ଣ୍ଣ ଆଶୀର୍ବାଦ ଲାଭ କରନ୍ତି। ସାଧାରଣ ଲୋକ ବିଶ୍ୱାସ ବା ଅବିଶ୍ୱାସ ଯାହା ବି କରନ୍ତୁ ନା କାହିଁକି ଯେଉଁମାନେ ଅତିମାନସ ବିଜ୍ଞାନ ବିଷୟରେ ଅବଗତ, ସେମାନେ ଏହାକୁ ନିଶ୍ଚୟ ବିଶ୍ୱାସ କରିବେ। କାରଣ ପ୍ରେମରୂପକ ଅଠାରେ ପ୍ରଭୁଙ୍କ ସହିତ ଯୁକ୍ତ ହେବା ହିଁ ଯୋଗର ସାର୍ଥକତା। ଗୀତାରେ ଯଥାର୍ଥରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି- ”ଯିଏ ମୋତେ ଅନନ୍ୟ ଭକ୍ତିର ସହିତ ପୂଜା କରେ, ସେ ହିଁ ମୋତେ ଲାଭ କରେ।“ ଲହୁଣିରୁ ଯେପରି ଜଳୀୟ ଅଂଶ ବାହାରିଗଲେ ତାହା ଘିଅ ହୋଇଯାଏ, ସେହିପରି ଭକ୍ତିରୁ ଖାଦ ବାହାରିଗଲେ, ତାହା ପ୍ରେମରେ ରୂପାନ୍ତରିତ ହୋଇଯାଏ। ବିଶ୍ୱାସ କରାଯାଏ ଯେ, ରଥଯାତ୍ରାରେ ଭାଗ ନେଲେ ମନୁଷ୍ୟର ଭକ୍ତିରୁ ସମସ୍ତ ଖାଦ ଦୂର ହୋଇଯାଏ ଓ ସେ ବିମଳ ପ୍ରେମ ଲାଭ କରେ। ଏପରି କି ଯେଉଁମାନେ ଭକ୍ତ ନୁହନ୍ତି, ଅତିମାତ୍ରାରେ ବସ୍ତୁବାଦୀ, ରଥଯାତ୍ରା ସେମାନଙ୍କୁ ମଧ୍ୟ ଆକର୍ଷିତ କରିଥାଏ। ଥରେ ସେ ବିଶ୍ୱନିୟନ୍ତାଙ୍କ ପ୍ରତି ଆକର୍ଷିତ ହୋଇଗଲେ ସାଂସାରିକ ମାୟା ଓ ଜଞ୍ଜାଳ ଦୂରୀଭୂତ ହୋଇଥାଏ। ଏଣୁ ରଥାରୂଢ଼ ପ୍ରଭୁଙ୍କୁ ଦର୍ଶନ କଲେ ଜୀବନ ସାର୍ଥକ ହୁଏ।
ରଥଯାତ୍ରା ବାସ୍ତବତଃ ପ୍ରେମର ଏକ ମହାପର୍ବ। ଦାରୁବ୍ରହ୍ମରୂପୀ ଭଗବାନ ହେଉଛନ୍ତି ପ୍ରେମର ମୂର୍ତ୍ତିମାନ ବିଗ୍ରହ। ଏହି ପ୍ରେମସାଗରରେ ଝାସଦେବାକୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ମଧ୍ୟରେ ଜାତିଧର୍ମର ସଙ୍କୀର୍ଣ୍ଣତା ବିଲୁପ୍ତ ହୋଇଯାଏ। ଭକ୍ତ ଓ ଭଗବାନ ଏକାକାର ହୋଇଯାନ୍ତି। ଏଇଠି ଆସେ ଅତିମାନସର ଅନୁଭବ।
ମୋ-୯୪୩୮୧୮୬୨୨୬


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri