Categories: ଜାତୀୟ

ଏକ୍‌ଜିଟ୍‌ ପୋଲ୍‌ ଭୁଲ୍‌ ସାବ୍ୟସ୍ତ ହେଲା: ଖଟ୍ଟରଙ୍କୁ ଦିଲ୍ଲୀ ଡାକରା

ଚଣ୍ଡିଗଡ଼,୨୪।୧୦: ହରିୟାଣା ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି। ରାଜ୍ୟରେ ଭାଜପା ବହୁମତ ପାଇବା ଆଶା କ୍ଷୀଣ ହେବାରେ ଲାଗିଛି। ଏକ୍‌ଜିଟ୍‌ ପୋଲ୍‌ରେ ଭାଜପା ରାଜ୍ୟରେ ଭଲ ପ୍ରଦର୍ଶନ କରିବ ବୋଲି କୁହାଯାଇଥିଲା। ତେବେ ଏହା ଭୁଲ୍‌ ସାବ୍ୟସ୍ତ ହୋଇଥିବା କୁହାଯାଉଛି। ଇତିମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତାଙ୍କ ସମସ୍ତ କାର୍ଯ୍ୟକ୍ରମ ବାତିଲ୍‌ କରି ଦେଇଛନ୍ତି। ସେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟରଙ୍କୁ ଦିଲ୍ଲୀ ଡକାଇଛନ୍ତି। ରାଜ୍ୟରେ ନିର୍ବାଚନ ଫଳାଫଳ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ ଲାଗି ଶାହ ଏପରି କରିଥିବା କୁହାଯାଉଛି।

Share