Posted inଜାତୀୟ

ଏକାଧିକ ଥର ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୧।୫:ସ୍ବାଧୀନ ଭାରତରେ ନରେନ୍ଦ୍ର ମୋଦିଙ୍କୁ ମିଶାଇ ୧୫ ଜଣ ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି। ପଣ୍ଡିତ ଜବାହରଲାଲ ନେହେରୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ଗୁଲଜାରିଲାଲ୍‌ ନନ୍ଦାଙ୍କୁ ଦୁଇଥରରେ କାମଚଳା ପ୍ରଧାନମନ୍ତ୍ରୀ କରାଯାଇଥିଲା। ଗୁରୁବାର ନରେନ୍ଦ୍ର ମୋଦି ୨ୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥଗ୍ରହଣ କରିଛନ୍ତି। ତେବେ ମୋଦିଙ୍କ ସମେତ ୭ ଜଣ ପ୍ରଧାନମନ୍ତ୍ରୀ ଦୁଇ ବା ତତୋଧିକ ଥର ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ପଣ୍ଡିତ ନେହେରୁ, ଗୁଲଜାରୀ ଲାଲ୍‌ ନନ୍ଦା, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ଅଟଳ ବିହାରୀ ବାଜପେୟୀ ଓ ଡ ମନମୋହନ ସିଂ ।
ଦେଶ ସ୍ବାଧୀନ ହେବା ପରେ ପଣ୍ଡିତ ଜବାହରଲାଲ ନେହେରୁ ୪ଥରରେ ୧୬ ବର୍ଷ ୨୮୬ ଦିନ ଧରି ନିରବଚ୍ଛିନ୍ନ ଭାବେ ପ୍ରଧାନମନ୍ତ୍ରୀ ହୋଇଥିଲେ। ତାଙ୍କର କାର୍ଯ୍ୟକାଳ ୧୫ ଅଗଷ୍ଟ ୧୯୪୭ରୁ ଆରମ୍ଭ ହୋଇ ମେ ୨୭, ୧୯୬୪ ଯାଏ ଚାଲିଥିଲା। ତାଙ୍କ ପରେ ଗୁଲଜାରିଲାଲ ନନ୍ଦା ୨ଥରରେ କାମଚଳା ପ୍ରଧାନମନ୍ତ୍ରୀ ହୋଇଥିଲେ। ତାଙ୍କର ପ୍ରଥମ କାର୍ଯ୍ୟକାଳ ମେ ୨୭, ୧୯୬୪ରୁ ୯ଜୁନ୍‌ ୧୯୬୪ ଯାଏ ଏବଂ ଦ୍ୱିତୀୟ କାର୍ଯ୍ୟକାଳ ୧୧ ଜାନୁୟାରୀ ୧୯୬୬ରୁ ୨୪ ଜାନୁୟାରୀ ୧୯୬୬ ଯାଏ ଅର୍ଥାତ୍‌ ସେହି ୧୩ ଦିନ ଧରି ଏପରି ମୋଟ ୨୬ ଦିନ ଧରି ଚାଲିଥିଲା। ତେବେ ପଣ୍ଡିତ ନେହେରୁଙ୍କ ଭଳି ଇନ୍ଦିରା ଗାନ୍ଧୀ ମଧ୍ୟ ୪ ଥର ପ୍ରଧାନମନ୍ତ୍ରୀ ହୋଇପାରିଥିଲେ। ସେ ପ୍ରଥମ ପର୍ଯ୍ୟାୟରେ ନିରବଚ୍ଛିନ୍ନ ଭାବେ ୩ଥର ୨୪ ଜାନୁୟାରୀ, ୧୯୬୬ରୁ ୨୪ ମାର୍ଚ୍ଚ, ୧୯୭୭ ଯାଏ ଏପରି ମୋଟ ୧୧ ବର୍ଷ ୫୯ ଦିନ ଧରି ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ। ଏହାପରେ ସେ ୧୪ ଜାନୁୟାରୀ, ୧୯୮୦ରୁ ୩୧ ଅକ୍ଟୋବର ୧୯୮୪ ଯାଏ ଦ୍ୱିତୀୟ ପର୍ଯ୍ୟାୟରେ ଏହି ଦାୟିତ୍ୱରେ ରହିଥିଲେ। ତେବେ ସେ ଏହି ସମୟରେ ୪ ବର୍ଷ ୨୯୧ ଦିନ ଧରି ପ୍ରଧାନମନ୍ତ୍ରୀ ରହିଥିଲେ ଏବଂ ୫ ବର୍ଷର କାର୍ଯ୍ୟକାଳ ପୂରଣ କରିପାରି ନ ଥିଲେ। ତାଙ୍କର ଜ୍ୟେଷ୍ଠ ପୁତ୍ର ରାଜୀବ ଗାନ୍ଧୀ ଦୁଇଥର ୩୧ ଅକ୍ଟୋବର, ୧୯୮୪ରୁ ୨ ଡିସେମ୍ବର, ୧୯୮୯ ଯାଏ ୫ ବର୍ଷ ୩୨ ଦିନ ଧରି ଦୁଇଥର ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହାପରେ ଅଟଳ ବିହାରୀ ବାଜପେୟୀ ୩ଥର ପ୍ରଧାନମନ୍ତ୍ରୀ ହୋଇଥିଲେ। ତାଙ୍କର ପ୍ରଥମ କାର୍ଯ୍ୟକାଳ ମେ ୧୬, ୧୯୯୬ରୁ ଆରମ୍ଭ ହୋଇ ଜୁନ୍‌ ପହିଲା, ୧୯୯୬ରେ ମାତ୍ର ୧୬ ଦିନ ପାଇଁ ଥିଲା। ଏହାପରେ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ୧୯ ମାର୍ଚ୍ଚ ୧୯୯୮ରୁ ଆରମ୍ଭ ହୋଇ ୨୨ ମେ, ୨୦୦୪ରେ ଶେଷ ହୋଇଥିଲା। ଏହି ସମୟରେ ସେ ୬ ବର୍ଷ ୬୪ ଦିନ ପାଇଁ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଥିଲେ। ତାଙ୍କ ପରେ ଡ ମନମୋହନ ସିଂ ୨ଥରରେ ୨୨ ମେ, ୨୦୦୪ରୁ ୨୬ ମେ, ୨୦୧୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ହୋଇପାରିଥିଲେ। ଡ ସିଂହ ୧୦ ବର୍ଷ ୪ ଦିନ ଧରି ପ୍ରଧାନମନ୍ତ୍ରୀ ହୋଇଥିଲେ। ତାଙ୍କ ସ୍ଥାନରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ୨୬ ମେ, ୨୦୧୪ରେ ପ୍ରଥମ କାର୍ଯ୍ୟକାଳ ଆରମ୍ଭ କରିଥିଲେ। ୩୦ ମେ, ୨୦୧୯ରେ ମୋଦି ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭ କରିଛନ୍ତି। ଏପରି ଦେଖିଲେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଶାଇ ଦେଶର ୬ ଜଣ ପ୍ରଧାନମନ୍ତ୍ରୀ ୫ ବର୍ଷର କାର୍ଯ୍ୟକାଳ ପୂରଣ କରିବାରେ ସମର୍ଥ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri