ଏକାଥରକେ ୫୦ ଫିଲ୍ମ ସାଇନ୍‌ କରିଥିଲେ ଏହି ପ୍ରସିଦ୍ଧ ଅଭିନେତା

ହିରୋ ନମ୍ବର ଗୋବିନ୍ଦା ଆଜି ୫୮ ବର୍ଷରେ ପଦାର୍ପଣ କରିଛନ୍ତି। ୯୦ ଦଶକରେ ସେ ଅନେକ କମେଡି ଫିଲରେ ଅଭିନୟ କରି ରାତାରାତି ଷ୍ଟାର ପାଲଟିଥିଲେ। ଫିଲ୍ମ ‘କୁଲି ନଂ ୧’ ହେଉ କିମ୍ବା ‘ହଦ କର ଦି ଆପ୍ନେ’ ଭଳି କମେଡି ଫିଲ୍ମ ସେ ଅଭିନୟ କରିଥିଲେ। ୮୦ ଏବଂ ୯୦ ଦଶକରେ ସେ ଅନେକ ଫିଲ୍ମରେ ଅଭିନୟ କରିଥିଲେ। ସେ ଯେଉଁ ଫିଲ୍ମକୁ ସାଇନ୍‌ କରୁଥିଲେ, ତାହା ବକ୍ସ ଅଫିସରେ ଏକ ବ୍ଲକବଷ୍ଟର ହୋଇଯାଉଥିଲା। ଗୋବିନ୍ଦା ହିଁ ଏକାକୀ ତିନି ଖାନଙ୍କୁ ପ୍ରତିଯୋଗିତା ଦେଇଥିଲେ।
ଗୋବିନ୍ଦାଙ୍କ ଫିଲ୍ମ ଯାତ୍ରା ଏକ କାହାଣୀଠାରୁ କମ ନୁହେଁ । ସେ ବହୁ ସଂଘର୍ଷ ପରେ ବଲିଉଡ୍‌ରେ ନିଜର ପରିଚୟ ସୃଷ୍ଟି କରିଥିଲେ। ଗୋବିନ୍ଦା ୨୧ ଡିସେମ୍ବର ୧୯୬୩ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ।
ମାତ୍ର ୨୨ ବର୍ଷ ବୟସରେ ସେ ୫୦ଟି ଫିଲ୍ମରେ ସାଇନ କରିଥିଲେ। ଗୋବିନ୍ଦା ତାଙ୍କ ଫିଲ୍ମ କ୍ୟାରିୟରରେ ୧୬୫ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି। ସେ ତାଙ୍କ ନାମରେ ଅନେକ ପୁରସ୍କାର ମଧ୍ୟ ଜିତିଛନ୍ତି। ଗୋବିନ୍ଦାଙ୍କ ପିତା ଅରୁଣ କୁମାର ଅହୁଜା ତାଙ୍କ ସମୟରେ ଜଣେ ପ୍ରସିଦ୍ଧ କଳାକାର ଥିଲେ। ସେ ୩୦-୪୦ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ। ଏଥି ସହିତ ଗୋବିନ୍ଦାଙ୍କ ମାତା ନିର୍ମଳା ଦେବୀ ଜଣେ ଶାସ୍ତ୍ରୀୟ ଗାୟକ ଥିଲେ। ସେ ଫିଲ୍ମରେ ଗୀତ ଗାଉଥିଲେ। ଗୋବିନ୍ଦା ବାଣିଜ୍ୟରେ ସ୍ନାତକ। ଅଭିନେତା ହେବା ପୂର୍ବରୁ ଅନେକ ସ୍ଥାନରେ ଚାକିରି ଖୋଜୁଥିଲେ। ୧୯୮୬ ମସିହାରେ, ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ଇଲଜାମ’ ରିଲିଜ ହୋଇଥିଲା ଏବଂ ସେ ବଡ ପରଦାରେ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri