ଏକାଠି ହେଲେ ଅସନ୍ତୁଷ୍ଟ ବିଜେଡି ନେତା, କର୍ମୀ

ଦାରିଙ୍ଗବାଡ଼ି,୧୮।୬(ଡି.ଏନ.ଏ)-ସାଧାରଣ ନିର୍ବାଚନ ଫଳାଫଳ ଆସିବା ପରେ ଦାରିଙ୍ଗବାଡ଼ି ବ୍ଲକ ବିଜେଡିରେ ଦଳ ବିରୋଧୀଙ୍କୁ ବହିଷ୍କାର କରିବା ଦାବି ଜୋର ଧରିଛି। ଦଳ ବିରୋଧୀ ଅଭିଯୋଗ ଆସିଥିବା ନେତା, କର୍ମୀ ଓ ଠିକାଦାରଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ଦେଖାଯାଇଛି। ସୋମବାର ଏମାନେ ଦାରିଙ୍ଗବାଡି ପଥପାର୍ଶ୍ୱ ସେବାକେନ୍ଦ୍ରଠାରେ ଏକାଠି ଖବରଦାତା ସମ୍ମିଳନୀ କରି ସେମାନଙ୍କ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଧାୟକ ସାଲୁଗା ପ୍ରଧାନଙ୍କ ଆଚରଣ, ଉଚ୍ଚାରଣକୁ ବିରୋଧ କରିବା ସହ ଦଳର କ୍ଷତି ହେବା ଭଳି କିଛି କାର୍ଯ୍ୟ ସେମାନେ କରି ନ ଥିବା କହିଛନ୍ତି। ନିର୍ବାଚନରେ ବିଧାୟକ ପ୍ରାର୍ଥୀ ପାଇଁ ଆଶାୟୀ ଥିବା ସୋମନାଥ ପ୍ରଧାନଙ୍କ ସମେତ ଲୁକସୁନା ମାଝି, ଲେଙ୍କା ପ୍ରଧାନ, ଠିକାଦାର ବିଜୟ କୁମାର ସାହୁ, ରୋହିତ ସାହୁ, ପ୍ରଦୀପ କୁମାର ସାହୁ ପ୍ରମୁଖ ଖବରଦାତା ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ଷଡ଼ଯନ୍ତ୍ର କରି ସେମାନଙ୍କୁ ବିଜେଡିରୁ ବହିଷ୍କାର ପାଇଁ ଯୋଜନା କରାଯାଉଛି। ନିର୍ବାଚନରେ ସେମାନେ ବିଧାୟକ ପ୍ରଧାନଙ୍କୁ ଜିତାଇବା ପାଇଁ କଠିନ ପରିଶ୍ରମ କରିଛନ୍ତି।
ଲକସୁନା କହିଥିଲେ, ୨୦୦୯ ନିର୍ବାଚନରେ ଦଳ ତାଙ୍କୁ ଟିକେଟ ଦେଇଥିଲା। ସେ ସମୟରେ ସାଲୁଗା ତାଙ୍କୁ ବିରୋଧ କରି ନିଜେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ଦଳକୁ ପରାଜିତ କରାଇଥିଲେ। ସେ ସମୟରେ ଏ ନେଇ କାହିଁକି ଦଳର ରାଜ୍ୟ ସଭାପତିଙ୍କୁ ପ୍ରମାଣ ସହ ଅଭିଯୋଗ କଲେନି ବୋଲି ଲୁକସୁନାଙ୍କୁ ଖବରଦାତାମାନେ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ ା ସେହିପରି ବିଧାୟକ ପ୍ରଧାନଙ୍କ ବିରୋଧରେ ଆହୁରି ଅଭିଯୋଗ କରାଯାଇଥିଲା ଯେ, ୨୦୧୪ ନିର୍ବାଚନରେ ରାଇକିଆର ତତ୍କାଳୀନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ କୁମାର ପ୍ରଧାନଙ୍କୁ ଏହି ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀ କରାଯାଇଥିଲା। ତାଙ୍କୁ ମଧ୍ୟ ସେ ସମୟରେ ବିଧାୟକ ପ୍ରଧାନ ବିରୋଧ କରିଥିଲେ। ଅନ୍ୟପକ୍ଷରେ ଏମପି ଭୋଟ ବିଜେଡିକୁ ଓ ବିଧାୟକ ଭୋଟ କଂଗ୍ରେସକୁ ଦେବାକୁ ଲୋକଙ୍କୁ ପ୍ରବର୍ତ୍ତା ଯାଇଥିବା ଅଭିଯୋଗ ସମ୍ପର୍କରେ ପଚରାଯିବାରୁ ସୋମନାଥ ପ୍ରଧାନ ଏହାକୁ ଅସ୍ବୀକାର କରିବା ସହ ବିଧାୟକ ଏହାର ପ୍ରମାଣ ଦିଅନ୍ତୁ ବୋଲି କହଥିଲେ। ୧୧ ତାରିଖରେ ହୋଇଥିବା ବୈଠକକୁ କାହିଁିକି ଡକାଗଲାନି ଏବଂ ଦଳ ବିରୋଧୀ କାର୍ଯ୍ୟ କରିଥିବା ନେଇ କାହିଁକି ପ୍ରମାଣ ଦିଆଗଲାନି ବୋଲି ଅସନ୍ତୁଷ୍ଟ ନେତା ଓ କର୍ମୀମାନେ ପ୍ରଶ୍ନ କରିଥିଲେ। ବିଧାୟକ ପ୍ରଧାନଙ୍କ ଅଭିଯୋଗ ଭିତ୍ତିହୀନ । ଏହାର ତଦନ୍ତ କରି ରାଜ୍ୟ ସଭାପତି ପଦକ୍ଷେପ ନେବାକୁ ସେମାନେ ଦାବି କରିଥିଲେ। ବିଧାୟକ ପ୍ରଧାନ ତାଙ୍କ ଆଚରଣ ଓ ଉଚ୍ଚାରଣ ଠିକ ନ କଲେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅଞ୍ଚଳରେ ବିଜେଡି ଜିତିବା ଅସମ୍ଭବ ହୋଇପଡ଼ିବ ବୋଲି ସେମାନେ ଖବରଦାତା ସମ୍ମିଳନୀରେ କହିଛନ୍ତି। ଏ ସମ୍ପର୍କିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ଦଳର ଜିଲା ସଭାପତି, ଜିଲା ପର୍ଯ୍ୟବେକ୍ଷକ, ମନ୍ତ୍ରୀ ପଦ୍ମନାଭ ବେହେରା ଏବଂ ଏମପି ଅଚ୍ୟୁତ ସାମନ୍ତଙ୍କୁ ପ୍ରଦାନ କରାଯାଇଥିବା ଜଣାଇଛନ୍ତି। ସେହିପରି ଠିକାଦାର ରୋହିତ ସାହୁ କହିଛନ୍ତି, ଗତ ନିର୍ବାଚନ ବେଳେ ସୋମନାଥଙ୍କୁ ଟିକେଟ ପାଇଁ ତାଙ୍କ ସହ ଭୁବନେଶ୍ୱର ଯାଇଥିବାରୁ ଦଳରୁ ବହିଷ୍କାର ପାଇଁ ଚକ୍ରାନ୍ତ କରାଯାଇଛି। କୌଣସି ଠିକାକାର୍ଯ୍ୟ ନ ଦେବାକୁ ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବିଧାୟକ ପ୍ରଧାନ ପରାମର୍ଶ ଦେଉଥିବାରୁ ସେ ଏବେ ମର୍ମାହତ ବୋଲି କହିଛନ୍ତି। ଏ ନେଇ ବିଧାୟକ ପ୍ରଧାନଙ୍କ ସହ ମୋବାଇଲ ଫୋନରେ ଯୋଗାଯୋଗ କରାଯିବାରୁ ସେ ଏବେ ଜିଲା ବାହାରେ ଅଛନ୍ତି, କ’ଣ ଅଭିଯୋଗ ଆସିଛି ତାହା ଠିକ ଭାବେ ଜାଣି ନ ଥିବା କହିଥିଲେ। ଜାଣବା ପରେ ଉତ୍ତର ଦେବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ୧୧ ତାରିଖରେ ବ୍ଲକ ସଭାପତି ଦିଲୀପ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ନିର୍ବାଚନୀ ସମୀକ୍ଷା ବୈଠକ ହୋଇଥିଲା। ଦଳ ବିରୋଧୀ କାର୍ଯ୍ୟ କରିଥିବା କର୍ମୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଥିଲା ା ବ୍ଲକ ସଭାପତି ପ୍ରଧାନ ରାଜ୍ୟ ସଭାପତିଙ୍କ ନିକଟକୁ ଦଳ ବିରୋଧୀଙ୍କ ନାମତାଲିକା ପଠାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri