ଏକାଠି ହେଲେ ଅସନ୍ତୁଷ୍ଟ ବିଜେଡି ନେତା, କର୍ମୀ

ଦାରିଙ୍ଗବାଡ଼ି,୧୮।୬(ଡି.ଏନ.ଏ)-ସାଧାରଣ ନିର୍ବାଚନ ଫଳାଫଳ ଆସିବା ପରେ ଦାରିଙ୍ଗବାଡ଼ି ବ୍ଲକ ବିଜେଡିରେ ଦଳ ବିରୋଧୀଙ୍କୁ ବହିଷ୍କାର କରିବା ଦାବି ଜୋର ଧରିଛି। ଦଳ ବିରୋଧୀ ଅଭିଯୋଗ ଆସିଥିବା ନେତା, କର୍ମୀ ଓ ଠିକାଦାରଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ଦେଖାଯାଇଛି। ସୋମବାର ଏମାନେ ଦାରିଙ୍ଗବାଡି ପଥପାର୍ଶ୍ୱ ସେବାକେନ୍ଦ୍ରଠାରେ ଏକାଠି ଖବରଦାତା ସମ୍ମିଳନୀ କରି ସେମାନଙ୍କ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଧାୟକ ସାଲୁଗା ପ୍ରଧାନଙ୍କ ଆଚରଣ, ଉଚ୍ଚାରଣକୁ ବିରୋଧ କରିବା ସହ ଦଳର କ୍ଷତି ହେବା ଭଳି କିଛି କାର୍ଯ୍ୟ ସେମାନେ କରି ନ ଥିବା କହିଛନ୍ତି। ନିର୍ବାଚନରେ ବିଧାୟକ ପ୍ରାର୍ଥୀ ପାଇଁ ଆଶାୟୀ ଥିବା ସୋମନାଥ ପ୍ରଧାନଙ୍କ ସମେତ ଲୁକସୁନା ମାଝି, ଲେଙ୍କା ପ୍ରଧାନ, ଠିକାଦାର ବିଜୟ କୁମାର ସାହୁ, ରୋହିତ ସାହୁ, ପ୍ରଦୀପ କୁମାର ସାହୁ ପ୍ରମୁଖ ଖବରଦାତା ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ଷଡ଼ଯନ୍ତ୍ର କରି ସେମାନଙ୍କୁ ବିଜେଡିରୁ ବହିଷ୍କାର ପାଇଁ ଯୋଜନା କରାଯାଉଛି। ନିର୍ବାଚନରେ ସେମାନେ ବିଧାୟକ ପ୍ରଧାନଙ୍କୁ ଜିତାଇବା ପାଇଁ କଠିନ ପରିଶ୍ରମ କରିଛନ୍ତି।
ଲକସୁନା କହିଥିଲେ, ୨୦୦୯ ନିର୍ବାଚନରେ ଦଳ ତାଙ୍କୁ ଟିକେଟ ଦେଇଥିଲା। ସେ ସମୟରେ ସାଲୁଗା ତାଙ୍କୁ ବିରୋଧ କରି ନିଜେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ଦଳକୁ ପରାଜିତ କରାଇଥିଲେ। ସେ ସମୟରେ ଏ ନେଇ କାହିଁକି ଦଳର ରାଜ୍ୟ ସଭାପତିଙ୍କୁ ପ୍ରମାଣ ସହ ଅଭିଯୋଗ କଲେନି ବୋଲି ଲୁକସୁନାଙ୍କୁ ଖବରଦାତାମାନେ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ ା ସେହିପରି ବିଧାୟକ ପ୍ରଧାନଙ୍କ ବିରୋଧରେ ଆହୁରି ଅଭିଯୋଗ କରାଯାଇଥିଲା ଯେ, ୨୦୧୪ ନିର୍ବାଚନରେ ରାଇକିଆର ତତ୍କାଳୀନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ କୁମାର ପ୍ରଧାନଙ୍କୁ ଏହି ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀ କରାଯାଇଥିଲା। ତାଙ୍କୁ ମଧ୍ୟ ସେ ସମୟରେ ବିଧାୟକ ପ୍ରଧାନ ବିରୋଧ କରିଥିଲେ। ଅନ୍ୟପକ୍ଷରେ ଏମପି ଭୋଟ ବିଜେଡିକୁ ଓ ବିଧାୟକ ଭୋଟ କଂଗ୍ରେସକୁ ଦେବାକୁ ଲୋକଙ୍କୁ ପ୍ରବର୍ତ୍ତା ଯାଇଥିବା ଅଭିଯୋଗ ସମ୍ପର୍କରେ ପଚରାଯିବାରୁ ସୋମନାଥ ପ୍ରଧାନ ଏହାକୁ ଅସ୍ବୀକାର କରିବା ସହ ବିଧାୟକ ଏହାର ପ୍ରମାଣ ଦିଅନ୍ତୁ ବୋଲି କହଥିଲେ। ୧୧ ତାରିଖରେ ହୋଇଥିବା ବୈଠକକୁ କାହିଁିକି ଡକାଗଲାନି ଏବଂ ଦଳ ବିରୋଧୀ କାର୍ଯ୍ୟ କରିଥିବା ନେଇ କାହିଁକି ପ୍ରମାଣ ଦିଆଗଲାନି ବୋଲି ଅସନ୍ତୁଷ୍ଟ ନେତା ଓ କର୍ମୀମାନେ ପ୍ରଶ୍ନ କରିଥିଲେ। ବିଧାୟକ ପ୍ରଧାନଙ୍କ ଅଭିଯୋଗ ଭିତ୍ତିହୀନ । ଏହାର ତଦନ୍ତ କରି ରାଜ୍ୟ ସଭାପତି ପଦକ୍ଷେପ ନେବାକୁ ସେମାନେ ଦାବି କରିଥିଲେ। ବିଧାୟକ ପ୍ରଧାନ ତାଙ୍କ ଆଚରଣ ଓ ଉଚ୍ଚାରଣ ଠିକ ନ କଲେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅଞ୍ଚଳରେ ବିଜେଡି ଜିତିବା ଅସମ୍ଭବ ହୋଇପଡ଼ିବ ବୋଲି ସେମାନେ ଖବରଦାତା ସମ୍ମିଳନୀରେ କହିଛନ୍ତି। ଏ ସମ୍ପର୍କିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ଦଳର ଜିଲା ସଭାପତି, ଜିଲା ପର୍ଯ୍ୟବେକ୍ଷକ, ମନ୍ତ୍ରୀ ପଦ୍ମନାଭ ବେହେରା ଏବଂ ଏମପି ଅଚ୍ୟୁତ ସାମନ୍ତଙ୍କୁ ପ୍ରଦାନ କରାଯାଇଥିବା ଜଣାଇଛନ୍ତି। ସେହିପରି ଠିକାଦାର ରୋହିତ ସାହୁ କହିଛନ୍ତି, ଗତ ନିର୍ବାଚନ ବେଳେ ସୋମନାଥଙ୍କୁ ଟିକେଟ ପାଇଁ ତାଙ୍କ ସହ ଭୁବନେଶ୍ୱର ଯାଇଥିବାରୁ ଦଳରୁ ବହିଷ୍କାର ପାଇଁ ଚକ୍ରାନ୍ତ କରାଯାଇଛି। କୌଣସି ଠିକାକାର୍ଯ୍ୟ ନ ଦେବାକୁ ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବିଧାୟକ ପ୍ରଧାନ ପରାମର୍ଶ ଦେଉଥିବାରୁ ସେ ଏବେ ମର୍ମାହତ ବୋଲି କହିଛନ୍ତି। ଏ ନେଇ ବିଧାୟକ ପ୍ରଧାନଙ୍କ ସହ ମୋବାଇଲ ଫୋନରେ ଯୋଗାଯୋଗ କରାଯିବାରୁ ସେ ଏବେ ଜିଲା ବାହାରେ ଅଛନ୍ତି, କ’ଣ ଅଭିଯୋଗ ଆସିଛି ତାହା ଠିକ ଭାବେ ଜାଣି ନ ଥିବା କହିଥିଲେ। ଜାଣବା ପରେ ଉତ୍ତର ଦେବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ୧୧ ତାରିଖରେ ବ୍ଲକ ସଭାପତି ଦିଲୀପ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ନିର୍ବାଚନୀ ସମୀକ୍ଷା ବୈଠକ ହୋଇଥିଲା। ଦଳ ବିରୋଧୀ କାର୍ଯ୍ୟ କରିଥିବା କର୍ମୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଥିଲା ା ବ୍ଲକ ସଭାପତି ପ୍ରଧାନ ରାଜ୍ୟ ସଭାପତିଙ୍କ ନିକଟକୁ ଦଳ ବିରୋଧୀଙ୍କ ନାମତାଲିକା ପଠାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri