Posted inଖେଳ

ଏକଦିବସୀୟ କ୍ରିକେଟରରେ ପ୍ରଥମ ହ୍ୟାଟ୍ରିକ୍‌ ନେଇଥିଲେ ଏହି ବୋଲର

କ୍ରିକେଟରେ ହ୍ୟାଟ୍ରିକ୍‌ ନେବା ସବୁ ବୋଲରଙ୍କଙ୍କ ସ୍ବପ୍ନ ଥାଏ। ଏକଦିବସୀୟ କ୍ରିକେଟରେ ଏପର୍ଯ୍ୟନ୍ତ ୪୯ଟି ହ୍ୟାଟ୍ରିକ ହୋଇଛି। ପ୍ରଥମ ହ୍ୟାଟ୍ରିକ ବେଶ୍‌ ରୋଚକ ଥିଲା। ସାଧାରଣତଃ ବେଲାରମାନେ ହ୍ୟାଟ୍ରିକ୍‌ ନେଲେ ସେହି ମୁହୂର୍ତ୍ତରେ ଖୁସି ହୋଇଥାନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପ୍ରଥମ ହ୍ୟାଟ୍ରିକ ନେବା ପରେ ବୋଲର ମ୍ୟାଚ୍‌ର ପରଦିନ ଖୁସି ପାଳନ କରିଥିଲେ। ୧୯୮୨, ରେ ପାକିସ୍ତାନ ଡାହାଣହାତୀ ପେସର ଜଲାଲୁଦ୍ଦିନ ଏକଦିବସୀୟ କ୍ରିକେଟରେ ପ୍ରଥମ ହ୍ୟାଟ୍ରିକ ନେଇଥିଲେ। ଅଷ୍ଟ୍ରେଲିଆ ବିପ’ରେ ସେ ଏହି କୃତିତ୍ୱ ଅର୍ଜନ କରିଥିଲେ। ଜଲାଲୁଦ୍ଦିନଙ୍କ ଆଜି ୬୧ତମ ଜନ୍ମଦିନ। ପାକିସ୍ତାନର କରାଚିରେ ଜନ୍ମଗ୍ରହଣ କରିଥିବା ଜଲାଲୁଦ୍ଦିନ ଏହି ହ୍ୟାଟ୍ରିକରେ ସେ ଖୁସି ଥିଲେ, କିନ୍ତୁ ପ୍ରଥମ ଥର ପାଇଁ ଏକଦିବସୀୟ କ୍ରିକେଟରେ ଏହି ସଫଳତା ହାସଲ କରିଛନ୍ତି ସେ ଜାଣି ନ ଥିଲେ। ମ୍ୟାଚର ପରଦିନ ରେକର୍ଡ ବୁକ ଯାଞ୍ଚ କରାଯାଇଥିଲା। ତା’ପରେ ଏହି ବିଶ୍ୱ ରେକର୍ଡ ପ୍ରକାଶ ପାଇଲା। ଯାହା ଜଲାଲୁଦ୍ଦିନଙ୍କ ଖୁସିକୁ ଦ୍ୱିଗୁଣିତ କରିଥିଲା। ସେ ପାକିସ୍ତାନ ପକ୍ଷରୁ ୮ ଟି ଏକଦିବସୀୟ ଖେଳି ୧୪ଟି ଉଇକେଟ ନେଇଥିଲେ। ସେହିପରି ୬ଟି ଟେଷ୍ଟ ୧୧ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri