ଏକତ୍ର ହେବେ ନାହିଁ ୭ରୁ ଅଧିକ ଲୋକ

ଭୁବନେଶ୍ୱର, ୨୧ା୩ (ବ୍ୟୁରୋ): କରୋନା ଭୂତାଣୁ (କୋଭିଡ୍‌-୧୯) ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପର ହୋଇପଡ଼ିଛନ୍ତି। ପ୍ରତିଦିନ ବିଭିନ୍ନ ଆଡ଼ଭାଇଜରି ଜାରି ସହ ସଚେତନତା ଓ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ସ୍ଥିତି ଉପରେ କଡ଼ା ନଜର ରଖାଯାଇଥିବାବେଳେ ଶୁକ୍ରବାର ଆଉଏକ ଆଡ୍‌ଭାଇଜରି ଜାରି ହୋଇଛି। କୌଣସି ପରିସ୍ଥିତିରେ ମଧ୍ୟ ୭ଜଣରୁ ଅଧିକ ଲୋକ ସର୍ବସାଧାରଣ ସ୍ଥାନରେ ଏକତ୍ର ହେବେ ନାହିଁ। ସ୍ଥିତିରେ ପରିବର୍ତ୍ତନ ନ ହେବା ପର୍ଯ୍ୟନ୍ତ ଏହା କାର୍ଯ୍ୟ କରିବ। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରାଯାଇଛି ବୋଲି କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି। ଗୀତ ଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ସରକାରୀ କାର୍ଯ୍ୟାଳୟରେ କେବଳ କରୋନା ସଂକ୍ରାନ୍ତ ବୈଠକ ହେବ। କୋଭିଡ୍‌-୧୯ ଓ ମୌଳିକ ସେବା ପରିଚାଳନା ସଂକ୍ରାନ୍ତୀୟ ଛାଡ଼ିଦେଲେ ଅନ୍ୟ କୌଣସି ବୈଠକ ବା ସଭା ହୋଇପାରିବ ନାହିଁ। ଜରୁରୀ ବୈଠକ ବସିଲେ ପରସ୍ପରଠାରୁ ୨ ମିଟର ଦୂରତା ଅନୁପାଳନକୁ କଡ଼ାକଡ଼ି କରାଯିବ। ସମ୍ଭବ ହେଲେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଲୋଚନା କରାଯିବ। ସମସ୍ତ ସରକାରୀ ଉତ୍ସବ, ସ୍ମୃତି ଦିବସ, ପ୍ରତିମୂର୍ତ୍ତି ମାଲ୍ୟାର୍ପଣ ଆଦିକୁ ସ୍ଥଗିତ ରଖାଯାଇଛି।
ଅନ୍ୟପକ୍ଷରେ ଓଡ଼ିଶାରେ ଦ୍ୱିତୀୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ୧୯ ବର୍ଷୀୟ ଯୁବକ ଜଣକ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେ ବିଟ୍ରେନ୍‌ରୁ ଫେରି ୧୮ ତାରିଖରେ ଭୁବନେଶ୍ୱରରେ ପହଞ୍ଚିଥିଲେ। ୧୯ ତାରିଖରେ ତାଙ୍କୁ ଆଇସୋଲୋଶନରେ ରଖାଯାଇଛି। ତାଙ୍କ ପରିବାର ଲୋକଙ୍କୁ ହୋମ୍‌ କ୍ବାରାଣ୍ଟାଇନ୍‌ରେ ରହିବା ପାଇଁ ନିଦ୍ଦେର୍ର୍ଶ ଦିଆଯାଇଛି। ରୋଗୀ ଜଣକ ବର୍ତ୍ତମାନ ସୁଦ୍ଧା ୪୬ଜଣଙ୍କ ସଂସ୍ପର୍ଶରେ ଆସିଥିବା ତଥ୍ୟ ମିଳିଛି। ସେମାନଙ୍କ ମଧ୍ୟରୁ ୪୩ ଜଣଙ୍କ ସହ ଯୋଗାଯୋଗ ହୋଇସାରିଛି। ଅନ୍ୟ ୩ ଜଣଙ୍କ ସହ ଯୋଗାଯୋଗ ପାଇଁ ପ୍ରଚେଷ୍ଟା ଚାଲିଛି। ଏଥିପାଇଁ ୮ ମନିଟରିଂ ଟିମ୍‌ କାର୍ଯ୍ୟ କରୁଛନ୍ତି। ଯୁଦ୍ଧକାଳୀନ ଭିତରେ ଏହି ଟିମ୍‌ ସେହି ୩ଜଣଙ୍କୁ ଟ୍ରେସ୍‌ କରୁଛନ୍ତି। ସେହିଭଳି ପ୍ରଥମ କରୋନା ଆକ୍ରାନ୍ତ ବର୍ତ୍ତମାନ ଭଲ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ପରିବର୍ତ୍ତନ ହେଉଛି ବୋଲି ବାଗ୍‌ଚୀ କହିଛନ୍ତି।
ତେବେ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଦୁଇଟି ଉଦ୍‌ବେଗଜନକ ଘଟଣା ସାମ୍ନାକୁ ଆସିଥିବା ବାଗ୍‌ଚୀ କହିଛନ୍ତି। ସ୍ବାସ୍ଥ୍ୟ ବିଭାଗ ପରାମର୍ଶରେ ଆଇସୋଲେଶନରେ ଥିବା ବ୍ୟକ୍ତିମାନେ ସମସ୍ୟା ନ ଥିଲେ ଘରକୁ ଫେରିପାରିବେ। କିନ୍ତୁ ଏ ପରିସ୍ଥିତିରେ ସ୍ଥାନୀୟ ଗ୍ରାମବାସୀ, ପଡ଼ୋଶୀ, ଗୋଷ୍ଠୀ ସେମାନଙ୍କ ଫେରିବାକୁ ବିରୋଧ କରିବା ସାମାଜିକ ଦୃଷ୍ଟିକୋଣରୁ ଅନୁଚିତ। ଏଭଳି ବିରୋଧ ନଜରକୁ ଆସିଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ। ସେହିଭଳି କୌଣସି ବିଦେଶାଗତ ପର୍ଯ୍ୟଟକ, ଅତିଥିଙ୍କୁ ଯଦି କରୋନା ଆଳରେ କେହି ବି ଅସଦାଚରଣ କରିବା ନଜରକୁ ଆସେ ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଗ୍‌ଚୀ ସୂଚନା ଦେଇଛନ୍ତି।
ଓଡ଼ିଶାରେ ଅଦ୍ୟାବଧି ୬୬ ନମୁନା ପରୀକ୍ଷା କରାଯାଇଛି। ସେଥିରୁ ୬୨ଟିର ରିପୋର୍ଟ ଆସିଛି ଓ ୪ଟି ରିପୋର୍ଟ ହସ୍ତଗତ ହୋଇନାହିଁ। ତେବେ ମିଳିଥିବା ରିପୋର୍ଟ ମଧ୍ୟରୁ ୬୦ ନେଗେଟିଭ୍‌ ହୋଇଥିବାବେଳେ ୨ ପଜିଟିଭ୍‌ ରହିଛି। ଶୁକ୍ରବାର ସନ୍ଧ୍ୟାସୁଦ୍ଧା ଆସିଥିବା ୯ ରିପୋର୍ଟ ନେଗେଟିଭ୍‌ ଆସିଛି। ବର୍ତ୍ତମାନ ସୁଦ୍ଧା ଜାରି ଫୋନ୍‌ ନମ୍ବର ଓ ଓ୍ବେବ୍‌ ପୋର୍ଟାଲ ଜରିଆରେ ୨୯୩୫ଜଣ ବିଦେଶ ଫେରନ୍ତା ପଞ୍ଜୀକରଣ କରିଛନ୍ତି। ତେବେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକାକୁ ଶୃଙ୍ଖଳାର ସହ ଅନୁପାଳନ କରିଥିବାରୁ ଧର୍ମାନୁଷ୍ଠାନମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃତଜ୍ଞତା ଜଣାଇଛନ୍ତି। ସେହିଭଳି ଏ ପରିସ୍ଥିତିରେ କାର୍ଯ୍ୟରତ ସ୍ବାସ୍ଥ୍ୟ ଅଧିକାରୀ ଓ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିବା ବାଗ୍‌ଚୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri