ଟୋକିଓ,୩୧-୫: ପୂର୍ବ ଏସିଆର ଦେଶଗୁଡ଼ିକ ନିଜ ମଧ୍ୟରେ ବାଣିଜ୍ୟ କାରବାର ପାଇଁ ଏକକ ଏସିଆନ ମୁଦ୍ରା ପ୍ରଚଳନ କରିବା ଉଚିତ୍ ବୋଲି ମାଲେସିଆ ପ୍ରଧାନମନ୍ତ୍ରୀ ମହମ୍ମଦ ମହାତିର ଗୁରୁବାର ପ୍ରସ୍ତାବ ଦେଇଛନ୍ତି। ତାଙ୍କର କହିବାନୁଯାୟୀ,ପ୍ରସ୍ତାବିତ ଏସିଆନ ମୁଦ୍ରା ସୁନା ଆଧାରିତ ହେବା ଉଚିତ୍। ଏହାଦ୍ୱାରା ଆଞ୍ଚଳିକ ବାଣିଜ୍ୟକୁ ପ୍ରୋତ୍ସାହନ ମିଳିବ ଏବଂ ଆମେରିକା ଡଲାର ଉପରେ ଦେଶଗୁଡ଼ିକର ନିର୍ଭରଶୀଳତା କମିବ। ମହାତିର କହିଛନ୍ତି ଯେ, ଏହି ପ୍ରସ୍ତାବିତ ମୁଦ୍ରା କେବଳ ଆଞ୍ଚଳିକ ବାଣିଜ୍ୟ ଲାଗି ବ୍ୟବହାର କରାଯିବ ଏବଂ ପ୍ରତ୍ୟେକ ଦେଶ ନିଜର ଘରୋଇ ମୁଦ୍ରା ପ୍ରଚଳନ ଜାରି ରଖିବେ। ଏଠାରେ ‘ ଫ୍ୟୁଚର ଅଫ୍ ଏସିଆ’ ସମ୍ମିଳନୀରେ ଯୋଗ ଦେଇ ମହାତିର କହିଛନ୍ତି ଯେ, ସୁଦୂର ପୂର୍ବ ଏସିଆକୁ ଏକାଠି ହେବାକୁ ପଡେ, ତେବେ ଆମକୁ ବାଣିଜ୍ୟ ଲାଗି ଏକକ ମୁଦ୍ରା ପ୍ରଚଳନ କରିବାକୁ ହେବ, ଯାହା କି ବାଣିଜ୍ୟ କାରବାର ପାଇଁ ବ୍ୟବହାର କରାଯାଇପାରିବ। ସେ କହିଛନ୍ତି ଯେ, ବିଶ୍ୱର ସବୁ ରାଷ୍ଟ୍ର ବାଣିଜ୍ୟ କାରବାର ପାଇଁ ଏବେ ଆମେରିକା ଡଲାର ଉପରେ ନିର୍ଭର କରୁଛନ୍ତି। ତେବେ ଏହା ସ୍ଥାୟୀ ନୁହେଁ। ଏଣୁ ପ୍ରସ୍ତାବିତ ମୁଦ୍ରା ସୁନା ଆଧାରିତ ହେବା ଆବଶ୍ୟକ। ଏହା ଡଲାର ତୁଳନାରେ ଅଧିକ ସ୍ଥାୟୀ ହେବ। ସେ କହିଛନ୍ତି ଯେ, ଆଞ୍ଚଳିକ ମୁଦ୍ରା ବିନିମୟ ଦର ପ୍ରତ୍ୟେକ ଶେର ପ୍ରଦର୍ଶନ ଆଧାର ଉପରେ ନିର୍ଭର କରିବ। ଏହାଦ୍ୱାରା ଆଞ୍ଚଳିକ ବାଣିଜ୍ୟକୁ ସହଜ କରାଯାଇପାରିବ। ଏହାଦ୍ୱାରା ଆମ ଉପରେ କେତେ ଋଣ ବୋଝ ରହିଛି ସହଜରେ ଜାଣି ହେବ ଏବଂ ଆମକୁ କେତେ ପରିମାଣରେ ଏସିଆନ ମୁଦ୍ରା ଦେବାକୁ ହେବ।
ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…
ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…
ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍
ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…
ଯୁଦ୍ଧବିରତି ଭିତରେ ହଠାତ୍ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍
ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…
RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍ ଅପରିବର୍ତ୍ତିତ
ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍କୁ ଅପରିବର୍ତ୍ତିତ…
ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…
ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…
Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ
ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…
ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….
ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…
୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ
ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…
Archives

