ଏକକ ଏସିଆନ ମୁଦ୍ରା ଲାଗି ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ

ଟୋକିଓ,୩୧-୫: ପୂର୍ବ ଏସିଆର ଦେଶଗୁଡ଼ିକ ନିଜ ମଧ୍ୟରେ ବାଣିଜ୍ୟ କାରବାର ପାଇଁ ଏକକ ଏସିଆନ ମୁଦ୍ରା ପ୍ରଚଳନ କରିବା ଉଚିତ୍‌ ବୋଲି ମାଲେସିଆ ପ୍ରଧାନମନ୍ତ୍ରୀ ମହମ୍ମଦ ମହାତିର ଗୁରୁବାର ପ୍ରସ୍ତାବ ଦେଇଛନ୍ତି। ତାଙ୍କର କହିବାନୁଯାୟୀ,ପ୍ରସ୍ତାବିତ ଏସିଆନ ମୁଦ୍ରା ସୁନା ଆଧାରିତ ହେବା ଉଚିତ୍‌। ଏହାଦ୍ୱାରା ଆଞ୍ଚଳିକ ବାଣିଜ୍ୟକୁ ପ୍ରୋତ୍ସାହନ ମିଳିବ ଏବଂ ଆମେରିକା ଡଲାର ଉପରେ ଦେଶଗୁଡ଼ିକର ନିର୍ଭରଶୀଳତା କମିବ। ମହାତିର କହିଛନ୍ତି ଯେ, ଏହି ପ୍ରସ୍ତାବିତ ମୁଦ୍ରା କେବଳ ଆଞ୍ଚଳିକ ବାଣିଜ୍ୟ ଲାଗି ବ୍ୟବହାର କରାଯିବ ଏବଂ ପ୍ରତ୍ୟେକ ଦେଶ ନିଜର ଘରୋଇ ମୁଦ୍ରା ପ୍ରଚଳନ ଜାରି ରଖିବେ। ଏଠାରେ ‘ ଫ୍ୟୁଚର ଅଫ୍‌ ଏସିଆ’ ସମ୍ମିଳନୀରେ ଯୋଗ ଦେଇ ମହାତିର କହିଛନ୍ତି ଯେ, ସୁଦୂର ପୂର୍ବ ଏସିଆକୁ ଏକାଠି ହେବାକୁ ପଡେ, ତେବେ ଆମକୁ ବାଣିଜ୍ୟ ଲାଗି ଏକକ ମୁଦ୍ରା ପ୍ରଚଳନ କରିବାକୁ ହେବ, ଯାହା କି ବାଣିଜ୍ୟ କାରବାର ପାଇଁ ବ୍ୟବହାର କରାଯାଇପାରିବ। ସେ କହିଛନ୍ତି ଯେ, ବିଶ୍ୱର ସବୁ ରାଷ୍ଟ୍ର ବାଣିଜ୍ୟ କାରବାର ପାଇଁ ଏବେ ଆମେରିକା ଡଲାର ଉପରେ ନିର୍ଭର କରୁଛନ୍ତି। ତେବେ ଏହା ସ୍ଥାୟୀ ନୁହେଁ। ଏଣୁ ପ୍ରସ୍ତାବିତ ମୁଦ୍ରା ସୁନା ଆଧାରିତ ହେବା ଆବଶ୍ୟକ। ଏହା ଡଲାର ତୁଳନାରେ ଅଧିକ ସ୍ଥାୟୀ ହେବ। ସେ କହିଛନ୍ତି ଯେ, ଆଞ୍ଚଳିକ ମୁଦ୍ରା ବିନିମୟ ଦର ପ୍ରତ୍ୟେକ ଶେର ପ୍ରଦର୍ଶନ ଆଧାର ଉପରେ ନିର୍ଭର କରିବ। ଏହାଦ୍ୱାରା ଆଞ୍ଚଳିକ ବାଣିଜ୍ୟକୁ ସହଜ କରାଯାଇପାରିବ। ଏହାଦ୍ୱାରା ଆମ ଉପରେ କେତେ ଋଣ ବୋଝ ରହିଛି ସହଜରେ ଜାଣି ହେବ ଏବଂ ଆମକୁ କେତେ ପରିମାଣରେ ଏସିଆନ ମୁଦ୍ରା ଦେବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri