ଏଇ ଭାରତରେ

କୌଣସି ବ୍ୟକ୍ତି ଅପରାଧ କରି ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ଦଣ୍ଡବିଧାନ ସ୍ବରୂପ ଜେଲ୍‌ରେ ରଖାଯାଇଥାଏ। କିନ୍ତୁ ଆମ ଭାରତରେ ଏପରି ଏକ ଜେଲ୍‌ ରହିଛି ଯେଉଁଠି ଦେଶବିଦେଶରୁ ପର୍ଯ୍ୟଟକମାନେ ଆସି କଏଦୀଭାବେ ରହିବାକୁ ପସନ୍ଦ କରନ୍ତି। କଏଦୀଙ୍କ ଭଳି ସୁବିଧାସୁଯୋଗ ମିଳେ ଏହି ଜେଲ୍‌ରେ। ପର୍ଯ୍ୟଟକଙ୍କୁ ଟିକେଟ କାଟି ଜେଲ୍‌ ଭିତରକୁ ଆସିବାକୁ ପଡ଼ିଥାଏ। ଏପରି ଏକ ଜେଲ୍‌ ତେଲେଙ୍ଗାନା ମେଡକଠାରେ ରହିଛି। ସାଙ୍ଗାରେଡ୍ଡୀ ଜେଲ୍‌ ଭାବେ ଏହା ବେଶ୍‌ ଜଣାଶୁଣା। ଏଠାରେ ବନ୍ଦୀ ଜୀବନ କାଟିବାକୁ ଚାହୁଁଥିବା ବ୍ୟକ୍ତି ୫ଶହ ଟଙ୍କା ଦେଇ ଟିକେଟ କାଟିଥାନ୍ତି। ସେମାନଙ୍କୁ କଏଦୀଙ୍କ ପୋଷାକ, ଆଲୁମିନିୟମ୍‌ ବାସନ ଆଦି ଯୋଗାଇ ଦିଆଯାଏ। ଏହା ସହିତ କଏଦୀଙ୍କ ଭଳି ଖାଦ୍ୟ ମଧ୍ୟ ଦିଆଯାଏ। ୨୨୩ ବର୍ଷର ପୁରୁଣା ଏହି ଜେଲ୍‌ ଏବେ ସଂଗ୍ରହାଳୟ ପାଲଟିଛି। ୧୭୯୬ ମସିହାରେ ଏହା ନିର୍ମାଣ କରାଯାଇଥିବା ଅନୁମାନ କରାଯାଏ। ଜେଲ୍‌ ୩ ଏକର ପରିମିତ ଅଞ୍ଚଳରେ ନିର୍ମିତ ହୋଇଛି।