ଏଇ ଭାରତରେ

ମଧ୍ୟପ୍ରଦେଶ ଇନ୍ଦୋରର ଏକ ମରାଠୀ ଦମ୍ପତି କିଛି ବର୍ଷ ହେବ ଆବୁଧାବିରେ ରହି ଆସୁଛନ୍ତି। ସେମାନେ ନିକଟରେ ଇନ୍ଦୋର ଆସି ତାଙ୍କ ପୁଅ ସହ ୮ ବର୍ଷ ଝିଅର ମଧ୍ୟ ବ୍ରତୋପନୟନ କରିଛନ୍ତି। ସାଧାରଣତଃ ହିନ୍ଦୁ ପରମ୍ପରା ଅନୁଯାୟୀ କେବଳ ପୁଅମାନଙ୍କର ବ୍ରତୋପନୟନ କରାଯାଉଥିବା ବେଳେ ଝିଅର ବ୍ରତୋପନୟନ କରିଥିବାରୁ ସେମାନେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସେମାନେ ଏଥିପାଇଁ ୨ ବର୍ଷ କାଳ ଶାସ୍ତ୍ର ଅଧ୍ୟୟନ କରି ଏହାର ଶାସ୍ତ୍ରରେ ତା’ର ଉଦାହରଣ ଥିବା ଦର୍ଶାଇଛନ୍ତି। ସେମାନଙ୍କ କହିବାନୁଯାୟୀ, ଏଥିରେ ଝିଅପୁଅଙ୍କ ମଧ୍ୟରେ ଭେଦଭାବ ଠିକ୍‌ ନୁହେଁ। ଇନ୍ଦୋର ବାସିନ୍ଦା ଏହି ଦମ୍ପତି ହେଉଛନ୍ତି ଯୋଗେଶ କୁଲକର୍ଣ୍ଣି ଓ ମାଣିକ କୁଲକର୍ଣ୍ଣି। ଏମାନେ ୮ ବର୍ଷର ଝିଅ ଶମିକାଙ୍କୁ ତାଙ୍କ ଯାଆଁଳା ଭାଇ ଶନ୍ୟାଙ୍କ ସହ ବ୍ରତୋପନୟନ କରାଇଛନ୍ତି। ଯୋଗେଶ ୪ ବର୍ଷ ପୂର୍ବେ ପୁଣେରେ ଜଣେ ଝିଅଙ୍କ ବ୍ରତୋପନୟନ କଥା ଶୁଣିଥିଲେ। ଏହାପରେ ସେ ତାଙ୍କ ଝିଅର ମଧ୍ୟ ବ୍ରତୋପନୟନ କରିବାକୁ ସ୍ଥିର କରିଥିଲେ। ଏହାକୁ ନେଇ ସେ ଶାସ୍ତ୍ର ବିଶାରଦଙ୍କ ସହ ଆଲୋଚନା କରି ଏ ସମ୍ପର୍କିତ ବହୁ ପୁରୁଣା ପୁସ୍ତକ ଅଧ୍ୟୟନ କରିଥିଲେ। ସେ ଋଷିକନ୍ୟା ଗାର୍ଗି ଓ ଲୋପାମୁଦ୍ରାଙ୍କ ଉଦାହରଣ ପାଇଥିଲେ। ଏମାନଙ୍କର ବ୍ରତୋପନୟନ କରାଯାଇଥିଲା। ଏହାପରେ ସେ ତାଙ୍କ ଗୁରୁଙ୍କ ସହ ଏ ବିଷୟରେ ଆଲୋଚନା କରି ସମସ୍ତଙ୍କ ସହମତିରେ ଝିଅର ବ୍ରତୋପନୟନ କରିଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri