ଏଇ ଭାରତରେ

ଆମ ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୀତିନୀତି ଓ ପରମ୍ପରାକୁ ଆଧାର କରି ଝିଅପୁଅଙ୍କ ବାହାଘର କରାଯାଏ। ବାହାଘର ପାଇଁ କନ୍ୟାଘରକୁ ବର ଆସିଥିବାବେଳେ ବରଯାତ୍ରୀଙ୍କୁ କାଦୁଅ ବୋଳାଯାଇ ସ୍ବାଗତ କରାଯିବା ଘଟଣା ନିଆରା ନିଶ୍ଚୟ। ତେବେ ଛତିଶଗଡ଼ର ମାଝିଂ ଜନଜାତି ସମାଜରେ କନ୍ୟା ପକ୍ଷ ବରଯାତ୍ରୀଙ୍କୁ କାଦୁଅ ବୋଳି ସ୍ବାଗତ କରିଥାନ୍ତି। ବିବାହ ଉତ୍ସବରେ ବରଯାତ୍ରୀଙ୍କୁ ଭଲ ସ୍ବାଦିଷ୍ଠ ଖାଦ୍ୟପେୟ ଦେଇ ଆପ୍ୟାୟିତ କରାଯାଏ। ଏହାକୁ ଦେଖିବାକୁ ଲୋକେ ରୁଣ୍ଡ ହୁଅନ୍ତି। ଚାଷଜମିର ଚିକିଟା ମାଟିରେ ପାଣି ମିଶାଇ କାଦୁଅ ପ୍ରସ୍ତୁତ କରାଯାଏ। ଏହାକୁ ବରଯାତ୍ରୀଙ୍କ ଦେହରେ ବୋଳାଯାଏ। ଏହି ପରମ୍ପରାକୁ ଏଠାରେ ବୀରତ୍ୱର ପ୍ରତୀକ ଭାବେ ଗ୍ରହଣ କରାଯାଇଥାଏ। ମେନପାଟ ଅଞ୍ଚଳରେ ରହୁଥିବା ମାଝିଂ ଜନଜାତି ସମ୍ପ୍ରଦାୟ ଏହି ପରମ୍ପରାକୁ ଅତି ପୁରାତନ କାଳରୁ ଜାରି ରଖିଛନ୍ତି। ଉକ୍ତ ସମ୍ପ୍ରଦାୟରେ ୧୨ଟି ଗୋତ୍ର ରହିଛି। ତେବେ ମଇଁଷି ଓ ଶୁଆ ଗୋତ୍ର ମଧ୍ୟରେ ବିବାହ ଉତ୍ସବକୁ ଅତି ଆଡ଼ମ୍ବର ସହକାରେ ପାଳନ କରାଯାଏ।