ଏଇ ଭାରତରେ

ବନାଗ୍ନି ବିପର୍ଯ୍ୟୟକୁ ରୋକିବା ଲାଗି ଉତ୍ତରାଖଣ୍ଡରେ ଦିଲ୍ଲୀ ଏନ୍‌ସିଆରସ୍ଥିତ ଦି ହନ୍ସ ଫାଉଣ୍ଡେଶନ (ଟିଏଚ୍‌ଏଫ୍‌)ର ପ୍ରୟାସ ପ୍ରଶଂସନୀୟ। ଏହାର ମୁଖ୍ୟ ଭୂମିକା ତୁଲାଉଛନ୍ତି ପାଉରି ଗଡ଼ଓ୍ବାଲ ଜିଲାର ଚୌରା ଗାଁର ୨୧ ବର୍ଷିଆ ପ୍ରୀତମ୍‌ ସିଂ। ୨୦୨୨ରେ ତାଙ୍କ ଗାଁ ନିକଟସ୍ଥ ଜଙ୍ଗଲରେ ନିଆଁର କ୍ଷୟକ୍ଷତି ଦେଖିବା ପରେ ସେ ଏହାର ପ୍ରତିକାର ପାଇଁ ଗାଁ ଛାଡ଼ି ଆଉ ବାହାରକୁ ଯାଇନାହାନ୍ତି। ସେବେଠାରୁ ଦି ହନ୍ସ ଫାଉଣ୍ଡେଶନ ସହଯୋଗରେ ନିଅଁାଲିଭା ପାଇଁ ପ୍ରଥମେ ପ୍ରଶିକ୍ଷଣ ନେବା ପରେ ତାଙ୍କ ନେତୃତ୍ୱରେ ରାଜ୍ୟରେ ଏବେ ତାଙ୍କ ଭଳି ୫,୦୬୬ ଯୁବକ ସାମିଲ ହୋଇସାରିଲେଣି। ପାଉରି ଗଡ଼ଓ୍ବାଲ, ତେହରି ଗଡ଼ଓ୍ବାଲ, ଆଲମୋରା ଏବଂ ବାଗେଶ୍ୱର ଜିଲାର ୧୦ଟି ବ୍ଲକର ୧,୦୦୦ ଗାଁରୁ ଏହି ନିଆଁ ଲିଭାଳି ଯୋଦ୍ଧାମାନେ କାର୍ଯ୍ୟ କରୁଛନ୍ତି। ଏମାନଙ୍କ ଉଦ୍ୟମରେ ପାଖାପାଖି ୫୭ ପ୍ରତିଶତ ଜଙ୍ଗଲ ନିଆଁ ହ୍ରାସ ପାଇପାରିଛି। କେବଳ ଏତିକି ନୁହେଁ ଟିଏଚ୍‌ଏଫ୍‌ ଦ୍ୱାରା ବନ ପଞ୍ଚାୟତ କମ୍ୟୁନିଟ ଗ୍ରୁପ୍‌ ଗଠନ କରାଯାଇ ଅଗ୍ନି ପ୍ରତିରୋଧକ ବୃକ୍ଷରୋପଣ କରାଯିବା ସହ ପଥପ୍ରାନ୍ତ ନାଟକ ମାଧ୍ୟମରେ ବନାଗ୍ନି ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଉଛି।