ଏଇ ଭାରତରେ

ଜନ୍ମରୁ ଯେଉଁ ଶିଶୁମାନେ କମ୍‌ ଶୁଣିପାରୁଛନ୍ତି ସେମାନଙ୍କ ଶ୍ରବଣ ଶକ୍ତି ଫେରାଇ ଆଣିବାରେ ‘ଦି ହାନ୍ସ ଫାଉଣ୍ଡେଶନ’ (ଟିଏଚ୍‌ଏଫ୍‌) ସହଯୋଗର ହାତ ବଢ଼ାଇଛି। ଏବେ ସୁଦ୍ଧା ୯୦୦ ଶିଶୁଙ୍କୁ ଶ୍ରବଣ ଶକ୍ତି ଫେରାଇବାରେ ସକ୍ଷମ ହୋଇଛି। ଏଥିପାଇଁ ଏହି ସଂସ୍ଥା କୋଚ୍‌ଲିୟର ଇମ୍ପ୍ଲାଣ୍ଟ ପ୍ରୋଗ୍ରାମ ଚଳାଇଛି । ଏହା ୨୦୧୩ ଡିସେମ୍ବରରେ ଆରମ୍ଭ କରାଯାଇଥିଲା ଓ ଏଥିରେ ମୁଖ୍ୟ ଭୂମିକା ନେଉଛନ୍ତି ଡ. ରବି ଭାଟିଆ। ସେ ସର୍ବୋଦୟ ହସ୍ପିଟାଲର ଇଏନ୍‌ଟି ସର୍ଜନ ଭାବେ କାର୍ଯ୍ୟରତ। ଅସ୍ତ୍ରୋପଚାର କରି କାନ ଭିତରେ ଇଲେକ୍ଟ୍ରୋନିକ ଡିଭାଇସ ଲଗାଇବା ଦ୍ୱାରା ପିଲାମାନେ ଶୁଣିପାରୁଛନ୍ତି। ଜନ୍ମରୁ ୫ ବର୍ଷ ବୟସ ମଧ୍ୟରେ ଅଧିକ ସଫଳତା ମିଳୁଛି। ବାସ୍ତବରେ ଏହି ଅସ୍ତ୍ରୋପଚାର ବ୍ୟୟବହୁଳ ହୋଇଥିଲେ ବି ଟିଏଚ୍‌ଏଫ୍‌ ଅସହାୟ ପରିବାର ପିଲାଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେଉଛି। ୭ ରାଜ୍ୟର ୧୪ଟି ହସ୍ପିଟାଲରେ ଏହି ସେବା ଯୋଗାଇ ଦିଆଯାଉଛି।