ଏଇ ଭାରତରେ

ବିଜୁଳି କେମିତି ଦୁର୍ଗମ ଅଞ୍ଚଳରେ ପହଞ୍ଚିବ ସେଥିପାଇଁ ଉଦ୍ୟମ ଜାରି ରହିଛି। ବିକଶିତ ଭାରତରେ କେହି ବିଜୁଳି ପାଇବାରୁ ବଞ୍ଚିତ ହେବେ ନାହିଁ ବୋଲି ଏଭଳି ଉଦ୍ୟମ କରାଯାଉଛି। ତେବେ ଏହା ମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି, ଯାହା ବିଦ୍ୟୁତ୍‌ରୁ ବଞ୍ଚିତ ଲୋକମାନଙ୍କ ମନରେ ଆଶା ସଞ୍ଚାର କରିଛି। ରାଜସ୍ଥାନର ଏକ ଛୋଟ ଗାଁର ୨୬ ବର୍ଷୀୟ ଯୁବକ ଡୁଙ୍ଗର ସିଂ ସୋଢ଼ା ଏକ ଛୋଟ ପବନ ଚକି ଆବିଷ୍କାର କରିଛନ୍ତି, ଯେଉଁଥିରୁ ସହଜରେ ବିଦ୍ୟୁତ୍‌ ଉପତ୍ାଦନ କରିହେଉଛି। ଏହି ଚକିକୁ ସାଥିରେ ନେଇ ଯେକୌଣସି ସ୍ଥାନରେ ଯେ କେହି ବିଦ୍ୟୁତ୍‌ ଉପତ୍ାଦନ କରିପାରିବେ। ଡୁଙ୍ଗରଙ୍କ ଦ୍ୱାରା ନିର୍ମିତ ଏହି ଚକିକୁ ଲାଇସେନ୍ସ ବି ମିଳିସାରିଛି। ଏହାକୁ ସେ ଦେଶ ଓ ବିଦେଶରେ ବିକ୍ରି କରିବା ଆରମ୍ଭ କରିଦେଇଛନ୍ତି। ଏହି ଚକି ମୂଲ୍ୟ ୫୦ ହଜାର ଟଙ୍କା। ପ୍ରତିଦିନ ଏଥିରୁ ୨୦ ୟୁନିଟ୍‌ ଯାଏ ବିଦ୍ୟୁତ୍‌ ମିଳୁଛି। ସେ ଏବେ ସନ୍‌ଓ୍ବିଣ୍ଡ ନାମକ ଷ୍ଟାର୍ଟଅପ୍‌ ଗଠନ କରି ତା’ ମାଧ୍ୟମରେ ପବନ ଚକି ନିର୍ମାଣ କରୁଛନ୍ତି। ଡୁଙ୍ଗର ଗାଁରେ ବହୁ ସମୟରେ ବିଜୁଳି ରହୁ ନ ଥିବାରୁ ପିଲାଦିନେ ଏହି ସମସ୍ୟା ସମାଧାନ କରିବାକୁ ଲକ୍ଷ୍ୟ ରଖିଥିଲେ। ପରେ ଚାକିରି କରିବାକୁ ସୁରଟ ଯାଇ ସେଠାରେ ଏହି ଲକ୍ଷ୍ୟ ପୂରଣ କରିବାକୁ ଲାଗିପଡ଼ିଲେ ଓ ସଫଳତା ମଧ୍ୟ ପାଇଲେ।