ଏଇ ଭାରତରେ

ଗୋରକ୍ଷା ପାଇଁ ଗଳା ଫଟେଇ କହୁଥିବା ଲୋକମାନେ ମୁଜାଫର ନଗରର ଜସ୍ମିନ ମଲିକଙ୍କଠାରୁ କିଛି ଶିଖିବା ଦରକାର। ଜସ୍ମିନ ନିଜେ ଏକ ଗୋଶାଳା କରି ୫୫ ଗୋରୁ ରଖିଛନ୍ତି। ଏକ ଜାଗା ଭଡାରେ ନେଇ ଏହି ଗୋଶାଳା କରିଛନ୍ତି। ଗାଈ କ୍ଷୀର ଦେବା ବନ୍ଦ କରିଦେବା ପରେ ସେମାନଙ୍କୁ ଲୋକେ ଅସହାୟ ଅବସ୍ଥାରେ ରାସ୍ତାରେ ଛାଡ଼ିଦିଅନ୍ତି। ଜସ୍ମିନ ସେମାନଙ୍କୁ ଉଦ୍ଧାର କରି ତାଙ୍କ ଗାଶାଳାରେ ରଖୁଛନ୍ତି। ଏହା ବ୍ୟତୀତ ରୋଗଗ୍ରସ୍ତ କିମ୍ବା ଦୁର୍ଘଟଣାରେ ଆହତ ଷଣ୍ଢମାନଙ୍କୁ ମଧ୍ୟ ଉଦ୍ଧାର କରି ସେ ଗୋଶାଳାରେ ଚିକିତ୍ସା କରୁଛନ୍ତି। ସେ ଏହି ଗୋଶାଳାର ନାମ ‘ଶିବ କେ ନନ୍ଦିୟୋଁକା ଘର୍‌’ ରଖିଛନ୍ତି। ଜସ୍ମିନଙ୍କ ବୟସ ୨୯ ବର୍ଷ। ପେସାରେ ସେ ଜଣେ ଆକାଉଣ୍ଟାଣ୍ଟ। ସେ ତାଙ୍କ ଦରମାରେ ଗାଶାଳା ପରିଚାଳନା କରୁଛନ୍ତି। ଗୋରୁଙ୍କ ଖାଦ୍ୟ, ଚିକିତ୍ସା ଆଦି ଖର୍ଚ୍ଚ ସେ ନିଜେ ବହନ କରନ୍ତି। ଜସ୍ମିନଙ୍କର ଏହି କାର୍ଯ୍ୟ ଦେଖି କିଛି ବ୍ୟକ୍ତି ସାହାଯ୍ୟ କରୁଥିଲେ ମଧ୍ୟ ତାହା ଅଭାବ ପୂରଣ ହୋଇପାରୁନାହିଁ ବୋଲି କହନ୍ତି ଜସ୍ମିନ।