ଏଇ ଭାରତରେ

ଆଜିର ସମୟରେ ଯୁବବର୍ଗ ଆଇଏଏସ୍‌ ଏବଂ ପ୍ରୋଭିନ୍‌ସିଆଲ ସିଭିଲ ସର୍ଭିିସ(ପିସିଏସ୍‌) ହେବାର ସ୍ବପ୍ନ ଦେଖୁଛନ୍ତି। କିନ୍ତୁ ଆର୍ଥିକ ସମସ୍ୟା ଯୋଗୁ ସେମାନଙ୍କ ସ୍ବପ୍ନ ଅଧୁରା ରହିଯାଉଛି। ଏଭଳି ସ୍ଥିତିରେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଯୁବବର୍ଗଙ୍କୁ କୋଚିଂ ଦେବା ଦାୟିତ୍ୱ ଗ୍ରହଣ କରିଛନ୍ତି ୟୁପିର ଅନୁପ ଉପାଧ୍ୟାୟ। ମାତ୍ର ୧ ଟଙ୍କା ଗୁରୁଦକ୍ଷିଣା ନେଇ ସେ ଛାତ୍ରୀଛାତ୍ରମାନଙ୍କୁ ଜି.କେ./ଜିଏସ୍‌ ପଢାଉଛନ୍ତି। ଅନୁପ ପେସାରେ ଜଣେ ଶିକ୍ଷକ। ଅନୁପ ଗତ ୮ ବର୍ଷ ଧରି ଲକ୍ଷ୍ନୌ, ଦିଲ୍ଲୀ ଏବଂ ପାଟନା ଭଳି ଅନେକ ସହରରେ ଆଇଏଏସ୍‌ ଏବଂ ପିସିଏସ୍‌ ପାଇଁ କୋଚିଂ ଯୋଗାଇ ଆସିଛନ୍ତି। ଏହା ବ୍ୟତୀତ ସେ ଏବେ ନିଜ ଜିଲା ବାଲିଆକୁ ଆସି ପିଲାମାନଙ୍କୁ ମଧ୍ୟ କୋଚିଂ ଦେବା ଆରମ୍ଭ କରିଛନ୍ତି। ସେ କୁହନ୍ତି, ମୁଁ ମଧ୍ୟ ଦାରିଦ୍ର୍ୟ ସହ ସଂଘର୍ଷ କରିଛି, ମୁଁ ଜାଣେ ଦାରିଦ୍ର୍ୟ କ’ଣ। ତେଣୁ ମୁଁ ମୋ ଜିଲାର ପିଲାମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରିବାର ଦାୟିତ୍ୱ ଗ୍ରହଣ କରିଛି; ଯାହା ଦ୍ୱାରା ସେମାନେ ଭବିଷ୍ୟତରେ ବଡ଼ ପଦବୀରେ ପହଞ୍ଚିପାରିବେ। ବର୍ତ୍ତମାନ ପର୍ଯ୍ୟନ୍ତ କୋଚିଂ ପାଇ ଅନେକ ଶହ ଆଶାୟୀ ସେମାନଙ୍କ ଲକ୍ଷ୍ୟରେ ସଫଳ ହୋଇ ଉଚ୍ଚ ପଦବୀରେ କାର୍ଯ୍ୟ କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବୈଜ୍ଞାନିକ ଦୃଷ୍ଟିକୋଣ

ବିଜ୍ଞାନ ଯୁଗର ବୈଜ୍ଞାନିକମାନଙ୍କୁ ଦେଖିଲେ ଆମେ ବିଜ୍ଞାନଠାରୁ ଅନେକ ଦୂରରେ ରହିଲା ପରି ମନେହୁଏ। ଆମେ ଭାବୁ, ବିଜ୍ଞାନ କେବଳ ବୈଜ୍ଞାନିକର ସମ୍ପତ୍ତି। କାହିଁକି ନା ବିଜ୍ଞାନ…

ମାତୃଭାଷା ଓ ସାମଗ୍ରିକ ପ୍ରଗତି

ଜଗତୀକରଣ, ପ୍ରଯୁକ୍ତି ବିପ୍ଳବ ଓ ଆର୍ଥିକ ପ୍ରତିସ୍ପର୍ଦ୍ଧାର ଏହି ଯୁଗରେ ଭାଷା ପ୍ରଶ୍ନ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଉଠିଛି। ସରକାରଙ୍କ ଶିକ୍ଷାନୀତି, ଶିକ୍ଷିତ ଅଭିଭାବକଙ୍କ ଏଥିପ୍ରତି ଅନାଶକ୍ତି,…

ଡିଜିପି ନିଯୁକ୍ତିରେ ବିଳମ୍ବ

ସୁପ୍ରିମକୋର୍ଟ ‘କାର୍ଯ୍ୟକାରୀ ଡିଜିପି’ ସଂସ୍କୃତିକୁ ଏକ ଗୁରୁତର ସାଙ୍ଗଠନିକ ତ୍ରୁଟି ଭାବରେ ସୂଚିତ କରିବା ପରେ ବି ପଞ୍ଜାବ ଏବେ ନିୟମିତ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତ…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri