ଏଇ ଭାରତରେ

ତାମିଲନାଡୁ ଥେନି ଅଞ୍ଚଳର ପି.ବିନ୍ଦୁ ଜୈବିକ କୃଷିର ଆୟରେ ନିଜ ପରିବାର ଚଳାଇ ଅନ୍ୟ ମହିଳାମାନଙ୍କୁ ସଶକ୍ତ କରିବାରେ ପ୍ରମୁଖ ଭୂମିକା ନେଉଛନ୍ତି। ବିନ୍ଦୁ ୧୮ ବର୍ଷ ବୟସରେ ବିବାହ କରିଥିଲେ। ସେ ୧୦ମ ଶ୍ରେଣୀ ଯାଏ ପଢିଛନ୍ତି। କିନ୍ତୁ ତାଙ୍କର ଦୁଇ ଝିଅଙ୍କୁ ଉଚ୍ଚଶିକ୍ଷା ଦେବା ଲାଗି ସେ ଜୈବିକ କୃଷି ଆରମ୍ଭ କରିଥିଲେ। ସେ କୃଷିବିଜ୍ଞାନ କେନ୍ଦ୍ରରୁ ଜୈବିକ କୃଷି ସମ୍ପର୍କରେ ପ୍ରଶିକ୍ଷଣ ନେଇଛନ୍ତି। ଏଥିରେ ସଫଳ ହେବା ସହ ସେ ଉପତ୍ାଦିତ ଶସ୍ୟରୁ ବିଭିନ୍ନ ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କରି ‘ପାଶୁମାଇ’ ବ୍ରାଣ୍ଡ୍‌ରେ ବିକ୍ରି କରୁଛନ୍ତି। ଏହାକୁ ୨୦୨୦ରେ ପ୍ରଥମେ ୧୨ ଜଣ ମହିଳାଙ୍କୁ ନେଇ ଆରମ୍ଭ କରିଥିଲେ। ପରେ ତାଙ୍କ କୃଷିକାର୍ଯ୍ୟ ସହ ୧୦୦ରୁ ଅଧିକ ମହିଳା ସାମିଲ ହୋଇ ପାଶୁମାଇ ବ୍ରାଣ୍ଡ୍‌ରେ ସେମାନଙ୍କ ସାମଗ୍ରୀ ମଧ୍ୟ ବିକ୍ରି କରୁଛନ୍ତି। ବିନ୍ଦୁ ବର୍ଷକୁ ପାଖାପାଖି ୧୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ସେ ମହିଳାମାନଙ୍କୁ ଜୈବିକ କୃଷି ସମ୍ପର୍କରେ ଶିକ୍ଷା ଦେବା ଲାଗି ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ସାମିଲ କରୁଛନ୍ତି। ସେ ମଧ୍ୟ ମଞ୍ଜି ସଂଗ୍ରହ କରି ତାହାକୁ କୃଷି ବିଭାଗକୁ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍‌ କେବଳ ପାଣି...

ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ...

ଶିଶୁ ଅନୁକୂଳ ପାଠାଗାର

ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ...

ନେହେରୁ ନୁହେଁ, ଭବିଷ୍ୟତକୁ ଦେଖ

‘ବନ୍ଦେ ମାତରମ୍‌’ ଭାରତର ଜାତୀୟ ଗୀତ ଭାବେ ଜଣାଶୁଣା। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଏହା ରଚିତ ହୋଇଥିଲା। ୧୮୭୫ ନଭେମ୍ବର ୭ରେ ପ୍ରଥମେ ‘ବଙ୍ଗଦର୍ଶନ’...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri