ଏଇ ଭାରତରେ

ସିଗାରେଟ ଧୂଆଁ ପରିବେଶ ପ୍ରତି ଯେତିକି କ୍ଷତିକାରକ ତାହାର ବଟ୍‌ ଆହୁରି ମାରାମତ୍କ। ଏହି ବଟ୍‌କୁ ରିସାଇକେଲ କରି ପରିବେଶ ସୁରକ୍ଷାରେ ଲାଗିଛନ୍ତି ନଏଡାର ନମନ ଗୁପ୍ତା। ସେ ସିଗାରେଟ ବଟ୍‌ରୁ ଖେଳଣା, କାଗଜ ଓ ଖତ ପ୍ରସ୍ତୁତ କରୁଛନ୍ତି। ନମନ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିବା ପରେ ସିଗାରେଟ ବର୍ଜ୍ୟ ସମସ୍ୟାର ସମାଧାନ କରିବା ଲାଗି ନିଷ୍ପତ୍ତି ନେଇଥିଲେ। କାରଣ ଭାରତରେ ପ୍ରତିବର୍ଷ ୧୦ ହଜାର କୋଟି ସିଗାରେଟ ବଟ୍‌ ଫିଙ୍ଗି ଦିଆଯାଏ, ଯାହାର ଓଜନ ୨୬,୦୦୦ ଟନ୍‌ରୁ ଅଧିକ। ଏଣୁ ଛୋଟ ହେଲେ ମଧ୍ୟ ପରିବେଶ ଉପରେ ଏହାର ବଡ଼ ନକାରାମତ୍କ ପ୍ରଭାବ ଥିବାରୁ ଏହାକୁ ରିସାଇକେଲ କରି ପରିବେଶ ସୁରକ୍ଷାରେ ଲାଗିଛନ୍ତି ନମନ। ସେ ୭ ମାସ ଗବେଷଣା କରିବା ପରେ ସିଗାରେଟ ଓ୍ବେଷ୍ଟର ରିସାଇକେଲ କରିବା ଆରମ୍ଭ କରିଥିଲେ। ଏହି କାର୍ଯ୍ୟ ପାଇଁ ସେ ‘କୋଡ୍‌ ଇଫେକ୍ଟ’ କମ୍ପାନୀ ଖୋଲିଛନ୍ତି। ଏହା ଦେଶର ପ୍ରଥମ ସିଗାରେଟ ରିସାଇକେଲ କମ୍ପାନୀ। ଗୋଟିଏ ମାସରେ ପାଖାପାଖି ୧ ଟନ୍‌ରୁ ଅଧିକ ସିଗାରେଟ ବଟ୍‌ ରିସାଇକେଲ କରୁଛନ୍ତି। ଏବେ ସୁଦ୍ଧା ସେ ୨୦୦ କୋଟି ସିଗାରେଟ ବଟ୍‌ ରିସାଇକେଲ କରିସାରିଲେଣି। ଏହି ପରିମାଣର ବଟ୍‌ ରିସାଇକେଲ କରି ନମନ ୫ହଜାର କୋଟି ଲିଟର ପାଣିକୁ ଦୂଷିତ ହେବାରୁ ରୋକିପାରିଛନ୍ତି।