ଏଇ ଭାରତରେ

ଆଜି ମଧ୍ୟ ଦେଶର ଅନେକ ଲୋକ ଦିନକୁ ଦୁଇବେଳା ପେଟପୂରା ଖାଇବାକୁ ପାଉନାହାନ୍ତି। ଏମାନଙ୍କ ଭୋକ ଦୂର କରିବା ଲାଗି ବି ବହୁ ବ୍ୟକ୍ତି ସେମାନଙ୍କ ସ୍ତରରେ ଚେଷ୍ଟା କରୁଛନ୍ତି ଓ ଏମାନଙ୍କ ମଧ୍ୟରୁ ଗୁଜରାଟ ଜାମନଗରର ଲାଓଜୀ ଭାଇ ପଟେଲ ଅନ୍ୟତମ। ସେ ଅଶୀ ଦଶକରୁ ସରକାରୀ ହସ୍ପିଟାଲ ନିକଟରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଗଣାରେ ଖାଇବାକୁ ଦେବା ଆରମ୍ଭ କରିଥିଲେ। ତାଙ୍କ ଦେହାନ୍ତ ପେର ବି ଏହା ଚାଲିଛି। ୧୫ଶହ ଲୋକଙ୍କୁ ଦିନକୁ ଦୁଇବେଳା ଖାଇବାକୁ ଦିଆଯାଉଛି ତାଙ୍କ ଭଣଜାଙ୍କ ତତ୍ତ୍ୱାବଧାନରେ। ଲାଓଜୀ ଭାଇ ଖାଦ୍ୟ ସାମଗ୍ରୀ ବ୍ୟବସାୟ କରୁଥିଲେ ଓ ଏହି ଖାଦ୍ୟ ସେବା ଚଳାଉଥିଲେ। ଅଧିକ ଲୋକଙ୍କ ପାଇଁ ଖାଦ୍ୟ ଯୋଗାଇବା ସହ ଅନ୍ୟ ସବୁ ମେଡିକାଲ ସହାୟତା ଯୋଗାଇ ଦେବା ଲାଗି ସେ ଗଙ୍ଗମାତା ଟ୍ରଷ୍ଟ ଗଠନ କରିଥିତ୍ଲେ।୨୦୧୧ରେ ତାଙ୍କ ଦେହାନ୍ତ ପରେ ଭଣଜା ଚନ୍ଦ୍ରେଶ ଭାଇ ଟ୍ରଷ୍ଟ ଦାୟିତ୍ୱ ନେଇଛନ୍ତି। ଲୋକଙ୍କୁ ଖାଦ୍ୟ ଦେବାରେ ପ୍ରତି ମାସରେ ୨୫ ହଜାର ଟଙ୍କାରୁ ଅଧିକ ବ୍ୟୟ ହେଉଛି ବୋଲି ସେ କହନ୍ତି।