ଏଇ ଭାରତରେ

ଦିବ୍ୟାଙ୍ଗ ହେଲେ ବି ସେ ପାରଙ୍ଗମ। କଳାକୃତିକୁ ନେଇ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ଏହି ଦିବ୍ୟାଙ୍ଗ ଜଣକ ହେଉଛନ୍ତି କେରଳର ସ୍ବପ୍ନା ଅଗଷ୍ଟାଇନ। ତାଙ୍କର ଦୁଇ ହାତ ନାହିଁି। ଜୀବନର ସବୁ ଆହ୍ବାନକୁ ମୁକାବିଲା କରି ଗୋଡ଼ରେ ଚିତ୍ର ଆଙ୍କି ସେ ବିଶ୍ୱରେ ନିଜକୁ ଜଣେ ସଫଳ ଦିବ୍ୟାଙ୍ଗ ଆର୍ଟିଷ୍ଟ ଭାବେ ପ୍ରତିପାଦିତ କରିପାରିଛନ୍ତି। ଏର୍ନାକୁଲମ୍‌ର ପେଙ୍ଗୋଟୋରର ଏକ କୃଷକ ପରିବାରରେ ସ୍ବପ୍ନା ଜନ୍ମ ହୋଇଥିତ୍ଲେ। ତାଙ୍କର ଧାରଣା ଥିଲା ଯେ ବୟସ ବଢ଼ିଲେ ହାତ ବଢ଼ିବ, କିନ୍ତୁ ତାହା ନ ହେବାରୁ ସେ ଗୋଡ଼ରେ ଚିତ୍ର ଆଙ୍କିବା ଆରମ୍ଭ କରିଦେଲେ। ତାଙ୍କୁ ୬ ବର୍ଷ ବୟସରେ ସ୍କୁଲରେ ନାମ ଲେଖାଇବା ପରେ ସେ ପ୍ରଥମେ ଗୋଡ଼ରେ ଚିତ୍ର ଆଙ୍କିବା ଆରମ୍ଭ କରିଦେଇଥିଲେ। ସେବେଠାରୁ ଆଉ ସେ ଅଟକି ନାହାନ୍ତି। ପରେ ସ୍ବପ୍ନା ମାଉଥ୍‌ ଆଣ୍ଡ ଫୁଟ୍‌ ପେଣ୍ଟିଂ ଆର୍ଟିଷ୍ଟରେ ଯୋଗ ଦେଇ ବିଶ୍ୱ ସ୍ତରରେ ପହଞ୍ଚିବାକୁ ସକ୍ଷମ ହୋଇଛନ୍ତି। ଏଥିପାଇଁ ସେ ଢେର ପୁରସ୍କାର ଓ ପ୍ରଶଂସା ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri